LIVE TV

ଅପରେସନ ସିନ୍ଦୂରର ୬ ମାସ ପରେ ଜମ୍ମୁ କାଶ୍ମୀରରେ ଆକ୍ରମଣ ପାଇଁ ଲସ୍କର ଓ ଜୈଶର ଯୋଜନା, ଆଲର୍ଟରେ ସୁରକ୍ଷା ଏଜେନ୍ସି

NEWS7
mo-sarkar-programme-will-be-start-from-this-year-gandhi-jayanti

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ଶାନ୍ତି ଫେରିବା ଆରମ୍ଭ ହୋଇଛି । ଏହାରି ଭିତରେ ଏକ ନୂତନ ଗୁଇନ୍ଦା ରିପୋର୍ଟ ସୁରକ୍ଷା ଏଜେନ୍ସିଗୁଡ଼ିକ ଚିନ୍ତା ବଢାଯାଇଛି । ଏନଡିଟିଭି ରିପୋର୍ଟ ଅନୁଯାୟୀ, ଛଅ ମାସ ପୂର୍ବେ ଅପରେସନ୍ ସିନ୍ଦୁରରେ ଅନେକ ଆତଙ୍କବାଦୀ ଆଡ୍ଡା ନଷ୍ଟ ହେବା ପରେ, ପାକିସ୍ତାନରେ ଥିବା ଆତଙ୍କବାଦୀ ନେତାମାନେ ପୁଣି ଥରେ ଉପତ୍ୟକାକୁ ଅଶାନ୍ତ କରିବାକୁ ଯୋଜନା କରୁଛନ୍ତି । ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ଜୈଶ-ଏ-ମହମ୍ମଦ ଆକ୍ରମଣ ଯୋଜନା କରୁଛନ୍ତି ।

ଗୁଇନ୍ଦା ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ପରଠାରୁ ନିୟନ୍ତ୍ରଣ ରେଖା ପାର ହୋଇ ଅନୁପ୍ରବେଶ, ଗୁପ୍ତଚର ଏବଂ ଲଜିଷ୍ଟିକ୍ ଯୋଗାଣରେ ବୃଦ୍ଧି ଘଟିଛି । ପାକିସ୍ତାନର ସ୍ପେଶାଲ୍ ସର୍ଭିସେସ୍ ଗ୍ରୁପ୍ ଏବଂ ଆଇଏସଆଇ ସହାୟତାରେ ଏଲଇଟି ଏବଂ ଜୈଶ ଆତଙ୍କବାଦୀ ଜମ୍ମୁ କାଶ୍ମୀରରେ ପ୍ରବେଶ କରିଛନ୍ତି । କମାଣ୍ଡର ଶମଶେରଙ୍କ ନେତୃତ୍ୱରେ ଲସ୍କରର ଗୋଟିଏ ୟୁନିଟ୍ ସୀମାରେ ଥିବା  ଗ୍ୟାପ୍ସର ରେକି (ଗୁପ୍ତଚର କାର୍ଯ୍ୟ) କରିଛି । ଆଗାମୀ କିଛି ସପ୍ତାହରେ ଆତ୍ମଘାତୀ ଆକ୍ରମଣ କିମ୍ବା ସୀମା ପାରରୁ ଅସ୍ତ୍ରଶସ୍ତ୍ର ପଡ଼ିବା ଭଳି ପ୍ରୟାସ ହୋଇପାରେ ।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଜମାତ-ଏ-ଇସଲାମି, ହିଜବୁଲ ମୁଜାହିଦ୍ଦିନ ଏବଂ ଆଇଏସଆଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅକ୍ଟୋବରରେ ପିଓକେରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହି ବୈଠକରେ ଉପତ୍ୟକାରେ ନିଷ୍କ୍ରିୟ ଆତଙ୍କବାଦୀ ସ୍ଲିପର୍ ସେଲ୍‌ଗୁଡ଼ିକୁ ପୁଣି ସକ୍ରିୟ କରିବା, ପୂର୍ବତନ କମାଣ୍ଡରମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବା ଏବଂ ଅପରେସନ୍ ସିନ୍ଦୂର ସମୟରେ ହୋଇଥିବା କ୍ଷତିର ପ୍ରତିଶୋଧ ନେବା ପାଇଁ ଯୋଜନା ଉପରେ ଆଲୋଚନା ହୋଇଛି ।

ନୂଆଦିଲ୍ଲୀର ଶୀର୍ଷ ସୁରକ୍ଷା ଅଧିକାରୀମାନେ ଏହି ଗୁଇନ୍ଦା ଇନପୁଟ୍‌କୁ ଏକ ଗମ୍ଭୀର ଚେତାବନୀ ଭାବରେ ଦେଖୁଛନ୍ତି । ଉତ୍ତର କମାଣ୍ଡର ସମସ୍ତ ସେକ୍ଟରରେ ସେନା ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ଏହା ସ୍ପଷ୍ଟ ଯେ ଯଦି ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରହେ, ତେବେ ଅପରେସନ୍ ସିନ୍ଦୂରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇପାରେ।