ଆହତ ହାତୀର କପିଳାସରେ ହେବ ଚିକିତ୍ସା, ସ୍ଵତନ୍ତ୍ର ଗାଡ଼ିରେ ପଠାଗଲା ବନ ବିଭାଗ

NEWS7
mountaineer-kalpana-dash-dead-body-towords-dhenkanal

ଅନୁଗୁଳ ୧୬/୦୧: ବୋମା ଖାଇ ହାତୀ ଗୁରୁତର । କପିଳାସ ହାତୀ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତରିତ ହେଲା ବୋମା ଖାଇ ଗୁରୁତର ହୋଇପଡ଼ିଥିବା ହାତୀ । ରେସ୍କ୍ୟୁ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଐରାବତରେ ହାତୀଟିକୁ ଢେଙ୍କାନାଳ କପିଳାସ ଜୁ’ କୁ ନିଆଯାଇଛି। ଅନୁଗୁଳ ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରେ ଅସୁସ୍ଥ ଦନ୍ତା ହାତୀକୁ ଶେଷର ବନ ବିଭାଗ ରାତିରେ କପିଳାସକୁ ଅଧିକ ଚିକିତ୍ସା ପାଇଁ ପଠାଇଛି ।

ହାତୀଟି ବୋମା ଖାଇ ଆହତ ହୋଇଥିଲା । ତାର ମୁହଁ ଏବଂ ପାଟିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ହାତୀଟିକୁ କପିଳାସ,ସାତକୋଶିଆ ଆଉ ଅନୁଗୁଳର ପଶୁ ଚିକିତ୍ସକ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ କପିଳାସ ପଠାଯାଇଛି । ତାକୁ ଏକ କ୍ରେନ ସହାଯ୍ୟରେ ଉଠାଇ ଏକ ସ୍ଵତନ୍ତ୍ର ଗାଡ଼ିରେ କପିଳାସ ହାତୀ ରେସକ୍ୟୁ ସେଣ୍ଟରକୁ ପଠାଯାଇଛି ବୋଲି କହିଛନ୍ତି ଅନୁଗୁଳ ଡିଏଫଓ ।

ତେବେ ହାତୀଟି ୬ କିମ୍ବା ୭ ଦିନ ତଳୁ ଆହତ ଥିବା ସୂଚନା ଦେଇଛନ୍ତି। ହାତୀଟି କିଛିଦିନ ପୂର୍ବରୁ ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରୁ ଅନୁଗୋଳ ବନ୍ତଳା ଅଞ୍ଚଳକୁ ଆସିଥିଲା । ତେବେ ଏହାର ତଦନ୍ତ ଚାଲିଛି। ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅନୁଗୋଳ ଡିଏଫଓ ।