ଭଦ୍ରକ ରାଜନୀତିରେ ପୁଣି ଚର୍ଚ୍ଚା: ଶ୍ରାଦ୍ଧଉତ୍ସବରେ ବିଜେପି ନେତାଙ୍କ ସହ ପ୍ରଫୁଲ୍ଲ ସାମଲଙ୍କ ଭେଟ୍‌ଘାଟ

NEWS7
multiple-complaints-lodged-against-arnab-goswami

ଭଦ୍ରକ ୧୭/୧୨: ରାଜ୍ୟ ରାଜନୀତିରେ ଭଦ୍ରକ ଚର୍ଚ୍ଚା । ଗତ କିଛିଦିନ ପରେ ପୁଣି ଥରେ ସରଗରମ ରାଜନୀତି । ମଙ୍ଗଳବାରର ଘଟଣାକୁ ନେଇ ସବୁଠି ଆଲୋଚନା । ଯାହା ଶୁଣିବାକୁ ମିଳୁଛି କୁଆଡେ ପୁଅ ପରେ ବାପା କୁଆଡେ ପଦ୍ମ ଆଡ଼କୁ ଢଳୁଛନ୍ତି । କାରଣ ରାଜ୍ୟର ଦୁଇ ଭେଟେରାନଙ୍କ ଭେଟ୍‌ଘାଟକୁ ନେଇ ଅନେକ ସମୀକରଣ ଦେଖିବାକୁ ମିଳିଛି । 

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ର କରଞ୍ଜି ଗ୍ରାମରେ ଅନୁଷ୍ଠିତ ଏକ ଶ୍ରାଦ୍ଧବାର୍ଷିକୀରେ ଜିଲ୍ଲାର ଦୁଇ ଭେଟେରାନ୍ ନେତାଙ୍କ ଭେଟଘାଟ୍‌କୁ ନେଇ ସୋସିଆଲ ମିଡିଆଠୁ ଆରମ୍ଭ କରି ହାଟ ବଜାର ପର୍ଯ୍ୟନ୍ତ ଆଲୋଚନା । ପୂର୍ବତନ ସରପଞ୍ଚ ତଥା ପ୍ରାକ୍ତନ ବିଜେପି ଜିଲ୍ଲା ଉପସଭାପତି ସ୍ୱର୍ଗତ ଜଗବନ୍ଧୁ ଦାସଙ୍କ ପ୍ରଥମ ଶ୍ରାଦ୍ଧତ୍ସୋବ ଥିଲା । ଏଥିରେ ଯୋଗଦେବା ପାଇଁ ଆସିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଭେଟଘାଟ୍କୁ ନେଇ ନାନା ରାଜନୈତିକ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ଏଭଳି କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ଯୋଗଦେବା କିଛି ଅସଙ୍ଗତି ନୁହେଁ । ମାତ୍ର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ଜିଲ୍ଲାର ଦୁଇ ତୁଙ୍ଗ ନେତା ଭିନ୍ନ ଢଙ୍ଗରେ ପରସ୍ପରକୁ ସମ୍ଭାଷଣ କରିବାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି । ସ୍ମୃତିସଭା ଆରମ୍ଭରୁ ମନମୋହନ ଆସି ମଞ୍ଚର ବାମପାଶ୍ୱର୍ରେ ବସିଥିଲେ । ବିଳମ୍ବରେ ହେଉପଛେ ପ୍ରଫୁଲ୍ଲ ସଭାକୁ ଆସି ଡାହାଣ ପାଶ୍ୱର୍ରେ ବସିବା ମାତ୍ରେ ମନମୋହନ ତାଙ୍କ ନିକଟକୁ ଆସି ବେଶ ଆତ୍ମୀୟତାର ସହ ସମ୍ଭାଷଣ କରିଥିଲେ । ପ୍ରଫୁଲ୍ଲ ଛିଡ଼ା ହୋଇ ମନମୋହନଙ୍କ ସହ ୨ ମିନିଟ୍ କଥା ହୋଇଥିଲେ ।