ଭୟଙ୍କର ବିସ୍ଫୋରଣରେ ଥରିଲା ନାଗପୁର, ୧୬ ମୃତ, ୧୮ ଗୁରୁତର

NEWS7
more-than-200-iconic-bikes-set-on-fire-at-worlds-largest-motorcycle-museum

ନୂଆଦିଲ୍ଲୀ: ନାଗପୁରର ବିସ୍ଫୋରକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। କାଟୋଲ ତହସିଲର ରାଉଲଗାଓଁରେ ଥିବା ଏସବିଏଲ ଏନର୍ଜି ଲିମିଟେଡ୍ କାରଖାନାରେ ଏହି ବିସ୍ଫୋରଣ ଘଟିଛି। ଘଟଣା ସ୍ଥଳରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ୧୮ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସକାଳ ୬ଟା ୪୫ରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ବେଳେ କାରଖାନାରେ ୩୫ ଜଣ ଶ୍ରମିକ କାମ କରୁଥିଲେ ବୋଲି ଜଣାପଡିଛି। ତୁରନ୍ତ ଅଗ୍ନିଶମ ବାହିନୀ, ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ। ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି।