ପୋଖରୀ ତୁଠରେ ଚାଲିଥିଲା ଖେଳ ଆଉ ଶାମୁକା ଖୋଜା, ଡକାଡକି ହୋଇ ଗଲେ ଯେ ଆଉ ଫେରିଲେନି

NEWS7
miscreants-loot-gold-ornament-from-woman-in-soro

ବାସୁଦେବପୁର ୧୩।୩: ପୋଖରୀରେ ଶାମୁକା ଖୋଜିବାକୁ ଯାଇଥିଲେ । ସାଙ୍ଗ ମାନଙ୍କ ସହ ହସଖୁସିରେ ଚାଲିଥିଲା ଖେଳ । ଆଉ ପୋଖରୀ ତୁଠରୁ ଚାଲିଥିଲା ଶାମୁକା ଖୋଜା । କିଏ ଜାଣିଥିଲା ପୋଖରୀ ଭିତରେ ଲୁଚିଥିଲା ଯମ । ଛକିଥିଲା କେତେବେଳେ କିଏ ଆସିବ ଆଉ ସେ ତାକୁ ନେଇଯିବ । ଏମିତି ଖେଳ ଖେଳରେ ଚାଲିଗଲା ଦୁଇ ନୀରିହ ଜୀବନ । ପୋଖରୀରୁ ଯିବାପାଇଁ ତ ବାଟ ଥିଲା ହେଲା ଫେରିବାର ସବୁବାଟ ବନ୍ଦ ହୋଇଯାଇଥିଲା । କିଏ ଜାଣିଥିଲା ପୋଖରୀ ଖେଳ ତାଙ୍କ ପାଇଁ କାଳ ସାଜିବ ବୋଲି ।

ଏ ଖବର ବି ପଢ଼ନ୍ତୁ:- କୁଆଡ଼େ ଯାଇଛନ୍ତି କଂଗ୍ରେସ ବିଧାୟକ? ଦଳୀୟ ନେତାଙ୍କ କଥାରେ ନାହିଁ କି ତାଳମେଳ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅରଣ୍ଡୁଆ ମଲିକ ସାହିରେ ଅଘଟଣ । ପୋଖରୀରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ । ଅରଣ୍ଡୁଆ ମଲ୍ଲିକସାହି ଗ୍ରାମର ସତ୍ୟବ୍ରତ ବାରିକଙ୍କ ୧୦ ବର୍ଷର ଝିଅ ଓ ଅନ୍ୟ ଜଣେ ବିଜୟ ବାରିକଙ୍କ ଝିଅ ବୋଲି ଜଣାପଡିଛି । ଏହି ଦୁଇ ସାଙ୍ଗଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି ।

ଏ ଖବର ବି ପଢ଼ନ୍ତୁ:- ବିଜେଡିକୁ ଘାରୁଛି କି କ୍ରସ୍ ଭୋଟିଂ ଭୟ ? ମାଧବ ଧଡାଙ୍କ ସହ କଥା ହେଲେ ନବୀନ

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ଚାରି ପାଞ୍ଚ ଜଣ ସାଙ୍ଗ ହୋଇ ନିକଟସ୍ଥ ପୋଖରୀ ନିକଟକୁ ଖେଳିବାକୁ ଯାଇଥିଲେ । ସେଠାରେ ପୋଖରୀ ନିକଟରେ ଶାମୁକା ଖୋଜିବାକୁ ଚେଷ୍ଟା କରୁଥିବା ବେଳେ ଅସାବଧାନତା  ବଶତଃ ପୋଖରୀରେ ପ୍ରଥମେ ଜଣେ ନାବାଳିକା ପଡ଼ି ଯାଇଥିଲେ । ଫଳରେ ପାଖରେ ଥିବା ଅନ୍ୟ ଜଣେ ନାବାଳିକା ସାଙ୍ଗ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ମଧ୍ୟ ପୋଖରୀରେ ପଡ଼ି ଯାଇଥିଲେ । ପାଖରେ ଥିବା ଅନ୍ୟମାନେ ଗାଁ ଲୋକଙ୍କୁ ଡାକ ପକାଇବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଫଳରେ ଗାଁ ଲୋକ ପହଞ୍ଚି ଜଣେ ପୋଖରୀରେ ଭାସୁଥିବା ଦେଖିଥିଲେ । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ନମିଳିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ପୋଖରୀ ମଧ୍ୟରୁ ତାଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଖୋଜାଖୋଜି କରି ପାବଇଥିଲେ । ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଛନ୍ତି । ଉଭୟଙ୍କ ମୃତ୍ୟୁରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।