ବଣ୍ଡି ବିଚ୍ ସୁଟରକୁ ଏମିତି କାବୁ କଲେ ଦୁଃସାହାସୀ ବ୍ୟକ୍ତି, #Watch Video

NEWS7
mumbai-rain-killed-23-weather-dept-alert-for-more-rain

ସିଡନୀ ୧୪।୧୨: ଅଷ୍ଟ୍ରେଲିଆ ସିଡନୀ ସହରର ବଣ୍ଡିବିଚ୍ ରେ ରବିବାର ଆତତାୟୀ ଅନ୍ଧାଦୁନିଆ ଗୁଳିମାଡ଼ କରିଛନ୍ତି। ଇହୁଦୀ ସମୂଦାୟ ଲୋକେ ହନୁକ୍କା ପର୍ବ ପାଳନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଗୁଳିକାଣ୍ଡ ହୋଇଛି। ସମୁଦ୍ର କୂଳରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ପ୍ରାରମ୍ଭିକ ମିଡିଆ ରିପୋର୍ଟସ ଅନୁସାରେ ଏ ପର୍ଯ୍ୟନ୍ତ ଅନୁନ୍ୟ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମାମଲାରେ ଦୁଇ ଜଣ ସୁଟରଙ୍କୁ ଗିରଫ କରାଯାଇଛି।

ହନୁକ୍କା କାର୍ଯ୍ୟକ୍ରମ କାଳରେ ହୋଇଥିବା ଗୁଳିକାଣ୍ଡ ସମ୍ପର୍କିତ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହା ପୁରା ଘଟଣାର ଭୟାବହ ପରିସ୍ଥିତିକୁ ସ୍ପଷ୍ଟ କରିଦେଉଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ପୋଲିସ କାର୍ଯ୍ୟାନୁଷ୍ଠାନ ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ କ୍ଷଣର ଛବି ଏଥିରେ ରହିଛି। ଏହି ଭିଡିଓରେ ଜଣେ ଦୁଃସାହାସୀ ବ୍ୟକ୍ତି ସୁଟରକୁ କାବୁ କରୁଥିବାର ଦେଖା ଯାଉଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣ, ବ୍ୟକ୍ତିଙ୍କ ଦୁଃସାହସ ଯୋଗୁ ଆଜି ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ସୁଟରକୁ ପୋଲିସ ଗିରଫ କରିବାକୁ ସକ୍ଷମ ହୋଇଛି।

ଭିଡିଓରେ କଳା ଟି-ସାର୍ଟ ପିନ୍ଧା ସୁଟର ସମୁଦ୍ର ଆଡକୁ ଲକ୍ଷ୍ୟ କରି ଖୋଲା ଗୁଳି ଚାଳନା କରୁଥିବା ଦେଖାଯାଉଛି। ଏଥିରେ ଲୋକେ ଆତଙ୍କିତ ହୋଇ ଏଣେତେଣେ ଦଉଡୁଛନ୍ତି। ଏହି ସମୟରେ ଧଲା ଟି-ସାର୍ଟ ପିନ୍ଧା ଜନୈକ ବ୍ୟକ୍ତି ଚୁପଚାପ ଗୁଳି ଚଳାଉଥିବା ଲୋକ ଆଡକୁ ବଢୁଥିବ ଦେଖାଯାଉଛି ଓ ତା ପାଖରେ ପହଞ୍ଚି ଯାଉଛି। ଯେମିତି ସୁଟରର ଧ୍ୟାନ ହଟିଛି ବ୍ୟକ୍ତି ଜଣକ ତାକୁ ପଛରୁ ମାଡି ବସିବାକୁ ଚେଷ୍ଟା କରୁଛି। କିଛି ସମୟ ପାଇଁ ଦୁଇ ଜଣଙ୍କ ମଧ୍ୟରେ ହାତାହାତି ହେଉଛି ଓ ବ୍ୟକ୍ତି ସୁଟର ହାତରୁ ବନ୍ଧୁକ ଛଡାଇ ତାରି ଆଡକୁ ବନ୍ଧୁକର ନଳି କରି ଦେଉଛି। ଏଣୁ ସୁଟର ପଛକୁ ହଟିବାକୁ ବାଧ୍ୟ ହେଉଛି। ତେବେ ଏହି ସମୟରେ ସୁଟର ଅନ୍ୟ ସାଥୀ ବିପରୀତ ଦିଗରୁ ଗୁଳି କରୁଛି।

ଏହି ଗୁଳି କାଣ୍ଡର ଦୁଇ ଆତଙ୍କୀ ଧରାପଡିଛନ୍ତି। ଘଟଣାକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ନିନ୍ଦା କରିଛନ୍ତି। ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନପ୍ତାଲୀ ବେନେଟ ଓ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ଅଧିକାରୀ ମଧ୍ୟ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ସେମାନେ ଏହାକୁ ଇହୁଦୀ ସମୂଦାୟ ଉପରେ ଆକ୍ରମଣ ବୋଲି କହିଥିବା ବେଳେ ବଢୁଥିବା ଇହୁଦୀ ବିରୋଧୀ ଘଟଣା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ ପୋଲିସ ଏବେ ଆକ୍ରମଣ ପଛର ଉଦ୍ଦେଶ୍ୟ ଯାଞ୍ଚ କରୁଛି। ତେବେ ଏହା ଏକ ଆତଙ୍କବାଦୀ ଆକ୍ରମଣ ନା ଅନ୍ୟ କୌଣସି କାରଣରୁ ତାହା ଯାଞ୍ଚରୁ ଜଣାପଡିବ।