'ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରିବୁ...' : ଚ୍ୟାଲେଞ୍ଜ୍ ଦେଲେ ଶ୍ରୀଲଙ୍କା ଅଧିନାୟକ

NEWS7
more-corona-positive-identified-from-jail

ନୂଆଦିଲ୍ଲୀ, ୨୭ /୦୨: ସୁପର ୮ରେ ଫେଲ୍ ମାରିଛି ଶ୍ରୀଲଙ୍କା । ଦଳ ସେମି ଫାଇନାଲ ରେସକୁ ଏକ ପ୍ରକାର ବାଦ୍ ପଡିଛି । ଟିମ୍ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡଠୁ ପରାସ୍ତ ହୋଇଛି । ଶେଷ ମୁକାବିଲାରେ ଶ୍ରୀଲଙ୍କା ପାକିସ୍ତାନକୁ ଭେଟିବ । ତେବେ ଏହି ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ପରାସ୍ତ କରିବ ବୋଲି ଚ୍ୟାଲେଞ୍ଜ୍ ଦେଇଛି ।

ଚାଲିଛି ସୁପର ୮ ଫାଇଟ୍ । ଦ୍ୱିତୀୟ ଗ୍ରୁପରେ ଅଛନ୍ତି ଶ୍ରୀଲଙ୍କା, ପାକିସ୍ତାନ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ । ଇଂଲଣ୍ଡ ୪ ପଏଣ୍ଟ ସହ ସେମିରେ ଏଣ୍ଟ୍ରି କରିଛି । ନ୍ୟୁଜିଲାଣ୍ଡ ପାଖରେ ତିନି ପଏଣ୍ଟ ରହିଛି । ଅନ୍ୟ ଦିଗରେ ପାକିସ୍ତାନ ପାଖରେ ଗୋଟିଏ ପଏଣ୍ଟ ଥିବା ବେଳେ ଦଳ ସେମିରୁ ବିଦା ହେବା ଏକ ପ୍ରକାର ଥୟ । ଶେଷ ସୁପର-୮ ମୁକାବିଲାରେ ଶ୍ରୀଲଙ୍କା ସହ ପାକିସ୍ତାନ ମୁକାବିଲା କରିବ । ତେବେ ଏହି ମ୍ୟାଚ୍ ଜିତିଲେ ବି ଉଭୟ ଦଳ ମଧ୍ୟରୁ କେହି ହେଲେ ସେମିକୁ ଯାଇପାରିବେ ନାହିଁ । ପାକିସ୍ତାନ ଶ୍ରୀଲଙ୍କାକୁ ଯଦି ବଡ ବ୍ୟବଧାନରେ ହରାଏ ଏବଂ ନ୍ୟୁଜିଲାଣ୍ଡ ଯଦି ନିଜର ଶେଷ ମୁକାବିଲାରେ ଶୋଚନୀୟ ପରାସ୍ତ ହୁଏ ତେବେ ଯାଇ ପାକ୍ ସେମି ଖେଲିବ । କିନ୍ତୁ ଏହି ସମ୍ଭାବନା କମ୍ ।

ଏହି ଖବରଟି ପଢନ୍ତୁ... କାବୁଲରେ ପାକିସ୍ତାନର ଆକ୍ରମଣ, ଆଫଗାନିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ଶ୍ରୀଲଙ୍କା ଲିଗ୍ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । ଦଳ ଓମାନ ଏବଂ ଆୟାରଲ୍ୟାଣ୍ଡକୁ ପରାସ୍ତ କରିଥିଲା । କିନ୍ତୁ ଜିମ୍ବାଓ୍ୱେ ଭଳି ଦଳଠୁ ଟିମ୍ ହାରିଥିଲା । ପରେ ଇଂଲଣ୍ଡ ବିରୋଧରେ ଦଳ ୧୪୭ ଚେଜ୍ କରିପାରିନଥିଲା । ଏହାପରେ ନ୍ୟୁଜିଲାଣ୍ଡଠୁ ହାରି ସେମି ରେସରୁ ବାଦ୍ ପଡିବା ପରେ ବଡ କଥା କହିଛନ୍ତି ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା । ସେ କହିଛନ୍ତି ଯେ, ଦଳର ପ୍ରଦର୍ଶନ ପାଇଁ ଦର୍ଶକଙ୍କୁ କ୍ଷମା ମାଗୁଛନ୍ତି । କିନ୍ତୁ ଟୁର୍ଣ୍ଣାମେଣ୍ଟରୁ ସେମାନେ ଜବରଦସ୍ତ ଭାବେ ବିଦାୟ ନେବେ । ଏହାସହ ପାକିସ୍ତାନର ସେମି ଆଶାକୁ ଚୁରମାର କରିଦେବେ ।

ସେ କହିଛନ୍ତି ଯେ, ସେମାନେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଭଲ ଆରମ୍ଭ କରିଥିଲେ ମଧ୍ୟ ଆଗକୁ ବଢି ପାରିନାହାଁନ୍ତି । ହେଲେ ଶେଷ ମ୍ୟାଚକୁ ସେ ସ୍ମରଣୀୟ କରିବେ ବୋଲି ପ୍ରକାଶ କରିଛନ୍ତି ।