ଧର୍ମ ନାଁରେ କରୁଥିଲେ ମହାପାପ; ସନ୍ନ୍ୟାସୀ ରଖିଥିଲେ ଯୌନ ଉଦ୍ଦୀପକ ସାମଗ୍ରୀ, ପର୍ଣ୍ଣ ସିଡି; ୪ ଜଣଙ୍କୁ ବାନ୍ଧିଲା ପୋଲିସ

NEWS7
mp-and-mla-laid-the-foundation-stone-of-the-road-works-under-the-pm-rural-roads-scheme

ନୂଆଦିଲ୍ଲୀ: ମନ୍ଦିର ଭିତରେ କେଳେଙ୍କାରୀ । ଯୌନ କେଳେଙ୍କାରୀରେ ଲିପ୍ତ ସାଧୁ, ସନ୍ଥ । ସନ୍ନ୍ୟାସୀମାନେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ବେପାର କରୁଛନ୍ତି । ଏଭଳି ଅଭିଯୋଗ ପାଇବା ପରେ ମନ୍ଦିରରେ ପହଞ୍ଚିଥିଲା ପୋଲିସ । ହେଲେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ପୋଲିସ ଯାହା ପାଇଲା, ଆଶ୍ଚର୍ଯ୍ୟ ହୋଇଗଲା । ସନ୍ନ୍ୟାସୀମାନଙ୍କ ପାଖରୁ ମିଳିଲା ପର୍ଣ୍ଣ ଭର୍ତ୍ତି ସିଡି, ସେକ୍ସ ଟୟ ଏବଂ ଦେହଜୀବୀଙ୍କ ତାଲିକା । ଏଭଳି ଏକ ଅସ୍ବାଭାବିକ ଘଟଣା ଥାଇଲାଣ୍ଡର ଏକ ବୌଦ୍ଧ ମନ୍ଦିରରେ ଘଟିଛି । ବୌଦ୍ଧ ଭିକ୍ଷୁମାନଙ୍କ କେଳେଙ୍କାରୀ ଦେଶରେ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଶକ୍ତ ଆଘାତ ଦେଇଛି । ତେବେ ଲୋକଙ୍କ ଆସ୍ଥାକୁ ବିପଦରେ ପକାଇବା ଅଭିଯୋଗରେ ମନ୍ଦିରର ୪ ଭିକ୍ଷୁଙ୍କୁ ପୋଲିସ ଗିରଫ କରିଛି ।

ଭିକ୍ଷୁମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଥିବା ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଜାନୁଆରୀ ୨୭ ତାରିଖରେ ଚୋନବୁରି ପ୍ରଦେଶର ଫ୍ରୋମ୍ ସୁନ୍ଥନ୍ ମନ୍ଦିରରେ ଖୋଜାଖୋଜି କରିଥିଲା। ମନ୍ଦିରରେ ଖୋଜାଖୋଜି କରିବା ପରେ, ପୋଲିସ ନଗଦ ୨୦୭୦ ୟୁରୋ, ଏକ ପର୍ଣ୍ଣ ଡିସ୍କ ସହିତ ଏକ ଡିଭିଡି ପ୍ଲେୟାର, ଦେହଜୀବୀଙ୍କ ତାଲିକା, ଯୌନ ଉଦ୍ଦୀପକ ସାମଗ୍ରୀ ପାଇଥିଲା ବୋଲି ଡେଲି ମେଲ୍ ରିପୋର୍ଟ କରିଛି। ଗିରଫ ହୋଇଥିବା ଭିକ୍ଷୁମାନେ ହେଉଛନ୍ତି ଫ୍ରା ସୁପାଚାଇ ଜାନ୍ତାୱଙ୍ଗ(୩୫), ଫ୍ରା ବିରାଟ ମୁକଦାସନିତ (୪୫) ଏବଂ ଫ୍ରା ଥାନାପୋଲ ମାଇସନ (୫୯) ଏବଂ ମନ୍ଦିରର ମଠାଧୀଶ ଫ୍ରା ଫୋଟିସାଙ୍ଗ ତାଏବମୁଆନ।

ଡେଲି ମେଲ୍ ରିପୋର୍ଟ କରିଛି ଯେ, ୪ ବୌଦ୍ଧ ଭିକ୍ଷୁଙ୍କୁ ପଦବୀରୁ ହଟାଇ ଦିଆଯାଇଛି ଏବଂ ବୌଦ୍ଧ ଧର୍ମ ପାଳନ କରିବାରୁ ନିଷେଧ କରାଯାଇଛି। ଚୋନବୁରିର ଆଭ୍ୟନ୍ତରୀଣ ସୁରକ୍ଷା ଅଭିଯାନ କମାଣ୍ଡ (ISOC)ର କର୍ଣ୍ଣେଲ ସାକସିଲ୍ପ କାମନୋଏଡସିନ୍ କହିଛନ୍ତି, ‘ନିର୍ଦ୍ଦିଷ୍ଟ ଡ୍ରଗ୍ସ ବ୍ୟବହାର କରୁଥିବା ତିନି ଜଣ ଭିକ୍ଷୁଙ୍କୁ ପୁନର୍ବାସ ପାଇଁ ପୋଲିସ ଏବଂ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ।’

ମନ୍ଦିରର ମଠାଧୀଶ ଜଣେ କରେନ୍ ନାଗରିକ ଏବଂ ସିଭିଲ୍ ରେକର୍ଡରେ ପଞ୍ଜିକୃତ ନୁହେଁ ବୋଲି ଜଣାପଡ଼ିଥିଲା। କରେନ୍ ଲୋକମାନେ ମୁଖ୍ୟତଃ ମିଆଁମାରର ଆଦିବାସୀ । ପୋଲିସ କହିଛି ଯେ, ତାଙ୍କୁ ଇମିଗ୍ରେସନ୍ ଅଧିକାରୀଙ୍କ ହସ୍ତାନ୍ତର କରାଯାଇଥିଲା ଏବଂ ତା'ପରେ ତାଙ୍କୁ ତାଙ୍କ ମୂଳ ଦେଶକୁ ପଠାଯିବ। ମେଥ୍ (ଯୌନ ଉଦ୍ଦୀପକ ଡ୍ରଗ୍ସ) ପଜିଟିଭ୍ ଚିହ୍ନଟ ଭିକ୍ଷୁମାନଙ୍କ ମଧ୍ୟରୁ ଜଣେ ସୁପାଚାଇ କହିଛନ୍ତି ଯେ, ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇବାକୁ ଔଷଧ ନେଇଥିଲେ।

ଥାଇଲାଣ୍ଡରେ ବୌଦ୍ଧ ଧର୍ମ ହେଉଛି ପ୍ରାଥମିକ ଧର୍ମ। ତଥାପି, ଭିକ୍ଷୁମାନେ ଯୌନ ସ୍କାଣ୍ଡାଲରେ ଫସି ରହିଛନ୍ତି । ଗତ ବର୍ଷ ଜୁଲାଇରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଥିଲା । ସିକା ଗଲ୍ଫ ନାମରେ ଜଣାଶୁଣା ୱିଲାୱାନ ଏମସାୱାଟ ନାମକ ଜଣେ ମହିଳା ଲୋକପ୍ରିୟ ମନ୍ଦିରର ବରିଷ୍ଠ ଭିକ୍ଷୁମାନଙ୍କୁ ଅଶ୍ଳୀଳ ଫଟୋ ଏବଂ ଭିଡିଓ ମାଧ୍ୟମରେ ବ୍ଲାକମେଲ୍ କରୁଥିଲେ। ଅନେକ ଉଚ୍ଚପଦସ୍ତ ଭିକ୍ଷୁ ସେହି ମହିଳାଙ୍କୁ ମନ୍ଦିର ପାଣ୍ଠି ଦେଇଥିଲେ । ତାଙ୍କ ଘରେ ଅନେକ ବରିଷ୍ଠ ଭିକ୍ଷୁଙ୍କ ସହିତ ଜଡିତ ପ୍ରାୟ ୮୦ ହଜାର ଅଶ୍ଳୀଳ ଫଟୋ ଏବଂ ଭିଡିଓ ଥିଲା । ସେ ଭିକ୍ଷୁମାନଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ ଏବଂ ପରେ ସେମାନଙ୍କୁ ବ୍ଲାକମେଲ୍ କରି ଟଙ୍କା ହଡ଼ପ କରିଥିଲେ ।