LIVE TV

ଆହୁରି ଶସ୍ତା ଓ ସ୍ୱଚ୍ଛ ହେବ ଅନ୍‌ଲାଇନ ସପିଂ: ଡାର୍କ ପ୍ୟାଟର୍ଣ୍ଣ ବନ୍ଦ କଲେ ୨୬ରୁ ଅଧିକ ଇ-କମର୍ଶ କମ୍ପାନୀ

NEWS7
mokim-danced-and-celebrated-saharai-festival-with-tribal-people-in-cuttack

ନୂଆଦିଲ୍ଲୀ: ଏବେ ଅନ୍ଲାଇନ୍‌ରେ ସପିଂ କରିବାରେ ସ୍ୱଚ୍ଛତା ରହିବ। ଆଉ ଗ୍ରାହକଙ୍କୁ ଭ୍ରମିତ କଲା ଭଳି କୌଣସି ନକଲି କଥା ପରିସ୍ଥିତି ସୃଷ୍ଟି କରିପାରିବେନି ସପିଂ ଆପ୍। ଡାର୍କ ପ୍ୟାଟର୍ଣ୍ଣ ବ୍ୟବହାର କରି ଅନ୍ଲାଇନ ସପିଂ ଆପ୍ଗୁଡ଼ିକ ଅତିରିକ୍ତ ଚାର୍ଜ ନେଉଥିଲେ, ଏହା ଏବେ ବନ୍ଦ ହୋଇଯିବ। ଡାର୍କ ପ୍ୟାଟର୍ଣ୍ଣ ବନ୍ଦ କରିବା ନେଇ ଦେଶର ୨୬ଟି ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଘୋଷଣା କରିଛନ୍ତି।

ଏହି ଇ-କମର୍ସ ପ୍ଟାଟଫର୍ମ ଗୁଡ଼ିକ ସେମାନଙ୍କର ଆପ୍ ଏବଂ ୱେବସାଇଟରେ ଡାର୍କ ପ୍ୟାଟର୍ଣ୍ଣ ବ୍ୟବହାର ବନ୍ଦ କରିବେ ବୋଲି କହିଛନ୍ତି। ଇଣ୍ଟର୍ନାଲ କିମ୍ବା ଥାର୍ଡ ପାର୍ଟି ଅଡିଟ୍ ପରେ, ଏହି କମ୍ପାନୀଗୁଡ଼ିକ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ପାଖରେ ଏହି ଘୋଷଣା ପତ୍ର ନିଜେ ଦାଖଲ କରିଛନ୍ତି। ଏବଂ ଗ୍ରାହକଙ୍କ ଅବଗତ ନିମନ୍ତେ ଏହି ଘୋଷଣାପ୍ତରକୁ ନିଜ ସାଇଟ୍ରେ ଓ ଆପ୍ରେ ଅପଲୋଡ ମଧ୍ୟ କରିଛନ୍ତି।

ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଫ୍ଲିପକାର୍ଟ, ମିନ୍ତ୍ରା, ମୀଶୋ, ବିଗବାସ୍କେଟ୍, ଜିଓମାର୍ଟ,ଜମାଟୋ ଏବଂ ସ୍ୱିଗୀ ଭଳି ପ୍ଲାଟଫର୍ମ ରହିଛନ୍ତି। ଏହି କମ୍ପାନୀଗୁଡ଼ିକ କେଜରାତି ସାମଗ୍ରୀ, ଖାଦ୍ୟ ସାମଗ୍ରୀ ବିତରଣ, ଔଷଧ ଓ ଫ୍ୟାଶନ୍ ଏବଂ ଟ୍ରାଭେଲ ସେଗ୍ମେଣ୍ଟରେ କାମ ଜାରି ରଖିଛନ୍ତି। କମ୍ପାନୀଗୁଡ଼ିକର ଏଭଳି ପଦକ୍ଷେପ ପରେ ଗ୍ରାହକ ବ୍ୟାପାର ବିଭାଗ ଏହାକୁ ଡିଜିଟାଲ୍ ଗ୍ରାହକ ସୁରକ୍ଷା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି କହିଛି।

ଣ ଏହି ଡାର୍କ ପ୍ୟାଟର୍ଣ୍ଣ?

ଡାର୍କ ପ୍ୟାଟର୍ନ ହେଉଛି ଏପରି କୌଶଳ ଯାହା ଅନଲାଇନରେ ସପିଂ କରିବା ସମୟରେ ୟୁଜର୍ସକୁ ଭ୍ରମିତ କରିଥାଏ। ଯେପରିକି ଏକ ଫେକ୍ ଏମାର୍ଜେନ୍ସି ପରିସ୍ଥିତି ସୃଷ୍ଟି କରିବା। ଉଦାହରଣ ସ୍ୱରୂପ ଅନଲାଇନ ପ୍ଲାଟଫର୍ମଗୁଡ଼ିକ ବେଳେ ବେଳେ 'ଏବେ କିଣନ୍ତୁ ନହେଲେ ଷ୍ଟକ୍ ଆଉଟ୍ ହୋଇଯିବ' ବୋଲି ଲେଖିଥିବା ଆପଣ ଦେଖିଥିବେ। ଏଭଳି କରି ଗ୍ରାହକଙ୍କ ପାଇଁ ଏମାର୍ଜେନ୍ସି ପରିସ୍ଥିତି ସୃଷ୍ଟି କରନ୍ତି ସପିଂ କମ୍ପାନୀ। ସେହିଭଳି ଗୋପନରେ ଆପଣଙ୍କ ସପିଂ କାର୍ଟରେ ଅତିରିକ୍ତ ଜିନିଷ ମଧ୍ୟ ଯୋଡ଼ି ଦିଆଯାଏ, ଆପଣଙ୍କ ଅନିଚ୍ଛା ସତ୍ତ୍ୱେ ବି ସେହି ଅତିରିକ୍ତ ସାମଗ୍ରୀ କିଣିବାକୁ ପଡ଼େ। ୟାକୁ ହିଁ ଡାର୍କ ପ୍ୟାଟର୍ଣ୍ଣ ବୋଲି କୁହାଯାଏ।

୨୦୨୩ରେ ଅଧିସୂଚିତ ଗାଇଡଲାଇନ୍ରେ ଡାର୍କ ପ୍ୟାଟର୍ଣ୍ଣର ନିବାରଣ ଏବଂ ନିୟନ୍ତ୍ରଣ ପାଇଁ ଏପରି ୧୩ ଟି ପ୍ୟାଟର୍ଣ୍ଣକୁ ନିଷିଦ୍ଧ କରାଯାଇଛି। ଏଥିରେ ଫଲ୍ସ ଅର୍ଜେନିଂ, ବାସ୍କେଟ ସ୍ନିକିଙ୍ଗ, କନଫ ଶେମିଂ, ଫୋର୍ସ୍ଡ ଆକ୍ସନ, ସବସ୍କ୍ରିପସନ୍ ଟ୍ରାପ୍, ଇଣ୍ଟରଫେସ୍ ଇଣ୍ଟରଫିୟରେନ୍ସ, ବେଟ୍ ଆଣ୍ଡ୍ ସ୍ୱିଚ୍, ଡ୍ରିପ୍ ପ୍ରାଇସିଂ, , ଡିସଗାଇଜ୍ଡ ଆଡ୍, ନାଗିଂ, ଟ୍ରିକ୍ ୱାର୍ଡିଂ, SAAS ବିଲିଂ ଏବଂ ରୋଗ୍ ମାଲୱେର୍ ରହିଛି।

ଏହି କୌଶଳଗୁଡ଼ିକ ଗ୍ରାହକମାନଙ୍କୁ ଅନାବଶ୍ୟକ ଉତ୍ପାଦ କିଣିବାକୁ କିମ୍ବା ଅନାବଶ୍ୟକ ସବ୍ସକ୍ରିପସନ ନେବାକୁ ବ୍ୟବହାର କରାଯାଏ। ଡିଜିଟାଲ୍ ବଜାରରେ ସ୍ୱଚ୍ଛତା ଆଣିବା ପାଇଁ ୨୦୧୯ ର ଗ୍ରାହକ ସୁରକ୍ଷା ଆଇନ ଅଧୀନରେ ଏହି ନିର୍ଦ୍ଦେଶାବଳୀ ୩୦ ନଭେମ୍ବର,୨୦୨୩ ରେ କାର୍ଯ୍ୟକାରୀ ହୋଇଥିଲା।