ଝାରସୁଗୁଡ଼ା ଦୁର୍ଘଟଣାରେ ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

NEWS7
mumbai-indians-set-209-target-to-sun-risers-hyderabad

ଝାରସୁଗୁଡା ୨୫।୨: ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ନିକଟ ଏନ୍ଏଚ୍ ୪୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ପୋଲିସ କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ବ୍ୟାଙ୍କର ବୀମା ରାଶି ପ୍ରଦାନ କରାଯାଇଛି । ୪ ମୃତ ଓଡ଼ିଶା ପୋଲିସ କର୍ମଚାରୀଙ୍କ ପରିବାରର ପ୍ରତ୍ୟେକଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କା ଏବଂ ଜଣେ ହୋମଗାର୍ଡ କର୍ମଚାରୀଙ୍କ ପରିବାରଙ୍କୁ ୩୦ ଲକ୍ଷ ଟଙ୍କା ଆଜି ପୋଲିସ ଏବଂ ବ୍ୟାଙ୍କ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଏହି ଅର୍ଥରାଶି ଦିଆଯାଇଛି ।

ଏ ଖବର ବି ପଢ଼ନ୍ତୁ:- ସରକାରୀ ଅଧିକାରୀଙ୍କ ନିକଟରୁ ଯେଉଁ କୋଟି କୋଟି ଟଙ୍କା ବାହାରୁଛି ଏଥିପାଇଁ ଦାୟୀ କିଏ ?

ଏହି ସମୟରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଓ ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ଏବଂ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ରହିଥିଲେ । ଶୋକାକୁଳ ପରିବେଶ ମଧ୍ୟରେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ସମୟରେ ଉପସ୍ଥିତ ଅଧିକାରୀ ଓ ସାମାଜିକ ସଂସ୍ଥାର ବ୍ୟକ୍ତି ଭାବବିହ୍ଵଳ ହୋଇ ପଡ଼ିଥିଲେ । ଏହି ଅବସରରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଦୁର୍ଘଟଣାର ମାତ୍ର ୪ ଦିନ ମଧ୍ୟରେ ବ୍ୟାଙ୍କ ଠାରୁ ଏହି ସହାୟତା ରାଶି ପରିବାର ଲୋକଙ୍କୁ ଦିଆଯାଇଛି । ଅଗାମୀ ଦିନରେ ଯାହା ମୁଖ୍ୟମନ୍ତ୍ରୀ ସହାୟତା ରାଶି ସହ ବିଭାଗ ପକ୍ଷରୁ ସମସ୍ତ ସୁବିଧା ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ।