ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ସ୍ବର୍ଗଦ୍ବାର ଫେରିବା ବେଳେ ବଚସା, ଯୁବକଙ୍କ ବେକ କାଟିଦେଲେ ଦୁର୍ବୃତ୍ତ

NEWS7
motu-ps-iic-on-vigilance-net-2-8-lakh-found-from-car

ପୁରୀ ୯।୧: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ଛୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା । ଗୁରୁବାର ବିଳମ୍ବିତ ରାତିରେ ପୁରୀ ସ୍ୱର୍ଗଦ୍ବାର ନିକଟ ଚୈତନ୍ୟ ଛକ ଠାରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଛୁରୀରେ ବେକକୁ କାଟି ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗ୍ରାମର ରଞ୍ଜନ କୁମାର ଦାସ ।

ସୂଚନାଯୋଗ୍ୟ ଯେ, ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ କରିବାକୁ ସ୍ୱର୍ଗଦ୍ବାର ଆସିଥିଲେ ମୃତ ଯୁବକ ରଞ୍ଜନ । ତେବେ ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ସ୍ବର୍ଗଦ୍ବାର ବାହାରକୁ ଆସିବା ପରେ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ବଚସା ପରେ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୁତ୍ତ । ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା ।

ମୃତକଙ୍କ ସାଙ୍ଗରେ ଥିବା ଆଉ ଜଣେ ଯୁବକଙ୍କୁ ମଧ୍ୟ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ । ଆହତ ଯୁବକ ହେଉଛନ୍ତି ମାନସ ରଞ୍ଜନ ନାୟକ । ଖବର ପାଇ ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଛି । ମୃତଦେହକୁ ପୁରୀ ହସ୍ପିଟାଲକୁ ପଠାଇଛି ପୋଲିସ । କିନ୍ତୁ ଏପର୍ଯ୍ୟନ୍ତ ଦୁର୍ବୃତ୍ତ ମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇପାରିନାହିଁ ।