ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ, ୩ ଦିନ ପରେ ଘରକୁ ଫେରିଲା ମୃତଦେହ

NEWS7
mother-including-six-children-mruta-in-misissipi

ଟାଙ୍ଗୀ ୬।୧: ସାଙ୍ଗ ମାନଙ୍କ ସହିତ ଭୋଜି କରିବାକୁ ଗଲେ । ଭୋଜିଭାତରେ ସମସ୍ତେ ମସଗୁଲ ରହିଲେ । ଭୋଜି ପରେ ସାଙ୍ଗମାନେ ନିଜ ନିଜ ଘରକୁ ଫେରିଲେ । କିନ୍ତୁ ଜଣେ ନାବାଳକ ଘରକୁ ଫେରି ନଥିଲା । କେଉଁଆଡ଼େ ନିଖୋଜ ହୋଇଗଲେ । ଏ ନେଇ ନାବାଳକଙ୍କ ମା’ ଥାନାର ଦ୍ବାରସ୍ଥ ବି ହେଲେ । କିନ୍ତୁ ୩ ଦିନ ପରେ ପୋଖରୀରୁ ମିଳିଲା ମୃତଦେହ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ନାବାଳକ ଗତ ୩ ତାରିଖରେ ସାଙ୍ଗ ମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ । ଭୋଜିଭାତରେ ସମସ୍ତେ ମସଗୁଲ ରହିଥିଲେ । ଭୋଜି ସରିବା ପରେ ସାଙ୍ଗମାନେ ନିଜ ନିଜ ଘରକୁ ଫେରିଥିଲେ । କିନ୍ତୁ ନାବାଳକ ଜଣଙ୍କ ଘରକୁ ଫେରିନଥିଲା । ଭୋଜି ସ୍ଥଳରୁ ହଠାତ୍ ନାବାଳକ ଜଣଙ୍କ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ପରିବାରଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ତେବେ ନାବାଳକଙ୍କ ନିଖୋଜ ନେଇ ତାଙ୍କ ମା' ବାଣପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଘଟଣା ୩ ଦିନ ପରେ ଗାଁ ଠାରୁ ଅଳ୍ପ ଦୂରରେ ଥିବା ଏକ ପୋଖରୀରୁ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ପୋଖରୀ କୂଳରେ ମୃତ ନାବାଳକଙ୍କ ପ୍ୟାଣ୍ଟ-ସାର୍ଟ ସହ ବିଭିନ୍ନ ମାରଣାସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ନାବାଳକଙ୍କୁ ଅପହରଣ ଓ ପରେ ହତ୍ୟା ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି । ମୃତ ନାବାଳକଙ୍କ ୨ ଜଣ ସାଙ୍ଗକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ବୋଲି ବାଲୁଗାଁ SDPO ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ କି ବିଗତ ଦିନରେ ନାବାଳକଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା । ସେହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଦୋଷୀଙ୍କୁ ଏବେ ଆଜୀବନ କାରାଦଣ୍ଡ ସଜ୍ଜା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଉ ଏବେ ନାବାଳକ ଜଣଙ୍କ ନିଖୋଜ ହେବା ପରେ ତାଙ୍କ ମୃତଦେହ ମିଳିବା ଘଟଣା ଏକ ସନ୍ଦେହଘେରକୁ ଟାଣିଛି ।