ବାଲିଯାତ୍ରା ୨୦୨୫
LIVE TV

ଦିଲ୍ଲୀରେ ଭଙ୍ଗା ଯିବ ଜବାହାରଲାଲ ନେହେରୁ ଷ୍ଟାଡିୟମ, ‘ସ୍ପୋର୍ଟସ୍ ସିଟି’ ସ୍ଥାପନା ପାଇଁ ଖେଳ ମନ୍ତ୍ରାଳୟର ନିଷ୍ପତ୍ତି

NEWS7
mla-prabhat-biswal-returned-to-his-home-town

ନୂଆଦିଲ୍ଲୀ ୧୦।୧୧: ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବଡ଼ କ୍ରିଡା ପ୍ରକଳ୍ପର ଯୋଜନା କରାଯାଉଛି। କ୍ରିଡାମନ୍ତ୍ରାଳୟଙ୍କ ଶୀର୍ଷ ଅଧିକାରୀଙ୍କ ସୂଚନା ଅନୁଯାୟୀ ଜାବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ସେହି ସ୍ଥାନରେ ଏକ ନୂଆ ‘ସ୍ପୋର୍ଟସ ସିଟି’ନିର୍ମାଣ କରାଯିବ। ଏହି ପ୍ରକଳ୍ପ ୧୦୨ ଏକର ଜମିରେ ନିର୍ମିତ ହେବ। ଏହି ନୂଆ ସ୍ପୋର୍ଟସ ସିଟିର ନିର୍ମାଣ ଲାଗି କତାର ଓ ଅଷ୍ଟ୍ରେଲିଆ ଭଳି ଦେଶରେ ଉପଯୋଗ ହେଉଥିବା ଆଧୁନିକ ଖେଳ ମଡେଲର ଆକଳନ କରାଯାଉଛି। ଏହି ପ୍ରକଳ୍ପର ଅସଲ ଉଦ୍ଦେଶ୍ୟ ହେଉଛି କ୍ରିଡା ଲାଗି ସମର୍ପିତ ଏକ ଇଣ୍ଟିଗ୍ରେଟେଡ ଓ ଆଧୁନିକ କେନ୍ଦ୍ର ସ୍ଥାପିତ କରିବା।

ନୂଆ ସ୍ପୋର୍ଟସ ସିଟିକୁ ବିଶ୍ୱସ୍ତରୀୟ କରିବା ପାଇଁ କ୍ରିଡା ମନ୍ତ୍ରାଳୟଙ୍କ ଟିମ୍ କତାର ଓ ଅଷ୍ଟ୍ରେଲିଆର ସଫଳ ସ୍ପୋର୍ଟସ ମଡେଲକୁ ଗହନ ଅଧ୍ୟୟନ କରୁଛନ୍ତି। ଏହି ଅନ୍ତର୍ଜାତୀୟ ମଡେଲରୁ ଶିକ୍ଷା ନେଇ ଡିଜାଇନ ଓ ସୁବିଧାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ ଜାବାହାରଲାଲ ନେହେରୁ ଷ୍ଟାଡିୟମକୁ ୧୯୮୨ ମସିହାରେ ଏସିୟାନ ଗେମ୍ସ ଲାଗି ନିର୍ମାଣ କରାଯାଇଥିଲା, ଯାହାକୁ ପରେ ୨୦୧୦ ମସିହାରେ ରାଷ୍ଟ୍ରମଣ୍ଡଳ କ୍ରିଡା (କମନ ୱେଲଥ ଗେମ) ଲାଗି ନବୀକରଣ କରାଯାଇଥିଲା।

ଭାରତରେ ଏହା ଦୀର୍ଘ ସମୟରୁ ପ୍ରସିଦ୍ଧ ମଲ୍ଟି ସ୍ପୋର୍ଟସ ଭେନ୍ୟୁ ରହି ଆସିଛି। ପାଖାପାଖି ୬୦ ହଜାର ଲୋକଙ୍କ କ୍ୟାପାସିଟିର ଏହି ଷ୍ଟାଡିୟମରେ ବଡ଼ ଆଥଲେଟିକ୍ସ ଇଭେଣ୍ଟ, ଫୁଟବଲ ମ୍ୟାଚ୍, ବଡ଼ କନସର୍ଟ ଓ ବଡ଼ ଜାତୀୟ ସମାରୋହ ଯେପରିକି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ। ଏହି ଷ୍ଟାଡିୟମ ଐତିହାସିକ ରୂପେ ଜାତୀୟ ଅଥଲେଟିକ୍ସ ଟିମ୍ ର ହୋମ ଗ୍ରାଉଣ୍ଡ ରହି ଆସିଛି ।

୪ ଦଶନ୍ଧୀରୁ ଅଧିକ ସମୟ ହେଲା ଭାରତୀୟ କ୍ରିଡା ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇ ରହିଛି। ଚଳିତବର୍ଷ ପ୍ରାରମ୍ଭରେ ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୱାର୍ଲଡ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ ଅନୁଷ୍ଠିତ ହୋଇଥିଲା। ଏହି ଇଭେଣ୍ଟ ଲାଗି ଏକ ମୋଣ୍ଡୋ ଟ୍ରାକ୍ ବିଛା ଯାଇଥିଲା, ଯାହାର ମୂଲ୍ୟ ପାଖାପାଖି ୩୦ କୋଟି ଟଙ୍କା ଥିଲା।