JEE ମେନରେ ଦୁଇ ଓଡ଼ିଆଙ୍କ ସଫଳତା: ଟପ୍ପର ସହ ରଖିଲେ ସମାନ ମାର୍କ

NEWS7
mobile-phone-worth-lakhs-looted-in-nabrangpur

ନୂଆଦିଲ୍ଲୀ:​​​​​​​ ଯାଁଳା ଭାଇଙ୍କ କମାଲJEE ମେନରେ ଦୁଇ ଓଡ଼ିଆଙ୍କ ସଫଳତାଏକାଠି ପରୀକ୍ଷା ଦେଲେ , ଏକାଠି ପାସ୍‌ କଲେରଖିଲେ ସମାନ ମାର୍କ।  ଜବରଦସ୍ତ ପ୍ରଦର୍ଶନ ସହ ପରୀକ୍ଷାରେ ରଖିଲେ ସମାନ ସ୍କୋର। ଉଭୟ ଭାଇ ୯୯.୯୯ ପ୍ରତିଶତ ନମ୍ବର ରଖିଛନ୍ତି। ପ୍ରକାଶ ପାଇଛି ଦେଶର ସବୁଠାରୁ ବଡ଼ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ର ରେଜଲ୍ଟ। ଏହି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଓଡ଼ିଶାର ଦୁଇ ଛାତ୍ର ମସରୁର ଏବଂ ମାହରୁଫ ଅହମ୍ମଦ ଖାନ। ଉଭୟେ ସମାନ ସ୍କୋର ଅର୍ଥାତ ୩୦୦ ରୁ ୨୮୫ ମାର୍କ ରଖିଛନ୍ତି। ମସରୁର ଓ ମାହାରୁଫ ଭୁବନେଶ୍ୱରର ବାସିନ୍ଦା।

ଉଭୟେ ଗତ ତିନି ବର୍ଷ ଧରି କୋଟାରେ ରହୁଛନ୍ତି, ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ପିଲାମାନଙ୍କୁ ଶିକ୍ଷିତ କରାଇବା ପାଇଁ ମାଆଙ୍କ ରହିଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା। ପିଲାଙ୍କ ଭବିଷ୍ୟତ ପାଇଁ ଡାକ୍ତରୀ ଚାକିରି ଛାଡିଥିଲେ ମେହରୁଫ ଓ ମସରୁରଙ୍କ ମାଆ। ସେ ସେମାନଙ୍କ ସହିତ କୋଟାରେ ରହୁଥିଲେ। ପରୀକ୍ଷା ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଥିଲେ। ରେଜଲ୍ଟ ଘୋଷଣା ହେବା ପରେ ପରିବାର ବହୁତ ଖୁସି। ପିଲାମାନଙ୍କର ସଫଳତା ପାଇଁ ସେମାନଙ୍କ କଠିନ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି ତାଙ୍କ ମାଆ।

ମେହରୁଫ୍ ଅହମ୍ମଦ ଖାନ ତାଙ୍କର ଖୁସି ପ୍ରକାଶ କରି କହିଛନ୍ତି, "ମୁଁ 99.99 ପ୍ରତିଶତ ହାସଲ କରିଛି, ଏବଂ ମୋ ଭାଇ ମଶରୁର ମଧ୍ୟ ସମାନ ସ୍କୋର ଆଣିଛି। କୋଚିଂ ସମୟରେ ମଧ୍ୟ, ଯେତେବେଳେ ଆମେ ପରୀକ୍ଷା ଦେଉଥିଲୁ, କେତେବେଳେ ମୁଁ ଅଧିକ ସ୍କୋର କରୁଥିଲି, ଏବଂ କେତେବେଳେ ମୋ ଭାଇ ଜିତିଯାଉଥିଲା। କୋଚିଂ ପରୀକ୍ଷାରେ ଉଭୟ ଭାଇ ପ୍ରଥମ ଏବଂ ଦ୍ୱିତୀୟ ଆସୁଥିଲେ। କିନ୍ତୁ ଆଜିର ଫଳାଫଳ ସମାନ ପ୍ରତିଶତ ସ୍କୋର ଆସିଛି। ଏପରି କଳ୍ପନା କରି ନଥିବା ମେହରୁଫ କହିଛନ୍ତି।

ବାଇଟ୍‌-୧, ଭାଇ

ସେହିପରି ମସରୁର୍ ଅହମ୍ମଦ ଖାନ କହିଛନ୍ତି, " ଆମ ମାଆ ଆମ ପାଇଁ ପ୍ରେରଣା ଓ ଆଦର୍ଶ। ସେ ଆମ ଦୁହିଁଙ୍କୁ ଶିକ୍ଷିତ କରିବା ପାଇଁ ତାଙ୍କର ଡାକ୍ତରୀ ବୃତ୍ତି ଛାଡିଥିଲେ। ଆମେ ଆମର ନିରନ୍ତର କଠିନ ପରିଶ୍ରମର ଫଳ ପାଇଛୁ।"

ବାଇଟ୍‌-୨, ଭାଇ

ପରିବାର ଲୋକେ କହିଛନ୍ତି ଯେ ଉଭୟ ଭାଇଙ୍କ କାହାଣୀ କେବଳ ମାର୍କ ପର୍ଯ୍ୟନ୍ତ ସୀମିତ ନୁହେଁ। ସେମାନଙ୍କର ଜୀବନଶୈଳୀ ଏବଂ ଅଧ୍ୟୟନ ପଦ୍ଧତି ମଧ୍ୟ ସମାନ। ସେମାନେ ପ୍ରାୟତଃ ଗୋଟିଏ ବହିରୁ ଏକାଠି ପଢ଼ନ୍ତି। ପାଠ୍ୟକ୍ରମ ବାହାରେ କିଛି ପଢ଼ିବାକୁ ପଡ଼ିଲେ ମଧ୍ୟ ସେମାନେ ଗୋଟିଏ ପୁସ୍ତକ କିଣନ୍ତି। ପରିବାର କୁହନ୍ତି ଯେ ସେମାନଙ୍କର ଡ୍ରେସିଂ ସେନ୍ସ ମଧ୍ୟ ସମାନ। ଉଭୟଙ୍କ ଚଷମା ସଂଖ୍ୟା, ଜୋତା ସାଇଜ୍‌ ଏବଂ ସେମାନଙ୍କର ଦୈନନ୍ଦିନ ଜୀବନଶୈଳୀ ସମାନ।

'ଜେଇଇ ମେନ୍' (JEE Main 2026)ର ପ୍ରଥମ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଜବରଦସ୍ତ ପ୍ରଦର୍ଶନ ସହ ସର୍ବଭାରତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୧ ରୁ ୨୮ ତାରିଖ ମଧ୍ୟରେ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (CBT) ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ମୋଟ ୧୩,୫୫,୨୯୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୩,୦୪,୬୫୩ ଜଣ ପରୀକ୍ଷା ଦେଇଥିଲେ। ବିଶେଷ କଥା ହେଉଛି, ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରାଯାଇଥିଲା।