ଅଙ୍ଗନବାଡିରେ ଖେଳୁଛି ପଢ଼ୁଛି ଆଇଏଏସଙ୍କ କୁନି ଝିଅ : କିଏ ସେ ବଡ଼ ଅଫିସର, କାହିଁକି ଝିଅକୁ ସରକାରୀ ସ୍କୁଲରେ ବସେଇଲେ ?

NEWS7
mp-honey-trap-student-say-accused-arati-make-my-video-spoiled-my-life

ନୂଆଦିଲ୍ଲୀ: ଶିଶୁର ବିକାଶକୁ ଗଢ଼ି ତୋଳିବାରେ ପ୍ରାରମ୍ଭିକ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେଥିପାଇଁ ବାପା-ମା’ମାନେ ଆଜିକାଲି ଏଥିପାଇଁ ଖୁବ୍ ତତ୍ପର। ୨ ବର୍ଷ ହେଉ ହେଉ ସେମାନେ ପିଲାଙ୍କୁ ପ୍ଲେ ସ୍କୁଲକୁ ପଠେଇ ଦେଉଛନ୍ତି। କିନ୍ତୁ ଆପଣ ଜାଣିଥିବେ, ପ୍ରାୟ ପ୍ରତ୍ୟେକ ଅଭିଭାବକ ନିଜ ପିଲାଙ୍କୁ ପ୍ରାଇଭେଟ୍ ସ୍କୁଲକୁ ପଠାଇବାକୁ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଅଙ୍ଗନବାଡ଼ିର ଗୁରୁତ୍ୱ କମୁଛି । ଏଭଳି ସ୍ଥିତିରେ ଜଣେ ଆଇଏଏସ୍‌ ଅଫିସରଙ୍କ ପଦକ୍ଷେପ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସେ ନିଜର ୩ ବର୍ଷର ଝିଅକୁ ଅଙ୍ଗନବାଡ଼ି ପଢ଼ିବାକୁ ଛାଡ଼ିଛନ୍ତି ।  ଆଇଏଏସ୍‌ ଅଧିକାରୀଙ୍କ ଏହି ପଦକ୍ଷେପ ସମାଜ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଥିବା ବେଳେ ଅଙ୍ଗନବାଡ଼ି ଶିକ୍ଷାର ଗୁରୁତ୍ବ ପ୍ରତି ବଡ଼ ବାର୍ତ୍ତା ମଧ୍ୟ ଦେଇଛି । 

ସେ ହେଉଛନ୍ତି ମଧ୍ୟପ୍ରଦେଶର ଚିତ୍ରକୁଟ ଜିଲ୍ଲାପାଳ ପୁଲକିତ ଗର୍ଗ । ସେ ତାଙ୍କ ତିନି ବର୍ଷର ଝିଅ ସିଆଙ୍କ ଏକ ସରକାରୀ ଅଙ୍ଗନୱାଡି କେନ୍ଦ୍ରରେ ନାଁ ଲେଖାଇଛନ୍ତି। ତାଙ୍କର ଏହି ପଦକ୍ଷେପ, ସରକାରୀ ଶିକ୍ଷା ସେବାକୁ ଗୁରୁତ୍ୱାରୋପ କରିଛି। ଆଉ ଅଭିଭାବକମାନଙ୍କୁ ଉତ୍ସାହିତ କରିଛି । ଗର୍ଗ ନୟା ବଜାର ଅଞ୍ଚଳରେ ଏକ ସରକାରୀ କମ୍ପୋଜିଟ୍ ସ୍କୁଲ ସହିତ ସଂଲଗ୍ନ ଏକ ଅଙ୍ଗନବାଡିରେ ସିଆକୁ ପ୍ଲେ ଗ୍ରୁପ୍ ରେ ପ୍ରବେଶ କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ସେ ପ୍ରାୟ ଚାରି ଦିନ ପୂର୍ବରୁ ବ୍ୟକ୍ତିଗତ ଭାବରେ ଅଙ୍ଗନାବାଡ଼ି ପରିଦର୍ଶନ କରିଥିଲେ ଏବଂ ସବୁ ଔପଚାରିକତା ଶେଷ କରିଥିଲେ।

ଏକ ସାକ୍ଷାତକାରରେ, ଗର୍ଗ କହିଛନ୍ତି, ରକାରୀ ଶିକ୍ଷାର ଗୁଣବତ୍ତା ଯଥେଷ୍ଟ ଉନ୍ନତ ହୋଇଛି। "ପରିସ୍ଥିତି ଆଉ ପୂର୍ବ ପରି ନାହିଁ। ଶିକ୍ଷାର ଗୁଣବତ୍ତା ନିରନ୍ତର ଉନ୍ନତ ହୋଇଛି ଏବଂ ସମ୍ବଳର କୌଣସି ଅଭାବ ନାହିଁ। ଯଦି ଜଣେ IAS ଅଧିକାରୀ ତାଙ୍କ ପିଲାକୁ ସରକାରୀ ପ୍ରତିଷ୍ଠାନରେ ପଢ଼ାଉଛନ୍ତି, ତେବେ ସାଧାରଣ ବାପା ମା ଏମିତି କରିବାକୁ ଆଦୌ ସଂକୋଚ କରିବା ଉଚିତ୍ ନୁହେଁ,"

ଗର୍ଗ ଏହା ମଧ୍ୟ କହିଛନ୍ତି ଯେ, ପିଲାର ପ୍ରାରମ୍ଭିକ ବର୍ଷଗୁଡ଼ିକରେ, ଉତ୍ତମ ଖାଦ୍ୟ, ସ୍ୱାସ୍ଥ୍ୟ, ଜୀବନର ମୂଲ୍ୟବୋଧ ଏବଂ ଏକ ସୁରକ୍ଷିତ ପରିବେଶ ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି କହିଛନ୍ତି ଯେ, ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ପିଲାମାନଙ୍କୁ ଶିକ୍ଷା ଦେବାରେ ସାହାଯ୍ୟ କରିବା ସହିତ ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକ ଯୋଗାଇବାରେ ଭଲ କାମ କରୁଛି । ସାମାଜିକ ପକ୍ଷପାତରୁ ଆଗକୁ ବଢ଼ି ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାରେ ବିଶ୍ୱାସ ରଖିବାକୁ ପିତାମାତା, ଗ୍ରାମବାସୀ ଏବଂ ଅଧିକାରୀମାନଙ୍କୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଏଭଳି ସରକାରୀ ପ୍ରତିଷ୍ଠାନକୁ ଯେତେବେଳେ ଲୋକମାନେ ବିଶ୍ୱାସ ଦେଖାଇବେ, ସେତେବେଳେ ବ୍ୟବସ୍ଥା ଆହୁରି ମଜବୁତ ହେବ ବୋଲି କହିଛନ୍ତି ପୁ।