ୟୁପି ବୋର୍ଡ ପରୀକ୍ଷାରେ ୩ ଲକ୍ଷ ଛାତ୍ରଛାତ୍ରୀ ଅନୁପସ୍ଥିତ; ଦୁଇ ଦିନ ଆସିଲେ, ତାପରେ ଦେଖାନାହିଁ

NEWS7
mother-drink-kerosene-and-her-2-month-baby-anugul

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯାଇଛି । ୭୫ଟି ଜିଲ୍ଲାରେ ଅନୁଷ୍ଠିତ ଏହି ପରୀକ୍ଷାକୁ ଏସିଆର ସର୍ବବୃହତ୍ତ ବୋର୍ଡ ପରୀକ୍ଷା ଭାବରେ ବିବେଚନା କରାଯାଏ। ଏହି ବର୍ଷ ୮,୦୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଲାଗି ମୋଟ ୫୨,୫୩,୭୪୬ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିଲେ । କିନ୍ତୁ ପ୍ରଥମ ଦୁଇ ଦିନରେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ସେପଟେ କପି ରୋକିବା ଏବଂ ଶାନ୍ତିପୂର୍ଣ୍ଣ ପରୀକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି। କିନ୍ତୁ ୩,୧୩,୭୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉନାହାନ୍ତି ।

ଦଶମ ବୋର୍ଡ ପରୀକ୍ଷା ପାଇଁ ମୋଟ ୨୭,୫୪,୩୭୬ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିଲେ। ଏଥିମଧ୍ୟରୁ ୨,୫୮୩,୦୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । କିନ୍ତୁ ୧୭୧,୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି । ପ୍ରଥମ ଦିନରେ ହିନ୍ଦୀ ପରୀକ୍ଷା ସକାଳ ସିଫ୍ଟରେ କରାଯାଇଥିଲା। ସେହିଭଳି ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ ୨୪,୯୯, ୩୭୦ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିଲେ। ଏଥିମଧ୍ୟରୁ ୨୩,୫୬,୯୮୩ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ୧,୪୨,୩୮୭ ଜଣ ଅନୁପସ୍ଥିତ ଥିଲେ।

ହାଇସ୍କୁଲ ପରୀକ୍ଷାର ପ୍ରଥମ ଦିନରେ, ତିନି ଜଣ ଛାତ୍ର କପି କରି ଧରାପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ହାପୁରରେ ଦୁଇଜଣ ଏବଂ ବରେଲିରେ ଜଣେ କପି କରୁଥିବା ବେଳେ ଧରାପଡ଼ିଥିଲେ। ଦ୍ବାଦଶ ବୋର୍ଡ ପରୀକ୍ଷାର ପ୍ରଥମ ଦିନରେ କୌଣସି ଛାତ୍ରଛାତ୍ରୀ କପି କରିଥିବା ନେଇ ରିପୋର୍ଟ ନାହିଁ । ଫତେପୁର, କନୌଜ, କୌଶାମ୍ବୀ ଏବଂ ଇଟାୱାରେ ପାଞ୍ଚ ଜଣ ନକଲି ଛାତ୍ରଛାତ୍ରୀ ୟୁପି ବୋର୍ଡ ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଥିଲେ। ସେମାନଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ସାଧାରଣ ପରୀକ୍ଷା ଆଇନ ୨୦୨୪ ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଛି।