ରାଜ୍ୟରେ ଶୁଖିଲା ରହିବ ପାଗ, ୩ ଦିନ ପରେ ୨ରୁ ୩ ଡିଗ୍ରୀ ବଢିପାରେ ପାରଦ

NEWS7
miscreants-murdered-youth-in-nilgiri-of-balasore

ଭୁବନେଶ୍ୱର ୨୬।୦୨ : ଖରା ବଢ଼ିବ । ଆସନ୍ତା ୩ ଦିନ ପରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ ଦିନର ସର୍ବୋଚ୍ଚ ତାପମାତ୍ରା। ହେଲେ ରାତି ତାପମାତ୍ରା କମିବ। ଆସନ୍ତା ଦୁଇଦିନ ଭିତରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ । ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ରାଜ୍ୟରେ ମଙ୍ଗଳବାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ଅଦିନିଆ ବର୍ଷା ହୋଇଥିଲା। ବୁଧବାର କାଁ ଭାଁ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଛି।

ଏ ଖବର ବି ପଢନ୍ତୁ:- ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପାଣିପାଗ ପୂର୍ବାନୁମାନ ହେଲା, ବର୍ତ୍ତମାନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା ସମ୍ଭାବନା ଏବେ ନାହିଁ। ବୁଧବାର ରାଜ୍ୟରେ ଗରମ ପ୍ରକୋପ ସାମାନ୍ୟ ବଢ଼ିଥିଲା। ୧୧ଟି ସ୍ଥାନରେ ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ଥିଲା। ଝାରସୁଗୁଡ଼ାରେ ତାପମାତ୍ରା ୩୫.୮ ଡିଗ୍ରୀ, ସମ୍ବଲପୁର ୩୪.୨, ହୀରାକୁଦ ୩୪ ଡିଗ୍ରୀ ଥିଲା । ଭୁବନେଶ୍ୱର, ତାଳଚେର, ଟିଟିଲାଗଡ଼, ସୋନପୁର, ଭଦ୍ରକ, ଖୋର୍ଦ୍ଧା, ଜଗତସିଂହପୁର, ରାଉରକେଲାରେ ପାରଦ ୩୩ ଡିଗ୍ରୀ କିମ୍ବା ତା’ଠାରୁ ଉପରେ ଥିଲା। ଦିନରେ କ୍ରମଶଃ ଗରମ ଅନୁଭୂତ ହେଉଥିବାବେଳେ ରାତିରେ ଏବେ ବି ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି।

ଏ ଖବର ବି ପଢନ୍ତୁ:- ନାବାଳକ ଯୌନ ନିର୍ଯାତନା ମାମଲା: ଅଗ୍ରୀମ ଜାମିନ ପାଇଁ ହାଇକୋର୍ଟକୁ ଗଲେ ଶଙ୍କରାଚାର୍ଯ୍ୟ