Gas Shortage: ଇରାନ-ଆମେରିକା ଯୁଦ୍ଧ ବନ୍ଦ ନହେଲେ, କେତେ ବଢ଼ିବ ଗ୍ୟାସ୍ ସିଲିଣ୍ଡର ଦାମ୍ ?

NEWS7
mishap-at-funeral-pyre-1-critical-3-hurt

ନୂଆଦିଲ୍ଲୀ: ଦେଶର LPG Crisis ଦେଖିବାକୁ ମିଳିଛି । କିଛି ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଏବଂ ଯୋଗାଣ ଅଭାବ ନେଇ ଖବର ପ୍ରକାଶ ପାଇଛି । ଏଭଳି ରିପୋର୍ଟ ଜନସାଧାରଣଙ୍କ ଚିନ୍ତା ବଢାଇ ଦେଇଛି । ତୈଳ କମ୍ପାନୀଗୁଡ଼ିକ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଏଭଳି ସ୍ଥିତି ହୋଇଛି ବୋଲି ସରକାର କହିଛନ୍ତି ।

ମଧ୍ୟପ୍ରାଚ୍ୟ ସଙ୍କଟର ପ୍ରଭାବ
ଭାରତରେ ଏଲପିଜି ମୂଲ୍ୟ ବୃଦ୍ଧି ପାଉଛି । ଇରାନ ଏବଂ ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ଗ୍ୟାସ ମୂଲ୍ୟ ବୃଦ୍ଧି ହେଉଛି । ଇରାନ ନିକଟବର୍ତ୍ତୀ ହର୍ମୁଜ ପ୍ରଣାଳୀରେ ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ବିଶ୍ୱରେ ତୈଳ ଏବଂ ଗ୍ୟାସ ମୂଲ୍ୟ ବଢ଼ିଛି । ଭାରତ ଏହାର ଏଲପିଜି ଆବଶ୍ୟକତାର ଏକ ବଡ଼ ପରିମାଣ ଆମଦାନୀ କରେ, ତେଣୁ ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ଦେଶ ଉପରେ ସିଧାସଳଖ ପ୍ରଭାବ ପକାଉଛି।

ଆମଦାନୀ ଉପରେ ନିର୍ଭରଶୀଳ ଭାରତ
ଭାରତର ରନ୍ଧନ ଗ୍ୟାସ ଚାହିଦାର ପ୍ରାୟ ୬୦ ପ୍ରତିଶତ ଆମଦାନୀ ମାଧ୍ୟମରେ ପୂରଣ କରାଯାଏ। ଏହି ଏଲପିଜିର ପ୍ରାୟ ୮୦-୯୦ ପ୍ରତିଶତ ମଧ୍ୟପ୍ରାଚ୍ୟ ଦେଶ ଯଥା ସାଉଦି ଆରବ, କୁଏତ, କତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସରୁ ଆସିଥାଏ। ତେଣୁ, ଏହି ଅଞ୍ଚଳର ଯେକୌଣସି ସମସ୍ୟା ଭାରତର ଗ୍ୟାସ ବଜାର ଉପରେ ତୁରନ୍ତ ପ୍ରଭାବ ପକାଏ। ଏବେ ମଦ୍ୟପ୍ରାଚ୍ୟର ଯୁଦ୍ଧର ପ୍ରଭାବ ଭାରତରେ ଉପରେ ପଡ଼ିଛି ।

ଅଧିକ ପଢ଼ୁନ୍ତୁ: ରୋଷେଇ ଘରେ ଯୁଦ୍ଧ ପ୍ରଭାବ, ହୋଟେଲ-ରେଷ୍ଟୁରାଣ୍ଟରେ କମିଲାଣି ମେନ୍ୟୁ

କେତେ ବୃଦ୍ଧି ହେଲା ଗ୍ୟାସ ମୂଲ୍ୟ ?
ମାର୍ଚ୍ଚ ୭, ୨୦୨୬ରେ ତୈଳ କମ୍ପାନୀଗୁଡ଼ିକ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୬୦ ଟଙ୍କା ବୃଦ୍ଧି କରିଥିଲେ । ଫଳସ୍ୱରୂପ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ-ସବସିଡି ସିଲିଣ୍ଡରର ମୂଲ୍ୟ ଏବେ ୯୧୩ ଟଙ୍କା । ଓଡ଼ିଶାରେ ଏବେ ଘରୋଇ ସିଲିଣ୍ଡର ମୂଲ୍ୟ ୯୩୯ ଟଙ୍କା ହୋଇଛି । ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ପ୍ରାୟ ₹୧୧୪-୧୧୫ ବୃଦ୍ଧି ପାଇଛି । ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ କିଛି ହୋଟେଲ ଏବଂ ରେଷ୍ଟୁରାଣ୍ଟ ମଧ୍ୟ ଗ୍ୟାସ ଅଭାବରୁ ବନ୍ଦ ହେବାକୁ ଯାଉଛି ବୋଲି କୁହାଯାଉଛି ।

 

ସରକାରୀ ପଦକ୍ଷେପ
ପରିସ୍ଥିତିର ସମାଧାନ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ତୈଳ ବିଶୋଧନାଗାରଗୁଡ଼ିକୁ ଏଲପିଜି ଉତ୍ପାଦନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି। ଘରୋଇ ଗ୍ରାହକମାନଙ୍କୁ ପ୍ରାଥମିକତା ଦେବା ଏବଂ ଗ୍ୟାସ କଳାବଜାରୀ ରୋକିବା ପାଇଁ ସିଲିଣ୍ଡର ବୁକିଂ ମଧ୍ୟରେ ୨୫ ଦିନର ବ୍ୟବଧାନ ଧାର୍ଯ୍ୟ କରାଯାଇଛି । ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନ ଭଳି ଅତ୍ୟାବଶ୍ୟକୀୟ କ୍ଷେତ୍ରଗୁଡ଼ିକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି।

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ: ସରକାର
ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ଘରୋଇ ଗ୍ରାହକଙ୍କ ପାଇଁ ଗ୍ୟାସର କୌଣସି ଅଭାବ ନାହିଁ । ଯୋଗାଣ ଜାରି ରଖିବାକୁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି। ସେ ଲୋକଙ୍କୁ ଆତଙ୍କିତ ନହୋବକୁ ଅନୁରୋଧ କରିଛନ୍ତି । ଅତିରିକ୍ତ ସିଲିଣ୍ଡର ଗଚ୍ଛିତ ରଖିବାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଯୁଦ୍ଧ ଲାଗି ରହିଲେ, ଗ୍ୟାସ ସିଲିଣ୍ଡର ମୂଲ୍ୟ ଆହୁରି ବଢ଼ିବ ।