ରିଲିଜ୍ ୨୭ ଦିନ ପରେ ଧୁରଧନ୍ଧର ସିନେମାକୁ ଏଡିଟ୍ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶ: ହଟିଲା ବଲୋଚ ଶବ୍ଦ

NEWS7
modi-recived-cap-and-scarp-from-muslim-community-in-madhyapradesh

ନୂଆଦିଲ୍ଲୀ:Dhurandhar New Version ସିନେମା ହଲ୍‌ରେ ରଣବୀର ସିଂହଙ୍କ ଅଭିନିତ ୨୦୨୫ର ସୁପରଡୁପର ହିଟ୍ ସିନେମା ଧୁରନ୍ଧର ବକ୍ସ ଅଫିସ୍ କଲେକ୍ସନର ଧାରା ଜାରି ରହିଛି। ସିନେମାଟି ମୁକ୍ତିଲାଭ କରିବାର ୨୭ ଦିନରେ ମଧ୍ୟ ୧୦.୫୦ କୋଟି ଟଙ୍କା ଆୟ କରିଛି। ତେବେ ନୂଆ ବର୍ଷରେ ସିନେମାଟି କେତେ ଆୟ କରିବା ତା’ ଉପରେ ରହିଛି ସିନେ କ୍ରିଟିକ୍ଙ୍କ ନଜର। କାରଣ କିଛି ସିଙ୍ଗଲ ସ୍କ୍ରିନ୍ରୁ ଧୁରନ୍ଧରକୁ ହଟାଇ ଦିଆଯାଇଛି। ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ 'ଇକ୍କିସ୍' ଆଜି ୧ ଜାନୁଆରୀରେ ମୁକ୍ତିଲାଭ କରିଥିବାରୁ ସିଙ୍ଗଲ୍ ସ୍କ୍ରିନରୁ 'ଧୁରନ୍ଧର'ର ଅନେକ ଶୋ' ହଟାଇ ଦିଆଯାଇଛି।

ରଣବୀର ସିଂହଙ୍କ ଧୁରନ୍ଧର ପୂର୍ବରୁ ସାରା ବିଶ୍ୱରେ ୧୧୦୦ କୋଟି ଟଙ୍କା ରୋଜଗାର କରିସାରିଛି ଏବଂ ଭାରତୀୟ ବକ୍ସ ଅଫିସରେ ୭୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିସାରିଛି। ଦୀର୍ଘ ୨୭ ଦିନ ଚାଲିବା ପରେ ବଡ଼ ସଫଳତା ହାସଲ କରିବା ପରେ ଏଥିରେ ସାମାନ୍ୟ ଏଡିଟ୍ କରାଯାଛି। ସିନେମାରେ କିଛି ପରିବର୍ତ୍ତନ କରିବାକୁ ଭାରତର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦାବି କରିଥିଲା। ଯାହାପରେ ନିର୍ମାତାମାନେ ୧ ଜାନୁଆରୀରୁ ଏଥିରେ ସାମାନ୍ୟ ଏଡିଟ୍ କରି ସଂଶୋଧିତ ସଂସ୍କରଣ ରିଲିଜ୍ କରିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ଡିସେମ୍ବର ୩୧ ତାରିଖରେ ସିନେମାଘରଗୁଡ଼ିକ ଡିଷ୍ଟ୍ରିବ୍ୟୁଟର୍ସଙ୍କ ପକ୍ଷରୁ ଏକ ମେଲ୍ ଯାଇଥିଲା। ଯେଉଁଥିରେ ସିନେମାର ଡିସିପିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ବୋଲି କୁହାଯାଇଥିଲା। ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଦେବା ପରେ ସିନେମାରେ ପରିବର୍ତ୍ତନ କରାଯାଇଥିଲ। ବିଶେଷ କରି ସିନେମାରେ ଦୁଇଟି ଶବ୍ଦ ଓ ଗୋଟିଏ ଡାଇଲଗକୁ ହଟାଇ ଦିଆଯାଇଛି।

ଧୁରନ୍ଧରରେ ହେଲା ଏହିସବୁ ପରିବର୍ତ୍ତନ

ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ ଧୁରନ୍ଧରରେ ତିନୋଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ଏଥିରେ ବ୍ୟବହାର ହୋଇଥିବା ବାଲୋଚ ଶବ୍ଦକୁ ହଟାଇ ଦିଆଯାଇଛି। ଏତଦ ବ୍ୟତୀତ ଅନ୍ୟ କେଉଁ ଶବ୍ଦ କିମ୍ବା ଡାଇଲଗ ପରିବର୍ତ୍ତନ କିମ୍ବା ହଟାଯାଇଛି ସେ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ନୂଆ ବର୍ଷ ଠାରୁ ସିନେମାର ସଂଶୋଧିତ ଭର୍ସନ ଚାଲୁ କରିବାକୁ ସିନେମା ହଲ୍ଗୁଡ଼ିକୁ ଅନୁରୋଧ କରାଯାଇଛି।

also read- ୨୦୨୫ର ସବୁଠାରୁ ବଡ଼ ବକ୍ସ ଅଫିସ୍ ହିଟ୍ ଫିଲ୍ମ; ‘ଧୁରନ୍ଧର’, ‘ଛାଭା’, ‘ସୈୟାଁରା’କୁ ଦେଇଛି ମାତ୍, ୨୪୦୦୦% ଲାଭ