ବିଚାରଗତ ଲଢେଇରେ ସମ୍ପର୍କର ସ୍ଥାନ ନାହିଁ ; ଶେଷ ମୁହୂର୍ତ୍ତରେ ସହଯୋଗ ମାଗିଲେ ମୁଁ କିଛି କରିପାରିବିନି

NEWS7
mithali-raj-and-jhulan-goswami-together-broke-the-record-of-ganguly-dravid-kumble-now-just-behind-sachin

ଭୁବନେଶ୍ବର ୪।୩: ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହେବା ପ୍ରସଙ୍ଗରେ ମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ଦିଲ୍ଲୀପ ରାୟ ମୋ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ସେ ମୋର ବନ୍ଧୁ । ସିଏ ଶେଷ ମୁହୂର୍ତ୍ତରେ କାହିଁକି ସ୍ୱାଧୀନ ପ୍ରାର୍ଥୀ ହେଲେ ମୁଁ ବୁଝିପାରୁନାହିଁ ।

ମୁଁ ତାଙ୍କୁ କହିଥିଲି ତମେ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହୁଅ, କିନ୍ତୁ ସିଏ କିଛି ଉତ୍ତର ଦେଇନଥିଲେ । ବିଜେପି ମୋତେ ଏକ ନମ୍ବର ପ୍ରାର୍ଥୀ କଲେ ମୁଁ ଚିନ୍ତା କରିବି ବୋଲି କହିଥିଲେ । କିନ୍ତୁ ଏବେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଏବେ ଶେଷ ମୁହୂର୍ତ୍ତରେ ମୋତେ ସହଯୋଗ ମାଗିଲେ ମୁଁ କିଛି କରିପାରିବି ନାହିଁ । ଏହା ବିଚାରଗତ ଲଢେଇ, ଏଠି ସମ୍ପର୍କର ସ୍ଥାନ ନାହିଁ । ତେଣୁ ମୋତେ ନିବେଦନ କରିବା ଠିକ୍ ହେବ ନାହିଁ ।  

ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସର ୧୪ ଏବଂ ସିପିଆଇଏମ୍‌ର ଗୋଟିଏ ଭୋଟ୍ ନିଶ୍ଚିନ୍ତ ମିଳିବ । ମୁଁ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛି । ମୋର ସମସ୍ତ ବିଧାୟକଙ୍କୁ ଅନୁରୋଧ କେହି ଦଳ ବିରୋଧୀ କାର୍ଯ୍ୟ କରିବେ ନାହିଁ । ବିଜେଡିର ସମ୍ପୂର୍ଣ୍ଣ ଭୋଟ୍ ମଧ୍ୟ ତାଙ୍କୁ ମିଳିବ ।

ନବୀନ ବାବୁ ଆକ୍ଟିଭଲି ସମସ୍ତଙ୍କ ସହ କଥା ହେଉଛନ୍ତି, ବିଜେଡିର ଯେଉଁ ବିଧାୟକ ଜିତିଛନ୍ତି ସେମାନେ ଭଲରେ ଜାଣିଛନ୍ତି ତାଙ୍କ ବିଜୟରେ ନବୀନ ବାବୁଙ୍କ ଅବଦାନ କ’ଣ ? ତେଣୁ କେବଳ ଅପପ୍ରଚାର ହେଉଛି କି ବିଜେଡିରେ କ୍ରସ୍ ଭୋଟିଂ ହେବ । 

ଚଳିତ ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର କିଛି କାମ ଦେବନାହିଁ । ୨୦୦୨ରେ ଦିଲ୍ଲୀପ ବାବୁ ଜିତିଥିଲେ ବୋଲି ଏବେ ଜିତିବେ ତାହା କହିହେବ ନାହିଁ । ଏବେ ଭକ୍ତ ଦାସ ଗଣତନ୍ତ୍ରର ଜାଗୁଆଳି ରହିଛି । ଗଣତନ୍ତ୍ରକୁ ବଞ୍ଚେଇବାର ଆବଶ୍ୟକତା ରହିଛି । କମନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ବିଜୟ ସୁନିଶ୍ଚିତ ବୋଲି ଭକ୍ତ ଦାସ କହିଛନ୍ତି ।