LIVE TV
LIVE TV

ଗୃହରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇ ପ୍ରସଙ୍ଗ : ମନ୍ତ୍ରୀଙ୍କ ଉତ୍ତର- ୧୦ବର୍ଷରେ ୫୬୦୯ ବନ୍ୟପ୍ରାଣୀ ଓ ୧୩୯୬ ଲୋକଙ୍କର ମୃତ୍ୟୁ

NEWS7
ms-dhoni-gets-emotional-says-chennai-super-kings-help-him

ଭୁବନେଶ୍ବର ୨।୧୨: ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇରେ ହଜାରେ ୩୯୬ ଲୋକଙ୍କ ମୃତ୍ୟୁ ହେଲାଣି । ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇରେ ୫,୬୦୯ ସଂଖ୍ୟକ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି । ଗତ ୧୦ ବର୍ଷରେ ୧,୩୯୬ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିନିମନ୍ତେ ସରକାରଙ୍କ ଦ୍ବାରା ୬୧୭୪.୬୮ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ।

ମୃତ୍ୟୁ ସଂଖ୍ୟାରେ ରୋକ୍ ଲଗାଇବା ନିମନ୍ତେ ବିଭାଗ ପକ୍ଷରୁ ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶୀକାର ନିରୋଧକ ଶିବିର, ପକ୍ଷୀ ସୁରକ୍ଷା ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନ କୌଶଳର ଉପଯୋଗିତା ଦ୍ବାରା ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନୀରିକ୍ଷଣ, ଆଣ୍ଟି-ଡିପ୍ରେଡେସନ/ଆଣ୍ଟି ପୋଚିଂ ସ୍କ୍ବାଡ୍ ମୁତୟନ, ଜନ ସଚେତନତା ଇତ୍ୟାଦି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ବିଧାନସଭାରେ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।