Goa Nightclub Case: ଇଣ୍ଡିଗୋ ବିମାନରେ ଦେଶ ଛାଡ଼ି ପଳାଇଲେ ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ

NEWS7
mother-drink-kerosene-and-her-2-month-baby-anugul

ପାନାଜୀ: ଗୋଆର ଏକ ନାଇଟ୍ କ୍ଲବ୍ରେ ଭୀଷଣ ଅଗ୍ନକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଏବେ ଖୋଳତାଡ଼ ଚଳାଇଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ତଥା ନାଇଟ୍ କ୍ଲବର ମାଲିକଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଥିଲା ପୋଲିସ । ହେଲେ କ୍ଲବର ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା ଦେଶ ଛାଡ଼ି ଚାଲି ଯାଇଛନ୍ତି । ଇଣ୍ଡିଗୋ ବିମାନ ଯୋଗେ ଲୁଥ୍ରା ବ୍ରଦର୍ସ ଥାଇଲାଣ୍ଡର ଫୁକେଟ୍କୁ ଚାଲି ଯାଇଛନ୍ତି ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡ ମାମଲା ପରେ ପୋଲିସ ଦୁଇ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୋଲିସ୍ ଦିଲ୍ଲୀସ୍ଥିତ ଲୁଥ୍ରାଙ୍କ ବାସଭବନରେ ଚଢ଼ାଉ କରିଥିଲା ।

ସେପଟେ ପୋଲିସ ଏବେ ଇଣ୍ଟରପୋଲ୍ର ଯୋଗାଯୋଗ କରୁଛି । ଯଥାଶୀଘ୍ର ଲୁଥ୍ରା ବ୍ରଦର୍ସଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଶନିବାର ପାନାଜୀରୁ ୨୫ କିଲୋମିଟର ଦୂରରେ ଥିବା ଏକ ନାଇଟ କ୍ଲବ୍ରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ନାଇଟ୍ କ୍ଲବର ୨୦ କର୍ମଚାରୀ ଏବଂ ୫ ଜଣ ଯାତ୍ରୀ ଥିଲେ । ଅଗ୍ନିକାଣ୍ଡ ପରେ ପୋଲିସ ପ୍ରଥମେ ଲୁଥ୍ରା ଭାଇଙ୍କ ବିରୋଧରେ ଏଫଆଇର ରୁଜୁ କରିଥିଲା ଏବଂ ଦିଲ୍ଲିସ୍ଥିତ ସେମାନଙ୍କ ବାସଭବନକୁ ଲୁକଆଉଟ୍ ନୋଟିସ୍ ପଠାଇଥିଲା ।

ଗୋଆ ପୋଲିସର ଏକ ଟିମ୍ ଦିଲ୍ଲୀ ଯାଇ ଲୁଥ୍ରା ବ୍ରଦର୍ଶଙ୍କ ଘରେ ଚଢ଼ାଉ କରିଥିଲା । କିନ୍ତୁ ସେମାନେ ସେଠାରେ ନଥିବାରୁ ଗେଟ ବାହାରେ ନୋଟିସ ଲଗାଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅଗ୍ନିକାଣ୍ଡ ମାମଲାରେ ଗିରଫ ହୋଇଥିବା ନାଇଟ୍ କ୍ଲବର କର୍ମଚାରୀ ଭରତ କୋହଲିଙ୍କୁ ଗୋଆ ଅଣାଯାଇଛି । ସେପଟେ ୨୫ ଜଣ ମୃତକଙ୍କ ପୋଷ୍ଟମର୍ଟମ ହୋଇଛି ଏବଂ ପରିବାରକୁ ହସ୍ତାନ୍ତ କରାଯାଇଛି ।

ଗୋଆ ପୋଲିସର ସୂତ୍ର ଅନୁସାରେ, ଯେଉଁ ଦିନ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟିଥିଲା, ସେହି ଦିନ କ୍ଲବର ମାମଲିକ ଗୌରବ ଲୁଥ୍ରା ଏବଂ ସୌରଭ ଲୁଥ୍ରା ମୁମ୍ବାଇରୁ ଥାଇଲାଣ୍ଡ ଚାଲି ଯାଇଥିଲା । ସେମାନେ ଇଣ୍ଡିଗୋ ବିମାନ 6E 1073ରେ ଥାଇଲାଣ୍ଡର ଫୁକେଟ୍ ଯାଇଥିବା ଜଣାପଡ଼ିଛି ।