ଯୁବ କଂଗ୍ରେସ ନେତାଙ୍କ ଆତ୍ମହତ୍ୟା, ନିଜକୁ ନିଜେ ମାରିଲେ ଗୁଳି

NEWS7
mohit-mor-shot-dead-look-at-his-most-popular-tik-tok-video

ସୋନପୁର ୨୧।୦୧ : ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କଲେ ଯୁବ କଂଗ୍ରେସ ନେତା । ସୁବର୍ଣ୍ଣପୁର ଭଗବତୀ ନଗର ସ୍ଥିତ ଘରେ ଗୁଳି ବିଦ୍ଧ ଅବସ୍ଥାରେ ପଡିଛି ମୃତଦେହ । ମୃତକ ହେଲେ ରାଜେଶ ମିଶ୍ର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ।

ରାଜେ ମିଶ୍ରଙ୍କୁ କଂଗ୍ରେସର କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ମିଳିଥିଲା। ଆଗରୁ ମଧ୍ୟ କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ଆସିଥିଲେ। ହେଲେ ଏବେ ହଠାତ୍ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ଏହି ଯୁବ କଂଗ୍ରେସ ନେତା । ସୋନପୁର ଭଗବତୀ ନଗର ସ୍ଥିତ ଘରେ ଗୁଳି ବଦ୍ଧ ଅବସ୍ଥାରେ ରାଜେ ମିଶ୍ରଙ୍କ ମୃତଦେହ ଠାବ ହୋଇଛି । ବର୍ତ୍ତମାନ ଯାଏ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସୋନପୁର ପୋଲିସର ଛାନଭିନ ଆରମ୍ଭ କରିଛି । ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିବ ବୋଲି ସୂଚନା ମିଳିଛି।