LIVE TV

AI: ଏନଭିଡିଆ ପରି କମ୍ପାନିର ଏଆଇ ଉପରେ ବଢାଉଛନ୍ତି ନିବେଶ, ଜେଫରିଜ୍ ଜାରି କଲା ଚେତାବନୀ

NEWS7
mukesh-ambani-is-featured-among-the-time-100-most-influential-people-2019-list

ନୂଆଦିଲ୍ଲୀ: ଏନଭିଡିଆର ସଦ୍ୟ ପରିଣାମ ଦର୍ଶାଉଛି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ କମ୍ପାନିର ଖର୍ଚ୍ଚ ଅଧିକ ବଢିଛି । ଏହା ସ୍ପଷ୍ଟ କରୁଛି ଯେ ଟେକ୍ କମ୍ପାନିଗୁଡ଼ିକୁ ଏଆଇର ଭବିଷ୍ୟତ ଉପରେ ପୂରା ଭରସା ରହିଛି । କିନ୍ତୁ ଜେଫରିଜଙ୍କ ନୂଆ ଗ୍ରୀଡ୍ ଆଣ୍ଡ ଫିୟର ରିପୋର୍ଟ କହୁଛି ଯେ ବଜାର ଏହି ଖର୍ଚ୍ଚର ପ୍ରକୃତ ପ୍ରସଙ୍ଗକୁ ଅଣଦେଖା କରୁଛି । ଏତେ ଅଧିକ ନିବେଶର ଲାଭ ନିବେଶକଙ୍କୁ କେବେ ଓ କିପରି ମିଳିବ ? ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଏନଭିଡିଆର ସେୟାର ୨.୮ ପ୍ରତିଶତ ଓ ଟିଏସବିସି ସେୟାର ୪.୩ ପ୍ରତିଶତ ବଢିଛି । ରିପୋର୍ଟ ଅନୁସାରେ ଏହି ବୃଦ୍ଧି ସତ୍ତ୍ୱେ ଏହି ପ୍ରଶ୍ନ ଏବେବି ରହିଛି ଯେ କେତେ ଦିନ ପର୍ଯ୍ୟନ୍ତ ଏପରି ରହିବ ।

ଜେଫରିଜ୍ ଚେତାବନୀ ଦେଇଛି ଯେ ଆଦାମୀ କିଛି ମାସରେ ବଜାରକୁ ଏକ ରିୟଲିଟି ଚେକ୍ ମିଳିପାରେ । ତାଙ୍କ ମତରେ ଏଆଇ ଭିତ୍ତିଭୂତ୍ତିରେ ବୃଦ୍ଧି ଘଟିଛି, କିନ୍ତୁ ପାଶ୍ଚାତ୍ୟ ଦେଶରେ ଏଆଇ ସହ ଜଡିତ ହାର୍ଡୱେଟରର ସବୁଠୁ ଭଲ ସମୟ ଏବେ ବିତି ସାରିଛି । ଏବେ ଫୋକସ ଏହା ଉପରେ ଯେ କେଉଁ କମ୍ପାନି ଏଆଇ ଆପ୍ଲିକେସନରୁ ଅଧିକ ଆୟ କରିପାରିବ ।

ରିପୋର୍ଟ ଅନୁଯାୟୀ, ଆଲଫାବେଟ୍ ଏଆଇରୁ ବହୁତ ଲାଭ ପାଇପାରିବ କାରଣ ଏହା ନିଜ Gemini AIକୁ ସର୍ଚ୍ଚରେ ସାମିଲ କରୁଛି । ସିମିଲାରୱେବ ତଥ୍ୟ ଅନୁଯାୟୀ, ଜେନେରେଟିଭ୍ ଏଆଇ ବଜାରରେ ଜେମିନର ୱେବ୍ ଟ୍ରାଫିକ୍ ସେୟାର ଗତ ବର୍ଷ ମଧ୍ୟରେ ୫.୬%ରୁ ୧୩.୭%କୁ ବୃଦ୍ଧି ପାଇଛି । ଚାଟ୍‌ଜିପିଟିର ସେୟାର ୮୬.୬%ରୁ ହ୍ରାସ ପାଇ ୭୨.୩%କୁ ହ୍ରାସ ପାଇଛି । ଏହି କାରଣରୁ ଜେଫରିକ୍ ଏହି ସପ୍ତାହରେ ଏହାର ୱାର୍ଲ୍ଡ ପୋର୍ଟଫୋଲିଓରେ ଆଲଫାବେଟ୍ସକୁ ଯୋଡୁଛି ଏବଂ ICICI ବ୍ୟାଙ୍କକୁ ହଟାଇ ଦେଉଛି ।