ବାରବାଟୀରେ ଟିମ୍ ଇଣ୍ଡିଆ, ନେଟ୍‌ ପ୍ରାକ୍ଟିସ୍‌ ପାଇଁ ପହଞ୍ଚିଲା ଦଳ

NEWS7
missing-youth-mrutadeha-found-from-pond-in-anandapur

କଟକ ୦୮।୧୨ : ବାରବାଟୀରେ ଟିମ୍‌ ଇଣ୍ଡିଆ । ମଙ୍ଗଳବାର ଟି-୨୦ ମ୍ୟାଚ୍‌ ପୂର୍ବରୁ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍‌ ଇଣ୍ଡିଆର ସମସ୍ତ ପ୍ଲେୟାର । ଏହାପରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଆରମ୍ଭ ହେବ ଅଭ୍ୟାସ୍‌ । ଯେଉଁଥିରେ ପୋଲିସ ପ୍ରଶାସନ ଓ ବାରବାଟୀ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।

ମଙ୍ଗଳବାର ଦିନ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ । ଏହାପୂର୍ବରୁ ଉଭୟ ଦଳ ପର୍ଯ୍ୟାୟକ୍ରମେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ସମସ୍ତ ଖେଳାଳି ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲରେ ରହିଥିଲେ । ଏହାପରେ ସୋମବାର ଦିନ ପ୍ରଥମ ଟିମ୍‌ ଇଣ୍ଡିଆର ଖେଳାଳିମାନେ କଟକ ବାରବାଟୀ ଷ୍ଟାଡିୟମ ଆସିଛନ୍ତି । ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ୍‌ ଲାଗି ଟିମ୍‌ ଇଣ୍ଡିଆ ବାରବାଟୀରେ ପହଞ୍ଚିଛନ୍ତି । ଅପରାହ୍ନ ୪ଟା ୩୦ ଯାଏଁ ଅଭ୍ୟାସ କରିବ ଟିମ୍‌ ଇଣ୍ଡିଆ । ଏହାପରେ ଅଭ୍ୟାସ କରିବ ଦକ୍ଷିଣ ଆଫ୍ରିକା ଟିମ୍‌ ।  ସଂଧ୍ୟା ସାଢେ ଆଠଟା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବାରବାଟୀରେ ଅଭ୍ୟାସ କରିଵ। ଚାରିଟା ୪୫ମିନିଟରେ ଦକ୍ଷିଣ ଆଫ୍ରିକା ଟିମ୍ ସାମ୍ବାଦିକ ସମ୍ମିଳନୀ କରିଵ। ଉଭୟ ଟିମ୍ ର ଅଭ୍ୟାସ ସାଧାରଣ ଦର୍ଶକ ଦେଖିଵା ପାଇଁ ଵ୍ୟଵସ୍ଥା କରାଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ୬ନମ୍ବର ଓ ୭ନମ୍ବର ଗ୍ୟାଲେରୀରୁ ଅଭ୍ୟାସ ଦେଖିଵା ପାଇଁ ଵ୍ୟଵସ୍ଥା ହୋଇଛି।ଦର୍ଶକ ସଂଖ୍ୟା ଅଧିକ ହେଲେ ଆଉ ଦୁଇଟି ଗ୍ୟାଲେରୀ ଖୋଲାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।