ଛୋଟ ପିଲାଙ୍କୁ ଫୋନ୍ ଦେଉଥିଲେ ସାବଧାନ ! ମୋବାଇଲରେ ଖେଳୁଥିଲେ ଗେମ୍, ହଠାତ୍ ଘଟିଲା ଅଘଟଣ

NEWS7
modi-bhakta-do-9-days-fast-for-modi-in-modi-temple

ନୂଆଦିଲ୍ଲୀ ୧୨।୦୩ : ଅଳ୍ପକେ ବର୍ତ୍ତିଗଲେ । ମୋବାଇଲରେ ଖେଳୁଥିଲେ ଗେମ୍ । ହଠାତ୍ ଫାଟିଲା ମୋବାଇଲ । ଆଉ ଜୀବନ ବିକଳରେ ମୋବାଇଲ ତଳେ ଫିଙ୍ଗି ଦୌଡିଲା କୁନି ଝିଅ । ସେ ଯାହା ବି ହେଉ, ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି କୁନି ଝିଏ ଟିଏ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି ।

ସୋସିଆଲ ମିଡ଼ିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି । ତାହା ଚୀନରେ ହୋଇଥିବା ଅଘଟଣ ବୋଲି କେହି କେହି ଦାବି କରୁଛନ୍ତି । ଘରେ ଏକ କୁନି ଝିଅଟି ମୋବାଇଲ ଦେଖିବାରେ ଖୁବ୍ ବ୍ୟସ୍ତ ଥିଲା । ମୋବାଇଲ୍ ଗେମ୍ ଖେଳୁଥିବା ନେଇ ଦାବି ହେଉଛି । ହେଲେ ଏବେ କୁନି ଝିଅଟି ମୋବାଇଲରେ କଣ କରୁଥିଲା । ତାହା ସ୍ପଷ୍ଟ ହୋଇନାହିଁ । ତେବେ ମୋବାଇଲ ଦେଖିବା ସମୟରେ ଚାର୍ଜରେ ବି ବସିଥିଲା । ଏହି ସମୟରେ ହଠାତ୍ ମୋବାଇଲର ସ୍କ୍ରିନ୍ ଫାଟି ନିଆଁ ବାହାରିଥିଲା । ଯାହାକୁ ଦେଖି ଝିଅଟି ଡରିଆଯାଇଥିଲା, ଆଉ ମୋବାଇଲ ଫିଙ୍ଗି ଜୀବନ ବିକଳରେ ଦୌଡି ପଳାଇଥିଲା । ମୋବାଇଲକୁ ସେହି ଜାଗାରେ ଫିଙ୍ଗି ଚାଲିଯାଇଥିଲା ।

ସେପଟେ ଏହି ୧୦ ସେକେଣ୍ଡର ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି । ସକାଳ ୧୦ଟା ୩୬ରେ ଭିଡିଓଟି ପୋଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଭିୟୁ ହୋଇସାରିଲାଣି ।

also- Iran War: ଇରାନ୍ ଯୁଦ୍ଧ ମଧ୍ୟରେ କାହିଁକି ସାଉଦି ଆରବ ଗସ୍ତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ?

ଅନ୍ୟପଟେ କିଛି ୟୁଜର୍ସ କମେଣ୍ଟରେ ଲେଖିଛନ୍ତି ଯେ, ଫୋନ ବ୍ୟାଟେରୀଟି ଲିଥିୟମ୍ରେ ନିର୍ମିତ । ଅଧିକ ସମୟ ଧରି ମୋବାଇଲ ଦେଖିବା ଦ୍ୱାରା ବ୍ୟାଟେରୀ ଗରମ ହୋଇଯାଇଛି । ତେଣୁ ମୋବାଇଲଟି ଫାଟି ଯାଇଛି ।