୫୦ ପର୍ଯ୍ୟନ୍ତ ଗଣି ପାରିଲାନି କି ଲେଖିପାରିଲାନି ଝିଅ, ବେଲଣା ପେଡିରେ ପିଟି ପିଟି ମାରିଦେଲା ବାପା

NEWS7
mla-kuldeep-singh-sengar-sentenced-to-life-imprisonment-by-delhis-tis-hazari-court

ହରିୟାଣା ୨୪/୦୧: ହରିୟାଣା ଫରିଦାବାଦରେ ଚାଞ୍ଚଲ୍ୟ । ହୃଦୟ ବିଦାରକ ଘଟଣା । ଯେଉଁଠି ଜଣେ ବାପା ତାଙ୍କ ଝିଅକୁ ନିର୍ଦ୍ଦୟ ଭାବେ କରିଛି ହତ୍ୟା । ୫୦ ଲେଖିପାରିଲାନି ବି ଗଣିପାରିଲାନି ବୋଲି ରାଗିଗଲେ ବାପା । ନିର୍ଦ୍ଦୟ ଭାବେ ବେଲଣା କାଠିରେ ପିଟିପିଟି ହତ୍ୟା କରିଛି ଜହ୍ଲାଦ ବାପା । ଘଟଣା ପରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ ।

ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତ ଘଟଣା ପରେ ତାଙ୍କ ସ୍ତ୍ରୀଙ୍କୁ ଭୁଆଁ ବୁଲାଇବାକୁ ରଚିଥିଲା କାହାଣୀ । ଯେଉଁଥିରେ ସେ କହିଥିଲେ ଯେ ଝିଅଟି ଖେଳୁଥିବା ସମୟରେ ସିଡ଼ିରୁ ଖସି ପଡ଼ିଛି। କିନ୍ତୁ, ହସ୍ପିଟାଲରେ ପହଞ୍ଚିବା ପରେ ସତ୍ୟ ସାମ୍ନାକୁ ଆସିଥିଲା।ହସ୍ପିଟାଲରେ ମା'ଙ୍କର ହୋଇଥିଲା ସନ୍ଦେହ:ଯେତେବେଳେ ମାଆ ହସ୍ପିଟାଲରେ ପହଞ୍ଚିଲେ । ଦେଖିବା ପରେ ବଢିଥିଲା ସନ୍ଦେହ । କାରଣ ଝିଅଟିର ଶରୀରରେ ଲାଗିଥିଲା ଅନେକ ଆଘାତ । ନୀଳ ପଡିଯାଇଥିଲା ମୁହଁ । ପରେ ସେ ଥାନାରେ କରିଥିଲେ ଅଭିଯୋଗ ।

ଅଭିଯୋଗ ଆଧାରରେ, ସେକ୍ଟର-୫୬ କ୍ରାଇମବ୍ରାଞ୍ଚ ଦଳ ମାମଲାର ତଦନ୍ତ ଆରମ୍ଭ କରିଥିଲା।ଫରିଦାବାଦ ପୋଲିସ ମୁଖପାତ୍ର ଯଶପାଲ କହିଛନ୍ତି ଯେ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଖରନ୍ତିଆ ଗାଁର ବାସିନ୍ଦା କୃଷ୍ଣ ଜୟସୱାଲ । ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ସହିତ ଫରିଦାବାଦର ଝାରସେଣ୍ଟାଲି ଗାଁରେ ଏକ ଭଡ଼ା ଘରେ ରହୁଥିଲେ । ସ୍ୱାମୀ ଓ ସ୍ତ୍ରୀ ଉଭୟ ଘରୋଇ କମ୍ପାନୀରେ କାମ କରନ୍ତି । କୃଷ୍ଣ ଦିନବେଳା ଘରେ ରହି ପିଲାମାନଙ୍କର ଯତ୍ନ ନେଉଥିଲେ ।

ଜାନୁଆରୀ ୨୧ ତାରିଖରେ, ସେ ତାଙ୍କର ସାଢ଼େ ଚାରି ବର୍ଷର ଝିଅକୁ ପାଠ ପଢାଉଥିଲେ । ପଢଉ ପଢଉ ୫୦ ପର୍ଯ୍ୟନ୍ତ ଗଣିବାକୁ କହିଥିଲେ । ହେଲେ ପିଲାଟି ନା ଗଣିପାରିଥିଲା, ନା ଲେଖିପାରିଥିଲା । ରାଗି ଯାଇ ତାଙ୍କୁ ଏକ ବେଲଣା କାଠିରେ ପିଟିଥିଲେ । ସଂଗେ ସଂଗେ ସେଠାରେ ଝିଅଟି ଅଚେତ୍ ହୋଇପଡିଥିଲା ।

ପୋଲିସ ରିପୋର୍ଟ କରିଛି ଯେ ପ୍ରବଳ ମାଡ଼ ଯୋଗୁଁ ଝିଅଟି ଅଚେତ ହୋଇଯାଇଥିଲା। ତା’ପରେ କୃଷ୍ଣ ତାଙ୍କୁ ଏକ ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତା’ପରେ ସେ ତାଙ୍କ ସ୍ତ୍ରୀଙ୍କୁ ଡାକି କହିଲେ ଯେ ଝିଅଟି ସିଡ଼ିରୁ ଖସି ପଡ଼ିଛି ।ମା’ଙ୍କ ଅଭିଯୋଗ ପରେ, ପୋଲିସ କୃଷ୍ଣଙ୍କୁ ଅଟକ ରଖିଲା ।

କଠୋର ପଚରାଉଚରା ପରେ, ଅଭିଯୁକ୍ତ ତାଙ୍କ ଝିଅକୁ ମାଡ଼ ମାରିଥିବା ସ୍ୱୀକାର କଲା। କହିବା ମୁତାବକ ଯେ ସେ ସ୍କୁଲ ଯାଉ ନଥିଲା ଓ ସେ ଘରେ ତାକୁ ପଢ଼ାଉଥିଲା । ଯେତେବେଳେ ସେ ସଂଖ୍ୟା ଲେଖି ପାରୁ ନଥିଲା । ସେ ତାଙ୍କର ନିୟନ୍ତ୍ରଣ ହରାଇ ତାଙ୍କୁ ଅଧିକ ମାଡ଼ ମାରିଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଅଭିଯୁକ୍ତକୁ କୋର୍ଟରେ ହାଜର କରି ଗୋଟିଏ ଦିନିଆ ପୋଲିସ ରିମାଣ୍ଡରେ ନେଇଛି । ଅଧିକ ତଦନ୍ତ ଜାରି ରଖିଛି।