ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ : ନାକେଦମ୍ ଅଗ୍ନିଶମ ବିଭାଗ, ନିଆଁ ଲିଭାଉଛି ରୋବର୍ଟ

NEWS7
mother-to-save-her-4-years-child-worked-in-red-light-area

ଭୁବନେଶ୍ବର ୧୫।୨: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ନିକଟ ନୁଁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି । ନିଆଁକୁ ଆୟତ ପାଇଁ ୬ ଘଣ୍ଟା ପରେ ଝାରସୁଗୁଡାରୁ ରୋବର୍ଟ ଆସି ନିଆଁ ଲିଭାଇବା ପାଇଁ ଚାଲିଛି ପ୍ରୟାସ । ଗୋବିନ୍ଦପୁର, ଲଇକେରା ଓ କିର୍ମିରାରୁ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରୁଛି । ହେଲେ ଦୀର୍ଘ ସାଢେ ୫/୬ ଘଣ୍ଟା ହେଲାଣି ନିଆଁ ଆୟତ ହେଉନି ହୁତୁ ହୁତୁ ହୋଇ ଜଳୁଛି । ପ୍ରାୟ ୬୦ ପ୍ରତିଶତ ଆୟତ ହୋଇଥିବା ବେଳେ ନିଆଁଲିଭା ଜାରି ରହିଛି ।

ବାମରା ଗଡପୋଷ ରାସ୍ତା ନୁନିଆଁମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରବିବାର ସକାଳୁ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଛି । ଉପଖଣ୍ଡର ସବୁଠାରୁ ବଡ ଶୀତଳ ଭଣ୍ଡାରରେ ନିଆଁ ଲାଗି ଯିବାରୁ, ଅଞ୍ଚଳର ଚାଷୀଙ୍କ ଗଛିତ ଲଙ୍କା, ଆମ୍ବ ଟାକୁଆ, ମହୁଲ ଆଦି ପୋଡି ନଷ୍ଟ ହୋଇଛି ।

ନିଆଁକୁ ଆୟତ କରାଯିବାକୁ ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରାଣାପଣେ ଉଦ୍ୟମ କରୁଥିବା ବେଳେ, ଭିତରେ ପଶି ନିଆଁ ଆୟତ କରବା ପାଇଁ ନାକେଦମ ହେବାରୁ ଝାରସୁଗୁଡାରୁ ରୋବର୍ଟ ମଗାଯାଇଛି । ୫୦୦୦ ମେଟ୍ରିକ ଟନର ଶୀତଳ ଭଣ୍ଡାର ହାରାହାରି ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ, ଗଚ୍ଛିତ କଞ୍ଚାମାଲ ଓ ଅନ୍ୟାନ ଆସବାବ ଯନ୍ତ୍ରପାତି ୫ କୋଟି ଟଙ୍କାର ନଷ୍ଟ ହୋଇଛି । ନିଆଁକୁ ଆୟତ ପାଇଁ ଏବେ ଅଗ୍ନିଶମ କର୍ମଚାରୀଙ୍କ ସହିତ ରୋବର୍ଟ ସାମିଲ ହୋଇଛି । ନିଆଁକୁ ଆୟତ ପାଇଁ ଚାଲିଛି ଜୋରଦାର ପ୍ରୟାସ ।