ଭାଲେଣ୍ଟାଇନ୍ସ ଡେରେ ହେଲିକପ୍ଟର ଉପହାର, ଠକ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ଲେଖିଲା ପ୍ରେମଭରା ଚିଠି…

NEWS7
mother-suicide-after-giving-poison-to-her-children-in-malkangiri

ନୂଆଦିଲ୍ଲୀ ୧୫।୨: ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ଥାଏ। ଏବେ ପୁଣିଥରେ ଚର୍ଚ୍ଚାରେ ସୁକେଶ। ଭାଲେଣ୍ଟାଇନ୍ ଡେ’ରେ ସେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଏକ ଚିଠି ଲେଖିଛି। ଚିଠିରେ ସୁକେଶ ନିଜ ପ୍ରେମକୁ ପ୍ରକାଶ କରିଛି। ଏହା ସହ ସେ ଭାଲେଣ୍ଟାଇନ୍ସ ଡେ ଉପହାର ସ୍ୱରୂପ ଜ୍ୟାକଲିନଙ୍କୁ ଏକ ହେଲିକପ୍ଟର ମଧ୍ୟ ଉପହାର ଦେଇଛି ବୋଲି କହିଛି।

ସୁକେଶ ଭାଲେଣ୍ଟାଇନ୍ସ ଡେରେ ଜ୍ୟାକଲିନଙ୍କୁ ଏକ ଲମ୍ବା ଚିଠି ଲେଖି ତାଙ୍କର ହୃଦୟର ଭାବନା ପ୍ରକାଶ କରିଛି। ଚିଠିରେ ସୁକେଶ ଅଭିନେତ୍ରୀଙ୍କୁ ଏକ ବିଳାସପୂର୍ଣ୍ଣ ଏୟାରବସ୍ ଏଚ୍-ସିରିଜ୍ ହେଲିକପ୍ଟର ଉପହାର ଦେଇଥିବା ମଧ୍ୟ ଦାବି କରିଛି। ଆଶ୍ଚର୍ଯ୍ୟର କଥା ହେଉଛି, ସୁକେଶ ଏହି ହେଲିକପ୍ଟରକୁ ତା’ର କଠିନ ପରିଶ୍ରମର ଟଙ୍କା ବୋଲି କହିଛି, ଯଦିଓ ସେ ବର୍ତ୍ତମାନ କୋଟି କୋଟି ଟଙ୍କାର ଠକେଇ ପାଇଁ ଜେଲ ଅଛି। ସୁକେଶଙ୍କ ଜ୍ୟାକଲିନଙ୍କୁ ଲେଖିଥିବା ଚିଠିଟିରେ ‘ମାଇଁ ବେବି ବୋମ୍ମା ଜ୍ୟାକଲିନ’ରୁ ଆରମ୍ଭ କରିଛି। ସେ ଲେଖିଛି ଜେଲର କାନ୍ଥ ତାଙ୍କୁ ଜ୍ୟାକଲିନଙ୍କଠାରୁ ଅଲଗା କରିପାରେ, କିନ୍ତୁ ତାଙ୍କ ହୃଦୟ ଏବଂ ପ୍ରତ୍ୟେକ ହୃଦସ୍ପନ୍ଦନ ଜ୍ୟାକଲିନଙ୍କର। ଏହା ବ୍ୟତୀତ, ଏହି ପ୍ରେମପତ୍ରରେ ସେ ସେମାନଙ୍କ ପ୍ରେମ କାହାଣୀକୁ ରୋମିଓ ଏବଂ ଜୁଲିଏଟ୍, ହିର-ରାଞ୍ଝା ଏବଂ ଲୈଲା-ମଜନୁଙ୍କ ସହିତ ତୁଳନା କରିଛି। ସୁକେଶ ଅଭିନେତ୍ରୀଙ୍କ ପାଇଁ ସୃଷ୍ଟି କରିଥିବା ‘ ଆଇନଗତ ସମସ୍ୟା, ଲଜ୍ଜା ଏବଂ ଚାପ‘ ପାଇଁ କ୍ଷମା ପ୍ରାର୍ଥନା କରିଛି। ସେ ଲେଖିଛି ତୁମେ ସହ୍ୟ କରିଥିବା ଯେକୌଣସି ଆଇନଗତ ଅସୁବିଧା ପାଇଁ ମୁଁ ଗଭୀର ଭାବରେ ଦୁଃଖିତ।’…

ସୁକେଶ ଏହା ମଧ୍ୟ ଦାବି କରିଛି ଯେ ‘ଝଡ଼‘ ଶେଷ ହେବାକୁ ଯାଉଛି ଏବଂ ସବୁକିଛି ସଜାଡ଼ି ଜ୍ୟାକଲିନକୁ ଶାନ୍ତି ଫେରାଇ ଆଣିବାକୁ ପ୍ରତିଜ୍ଞା କରିଥିଲି। ତୁମେ ମୋର ଏବଂ କେବଳ ମୋର, ସବୁଦିନ ପାଇଁ ମୋ ଆତ୍ମାରେ। ଅନ୍ୟ କୌଣସି ପୁରୁଷ ତୁମ ହୃଦୟର ଏକ ଛୋଟ ଅଂଶ ମଧ୍ୟ ନେଇପାରିବ ନାହିଁ। ବେବି ମୁଁ ତୁମ ପାଇଁ ଏକ ସ୍ୱତନ୍ତ୍ର ଉପହାର ପ୍ରସ୍ତୁତ କରିଛି, ଯାହା ତୁମକୁ ରାଣୀ ଭାବରେ ଫିଟ୍ ହେବ। ଏକ ଏୟାରବସ୍-ଏଚ୍ ସିରିଜ୍ ହେଲିକପ୍ଟର ତୁମକୁ ଦେଉଛି। ଏଥିରେ ବିଳାସପୂର୍ଣ୍ଣ କଷ୍ଟମ୍ ଇଣ୍ଟେରିୟର ସହିତ, ତୁମର ନାଁର ପ୍ରଥମ ଅକ୍ଷର ଖୋଦିତ ରହିଛି।

ସୁକେଶ କହିଛନ୍ତି ଯେ ହେଲିକପ୍ଟରଟି ଜ୍ୟାକଲିନଙ୍କ ପ୍ରଥମ ଅକ୍ଷର, ଜେଏଫକୁ କଷ୍ଟମାଇଜ୍ କରାଯାଇଛି। ଏହା ଅଭିନେତ୍ରୀଙ୍କୁ ମୁମ୍ବାଇର ବ୍ୟସ୍ତବହୁଳ ରାସ୍ତାରେ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ନ ହୋଇ ସୁଟିଂ ପାଇଁ ଦୂରଦୂରାନ୍ତ ସ୍ଥାନଗୁଡ଼ିକୁ ଯାତ୍ରା କରିବାକୁ ସହଜ ହେବ। ହେଲିକପ୍ଟରଟି କୌଣସି ଅପରାଧରୁ ନୁହେଁ, କଠିନ ପରିଶ୍ରମର ଟଙ୍କାରେ କିଣାଯାଇଛି ବୋଲି ସୁକେଶ କହିଛି। ତେବେ ଏହି ଉପହାର ବିଷୟରେ ଜ୍ୟାକଲିନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।