LIVE TV

ଅକ୍ଟୋବର ୨୯: ଦିନ ସିନା ଚାଲିଯାଇଛି, ମନରୁ ଲିଭିନି ଚିହ୍ନ, ଯାଇନି ଦରଜ

NEWS7
monsoon-session-odisha-assembly-sixth-day

ଜଗତସିଂହପୁର ୨୯/୧୦: ଅକ୍ଟୋବର ୨୯, ନାଁ ଶୁଣିଲେ ଲୋମ ମୂଳ ଟାଙ୍କୁରି ଉଠେ । ମନରେ ଛନକା ପଶେ, ଶିହରୀ ଉଠେ ଶରୀର । ଆଜ୍ଞା ହଁ ଆମେ ସେହି ୨୬ ବର୍ଷର ତଳର ପୀଡ଼ା କଥା ମନେ ପକଉଛୁ । ଦିନ ସିନା ଯାଇଛି କିନ୍ତୁ ଏବେବି ସେ ଚିହ୍ନ ଲିଭିନି, ମନରେ କୋହ ବି ଅଛି । ଆଉ ସେ କାଳ ରାତିର କରୁଣ କାହାଣୀ ଏବେ ବି ମନେ ପଡିଗଲେ, ଆଖିରେ ଆସିଯାଏ ମହା ବିଧ୍ୱଂଶ ଲୀଲା । ଠିକ୍ ୨୬ ବର୍ଷ ତଳେ ବିରାଟ ବିପଦକୁ ସାମ୍ନା କରିଥିଲା ଓଡ଼ିଶା । ମୃତ୍ୟୁ ଭଳି ମାଡି ଆସିଥିବା ମହାବାତ୍ୟା ସହ ମୁହାଁମୁହିଁ ହୋଇଥିଲେ ଓଡ଼ିଶାବାସୀ ।

୧୯୯୯, ମସିହା ମହାବାତ୍ୟାକୁ ପୁରିଲାଣି ୨୬ ବର୍ଷ । ହେଲେ ସେଦିନର ସେହି କାଳ ରାତ୍ରିର କଳା କାହାଣୀ କାଲି ପରି ଲାଗୁଛି ଏରସମା ବାସୀଙ୍କୁ । ମହାବାତ୍ୟାର କରାଳ ଗ୍ରାସ ରେ ଉକ୍ତ ଅଞ୍ଚଳରୁ ୧୦ ହଜାରରୁ ଉର୍ଦ୍ଧ ଲୋକଙ୍କର ଜୀବନ ହାନି ଘଟିଥିବା ବେଳେ ହଜାର ହଜାର ପଶୁଙ୍କ ଜୀବନ ଯାଇଥିଲା । ଘରଦ୍ୱାର ଧନ ସମ୍ପତ୍ତି କୁଆଡେ ମିଳେଇ ଗଲା ଗଲା ବାତ୍ୟାର ତାଣ୍ଡବରେ ।

୨୬ ବର୍ଷ ପରେ ଏରସମା ଅଂଚଳର ଅନେକ ଉନ୍ନତି ହୋଇଛି ସତ । ରାସ୍ତା ଘାଟ ଘରଦ୍ୱାର ଆଦିରେ ଅନେକ ପରିବର୍ତ୍ତନ କରିଛନ୍ତି ସରକାର । ହେଲେ ତାହାରି ଭିତରେ ଅନେକ ଗାଁରେ ଆଜିବି ବିକାଶ ପାଲଟିଛି ଅପହଞ୍ଚ । କେମିତି ଥିଲା ସେଦିନର ସେହି  କାଳ ରାତ୍ରିର କରାଳ ଚିତ୍ର । ୧୯୯୯ ମସିହା ମହାବାତ୍ୟାର ଦୃଶ୍ୟଥିଲା ଅବର୍ଣ୍ଣନୀୟ ।

ବାତ୍ୟାର କରାଳ ଗ୍ରାସରେ ନିମିଶକ ମଧ୍ୟରେ ଧୁଳିସାତ ହୋଇ ଗଲା ଅନେକ ଧନ ଜୀବନ । ସେଦିନ ଜନ୍ମ ଗ୍ରହଣ କରିଥିବା ଶିଶୁ ପଦାର୍ପଣ କଲାଣି ଯୌବନରେ । ହେଲେ ଆଜି ପର୍ଯ୍ୟନ୍ତ ବଦଳିପାରୁ ନାହିଁ ବାତ୍ୟାର କରାଳ ଗ୍ରାସର ଶୀକାର ହୋଇଥିବା ଜଗତସିହପୁର ଜିଲାର ଏରସାମା ଓ  ଅନଚଳର ଦୃଶ୍ୟ ।

ମହାବାତ୍ୟା ପରେ ସରକାର ଏହି ଅଞ୍ଚଳରେ ଅନେକ ବିକାଶ କରିଛି ସତ । ହେଲେ ଏବେବି  ଏଠାରେ ପହଚି ପାରିନି ବିକାଶର ପଦଚିହ୍ନ । ପ୍ରତି ବର୍ଷ ବାତ୍ୟା ଆଶଙ୍କା ପ୍ରକାଶ ପାଇଲେ ଗ୍ରାମବାସୀ ମାନେ ଭୟଭିତ ହୋଇ ପଡୁଥିବା ସହ ଗାଁ ଛାଡି ଛାଡି ରୂଲିଯିବାକୁ ବାଧ୍ୟ ହେଉଛି । ଏହି ବାବଦରେ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ବି ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିବା ସମ୍ଭବ ହୋଇପାରି ନଥିବାରୁ ଗ୍ରାମବାସୀ ଏବେ ନିରାଶ ହୋଇ ବସିଛି ।