ପୁଣି ଡ୍ରେସ୍‌ରେ ଦେଖିବାକୁ ମିଳିଲା ମହାପ୍ରଭୁଙ୍କ ପ୍ରତିଛବି, ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ୍

NEWS7
mulastami-today-sodasa-puja-started-from-today-in-odisha

ପୁରୀ ୧୪।୧୨: ପୁଣି ମହାପ୍ରଭୁଙ୍କୁ ଅପମାନ । ପୁଣି ଡ୍ରେସ୍ରେ ମହାପ୍ରଭୁଙ୍କର ପ୍ରତିଛବି ଦେଖିବାକୁ ମିଳିଛି । ରାମକ୍ରୀଷ୍ଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆଇଡିରୁ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ତେବେ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ମହାପ୍ରଭୁଙ୍କ ପ୍ରତିଛବି ଡ୍ରେସ୍ରେ ରଖି ସୋସିଆଲ ମିଡିଆରେ ଏହାକୁ ପୋଷ୍ଟ କରାଯାଇଥିବାରୁ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ପୂର୍ବରୁ ମଧ୍ୟ ଅନେକ ଥର ମହାପ୍ରଭୁଙ୍କ ପ୍ରତିଛବି ଡ୍ରେସ୍, ଶାଢୀରେ ବ୍ୟବହାର ହେଉଥିବା ନଜରକୁ ଆସିଥିବା ବେଳେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।