LIVE TV

ନୂଆପଡ଼ାରେ ଦୁଇ ଥର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ଛତିଶଗଡ଼ ନେତା ବି ଆସିବେ ପ୍ରଚାରରେ

NEWS7
mumbai-indians-set-209-target-to-sun-risers-hyderabad

ଭୁବନେଶ୍ବର ୧୦: ନୂଆପଡ଼ା ଉପନିର୍ବାଚନ ନସରିବା ଯାଏଁ ନେତାଙ୍କୁ ନୂଆପଡ଼ା ନ ଛାଡିବାକୁ ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ ରହିଛି । ଏ ନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି, ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ବୈଠକ କରି ଦାୟିତ୍ୱ ବାଣ୍ଟିଛନ୍ତି ବୁଥ୍ମ୍ଭାଳିବେ ବିଧାୟକ ଏବଂ ପୂର୍ବତନ ବିଧାୟକ ଆଉ ଦୁଇ ଥର ପ୍ରଚାରରେ ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ନୂଆପଡ଼ା ଆସି କରିବେ ପ୍ରଚାର ଛତିଶଗଡ଼ ସହ ନୂଆପଡ଼ାର ରହିଛି ବ୍ୟବସାୟିକ ସମ୍ପର୍କ ସେଥିପାଇଁ ସେଠାକାର ନେତା ଆସିବେ ନୂଆପଡା ବିଜେପି ପୁରା ରଣନୀତି ପ୍ରସ୍ତୁତ କରିସାରିଛି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।

ସେପଟେ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଯାଇ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ । ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି । ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ । ବିଜେଡି କଂଗ୍ରେସରୁ ଅନେକ ସରପଞ୍ଚ ସମିତି ସଭ୍ୟ ବିଜେପିରେ ଯୋଗଦାନ କରିଛନ୍ତି । ପୂର୍ବରୁ କେବେ ଏତେ ବଡ଼ ମିଶ୍ରଣ ପର୍ବ ମୁଁ ଦେଖି ନଥିଲି ।

ଏ ସମାବେଶ ଦେଖି ବିଜେଡି ଛାତିରେ ଛନକା ପସି ଯାଇଥିବ । କଂଗ୍ରେସରେ ଭୟ ଥିବ । ଏ ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ହୋଇଯାଇଛି । ଗତ ୨୫ ଦିନରେ ନୂଆପଡ଼ାକୁ ଏହା ମୋର ତୃତୀୟ ଗସ୍ତ । ନୂଆପଡ଼ାର ଦାୟିତ୍ୱ ମୁଁ ନେବି । ପୂର୍ବରୁ କହିଥିଲି । ଏବେ ଏ ପ୍ରତିଶ୍ରୃତି ପୂରଣ ପାଇଁ ଦାୟିତ୍ୱ ନେଇଛି । ଆମ ସରକାର ଯାହା କହେ ତାହା କରେ । ସେତେବେଳେ ବାଲେଶ୍ଵର ଉପନିର୍ବାଚନ ଓ ଧାମନଗର, ପଦ୍ମପୁର, ବିଜେପୁର ଓ ଝାରସୁଗୁଡାରେ ଦାୟିତ୍ୱ ନେବି ବୋଲି କହିଥିଲେ । ହେଲେ ନିର୍ବାଚନ ସରିଲେ ଦାୟିତ୍ୱ ସାରିଯାଏ । ଆମେ କଥା ଦେଇ କଥା ରଖୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲି