ଋଷିଆ ସହ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାରେ ଅଧା ୟୁରୋପୀୟ, ଟ୍ରମ୍ପଙ୍କୁ ମଧ୍ୟ କରନ୍ତିନି ବିଶ୍ୱାସ

NEWS7
miscreants-looted-from-jewelry-shop-in-nayapalli-of-bhubaneswar

ନୂଆଦିଲ୍ଲୀ, ୦୫ /୧୨: ୟୁକ୍ରେନ ଯୁଦ୍ଧକୁ ନେଇ ୟୁରୋପର ଅନେକ ଦେଶ ସହ ଋଷିଆର ତିକ୍ତତା ବଢିଛି । ଅନେକ ସମୟରେ ଋଷ ଉପରେ କଟକଣା ଲଗାଇଛନ୍ତି ୟୁରୋପୀୟ ଦେଶ । ତୈଳ ମଧ୍ୟ କିଣୁ ନାହାଁନ୍ତି । ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛନ୍ତି । ସେପଟେ ଦୁଇ ଦିନ ତଳେ ୟୁରୋପ ମସ୍କୋ ସହ ଯୁଦ୍ଧ ଚାହୁଁଥିବା ଭ୍ଲାଦିମିର୍ ପୁଟିନ କହିଥିଲେ । ଏହାର ଜବାବ ଦେବାକୁ ମସ୍କୋ ସଦାବେଳେ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଥିଲେ । ଯାହା ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାକୁ ବଢାଇଦେଇଛି । ଯଦି ଯୁଦ୍ଧ ହୁଏ ତାହାଲେ ୟୁରୋପର କେଉଁ ଦେଶ କ୍ଷତିଗ୍ରସ୍ତ ହେବେ ସେନେଇ ଏକ ସର୍ଭେ କରାଯାଇଛି ।

ରିପୋର୍ଟ ଅନୁସାରେ, ଗୁରୁବାର ବାରୋମିଟର୍ ଅଫ୍ ୟୁରୋପ ପବ୍ଲିକ୍ ଓପିନିୟନ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ୯୫୫୩ ଜଣ ୟୁରୋପୀୟଙ୍କୁ ଯୁଦ୍ଧ ବାବଦରେ ଅନେକ ପ୍ରଶ୍ନ ପଚରାଯାଇଥିଲା । ବେଲଜିୟମ, କ୍ରୋଏସିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡ, ପୋଲାଣ୍ଡ, ପର୍ତ୍ତୁଗାଲ ଏବଂ ସ୍ପେନର ନାଗରିକ ସର୍ଭେରେ ସାମିଲ ହୋଇଥିଲେ ।

ସର୍ଭେରେ ଜଣାପଡିଛି ଯେ, ଫ୍ରାନ୍ସ ନାଗରିକମାନେ ଯୁଦ୍ଧ ନେଇ ସତର୍କ ଅଛନ୍ତି । ୮୬ ପ୍ରତିଶତ ବ୍ୟକ୍ତି ଯୁଦ୍ଧ ହୋଇପାରେ ବୋଲି କହିଛନ୍ତି । ଏହା ମଧ୍ୟରୁ ୬୩ ପ୍ରତିଶତ ଯୁଦ୍ଧ ହେବାର ସମ୍ଭାବନା ଅଧିକ ଥିବା ପ୍ରକାଶ କରିଛନ୍ତି । ସେହିପରି ପୋଲାଣ୍ଡର ୭୭ ପ୍ରତିଶତ ଜନତା ସମ୍ଭାବ୍ୟ ଯୁଦ୍ଧକୁ ନେଇ ତତ୍ପର ରହିଛନ୍ତି । ହେଲେ ୪୬ ପ୍ରତିଶତ ଯୁଦ୍ଧ ହେବାର ସମ୍ଭାବନା କମ୍ କିମ୍ବା ଆଦୌ ଯୁଦ୍ଧ ହେବନି ବୋଲି କହିଛନ୍ତି । ପୋଲାଣ୍ଡର ୬୧ ପ୍ରତିଶତ ଜନତା ୟୁକ୍ରେନକୁ ସାହାଯ୍ୟ କରିବା ଠିକ୍ ବୋଲି ସର୍ଭେରେ ଦର୍ଶାଇଛନ୍ତି ।

ସର୍ଭେରେ ଭାଗ ନେଇଥିବା ବ୍ୟକ୍ତିଙ୍କୁ ୟୁରୋପ ଚାଇନା ଏବଂ ଇରାନ ସହ ଯୁଦ୍ଧ ବାବଦରେ ପ୍ରଶ୍ନ କରାଯାଇଥିଲା । ମାତ୍ର ୨୦ ପ୍ରତିଶତ ବ୍ୟକ୍ତି ହିଁ ଇରାନ ଏବଂ ଚୀନ ସହ ଯୁଦ୍ଧ ହୋଇପାରେ ବୋଲି କହିଛନ୍ତି । ସେହିପରି ୮୧ ପ୍ରତିଶତ ଋଷିଆ ଶାନ୍ତି ଚାହୁଁନଥିବା କହିଛନ୍ତି । ୭୭ ପ୍ରତିଶତ ବ୍ୟକ୍ତି ୟୁରୋପୀୟ ସଙ୍ଘ ଶାନ୍ତିର ଖିଲାପ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ଦିଗରେ ୫୯ ପ୍ରତିଶତ ବ୍ୟକ୍ତି ଚାଇନା ଯୁଦ୍ଧ ଚାହୁଁଥିବା ଦର୍ଶାଇଛନ୍ତି । ତେବେ ସର୍ଭେରେ ସାମିଲ ଥିବା ଅଢେଇ ଭାଗ ଲୋକ ସେମାନଙ୍କ ଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିବା ମତ ଦେଇଛନ୍ତି । ଯାହା ବେଲଜିୟମରେ ସର୍ବାଧିକ ୮୭ ପ୍ରତିଶତ ରହିଛି । ଜର୍ମାନ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିବା ୬୯ ପ୍ରତିଶତ ମତ ଦେଇଛନ୍ତି ।

ଟ୍ରମ୍ପଙ୍କ ଉପରେ ଭରସା ନାହିଁ

ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଭାଗ ନେଇଥିବା ମାତ୍ର ୧୦ ପ୍ରତିଶତ ହିଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୟୁରୋପର ବନ୍ଧୁ ଭାବୁଛନ୍ତି । ୪୮ ପ୍ରତିଶତ ଟ୍ରମ୍ପଙ୍କୁ ଶତ୍ରୁ ଭାବୁଥିବା ବେଳେ ୪୦ ପ୍ରତିଶତ ୟୁଏସ ରାଷ୍ଟ୍ରପତି ବନ୍ଧୁ ନୁହେଁ କି ଶତ୍ରୁ ନୁହେଁ ବୋଲି କହିଛନ୍ତି । ଜର୍ମାନ ଏବଂ ବେଲଜିଆନ ମାନେ ଟ୍ରମ୍ପଙ୍କୁ ବିଶ୍ୱାସ କରିହେବ ନାହିଁ ବୋଲି ମତ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରତି ତିନି ଜଣଙ୍କୁ ଜଣେ ବ୍ୟକ୍ତି ଟ୍ରମ୍ପ ପ୍ରଶାସନକୁ ବିରୋଧ କରିଛନ୍ତି । ସ୍ପେନରେ ୪୧ ପ୍ରତିଶତ ବ୍ୟକ୍ତି ଟ୍ରମ୍ପ ସରକାର ସହ କୌଣସି ବୁଝାମଣା ନକରିବାକୁ ମତ ଦେଇଥିବା ବେଳେ ପୋଲାଣ୍ଡର ୪୭ ପ୍ରତିଶତ ଜନତା ଟ୍ରମ୍ପଙ୍କ ସହ ସମ୍ପର୍କ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଛନ୍ତି ।