'ମୁଁ ଶୁଣୁଛି ସେ ଜୀବିତ ନାହାନ୍ତି...': ସର୍ବୋଚ୍ଚ ନେତା ମୋଜତାବାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସନ୍ଦେହ ପ୍ରକାଶ କଲେ ଟ୍ରମ୍ପ

NEWS7
miscreants-firing-jarda-businessman-in-balesore

ନୂଆଦିଲ୍ଲୀ: କେମିତି ଅଛନ୍ତି ଇରାନର ନୂଆ ସୁପ୍ରିମ ଲିଡର୍ ? କେଉଁଠି ଅଛନ୍ତି ମୋଜତାବା ଖାମେନି ? କାରଣ ଏନେଇ ଗତ କିଛି ଦିନ ଧରି ଅନେକ ଚର୍ଚ୍ଚା ଓ ବିତର୍କ। ଆମେରିକା-ଇସ୍ରାଏଲ୍ ଆକ୍ରମଣ ଏବଂ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯୁଦ୍ଧରେ ଆହତ ହୋଇଛନ୍ତି ମଧ୍ୟ ୫୬ ବର୍ଷୀୟ ମୋଜତାବା। ତେବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ସାର୍ବଜନୀନ ଭାବେ କେଉଁଠି ନଜର ଆସିନଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଥିଲା। ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି।

ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଟ୍ରମ୍ପ କହିଛନ୍ତି, "ମୁଁ ଜାଣିନାହିଁ ଯେ ସେ ଜୀବିତ ଅଛନ୍ତି କି ନାହିଁ। ଏପର୍ଯ୍ୟନ୍ତ କେହି ତାଙ୍କୁ ଦେଖାଇ ପାରିନାହାଁନ୍ତି। ମୁଁ ଶୁଣୁଛି ଯେ ସେ ଜୀବିତ ନାହାନ୍ତି, ଏବଂ ଯଦି ସେ ଜୀବିତ ଅଛନ୍ତି, ତେବେ ତାଙ୍କୁ ତାଙ୍କ ଦେଶ ପାଇଁ ବହୁତ ଚତୁରତାର ସହିତ କିଛି କରିବା ଉଚିତ। ତାହା ହେଉଛି ଆତ୍ମସମର୍ପଣ।

also-ଆମେରିକାର ୫ ଫାଇଟର୍ ଜେଟ୍ ନଷ୍ଟ ! ଇରାନ୍ କରୁଛି ଦାବି, କିନ୍ତୁ ଟ୍ରମ୍ପ୍ କହିଲେ...

ତଥାପି, କିଛି ମିନିଟ୍ ମଧ୍ୟରେ ଆମେରିକା ରାଷ୍ଟ୍ରପତି ତାଙ୍କ ମୃତ୍ୟୁର ରିପୋର୍ଟକୁ ଏକ ଗୁଜବ ବୋଲି କହିଛନ୍ତି। ଇରାନର ଭବିଷ୍ୟତ ଶାସକଙ୍କ ପାଇଁ ତାଙ୍କ ପାଖରେ ତିନୋଟି ଭଲ ବିକଳ୍ପ ଅଛି ବୋଲି କହିବାର କିଛି ଦିନ ପରେ ସେ ଶନିବାର ସମାନ ସୂଚନା ଦେଇଥିଲେ। ଟ୍ରମ୍ପ କହିଛନ୍ତି, "ଆମ ପାଖରେ ଏପରି ଲୋକ ଅଛନ୍ତି ଯେଉଁମାନେ ଜୀବିତ ଅଛନ୍ତି ଯେଉଁମାନେ ଦେଶର ଭବିଷ୍ୟତ ପାଇଁ ମହାନ ନେତା ହେବେ।"

ମୋଜତାବା ସ୍ୱାସ୍ଥ୍ୟବସ୍ଥା "ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସୁସ୍ଥ" ଅଛନ୍ତି ବୋଲି ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ପୁଅ ୟୁସେଫ୍ ପେଜେସକିଆନ ସୂଚନା ଦେଇଛନ୍ତି। ଇରାନ କହିଛି ଯେ ସେ ଆମେରିକୀୟମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ନୁହେଁ। ଏହାର ସର୍ବୋଚ୍ଚ ନେତା ଆହତ ହୋଇଥିଲେ କିନ୍ତୁ ବର୍ତ୍ତମାନ ସ୍ଥିର ଅଛନ୍ତି।

also-ଆମେ ରକ୍ତ ଦେବାକୁ ପ୍ରସ୍ତୁତ କିନ୍ତୁ ମାଟି ନୁହେଁ...ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ୍ ଦେଲା ଇରାନ୍

ମାର୍ଚ୍ଚ 12 ତାରିଖରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ X ରେ ଏକ ପୋଷ୍ଟରେ ଲେଖିଥିଲେ ଯେ ଯୁଦ୍ଧ କେବଳ ତିନୋଟି ସର୍ତ୍ତ ପୂରଣ ହେବା ପରେ ଶେଷ ହେବ। ଇସଲାମିକ୍ ଗଣରାଜ୍ୟର ବୈଧ ଅଧିକାରକୁ ସ୍ୱୀକୃତି, କ୍ଷତିପୂରଣ ପ୍ରଦାନ ଏବଂ ଭବିଷ୍ୟତର ଆକ୍ରମଣ ବିରୁଦ୍ଧରେ ଦୃଢ଼ ଅନ୍ତର୍ଜାତୀୟ ଗ୍ୟାରେଣ୍ଟି।

କଣ କହିଥିଲା ପାଶ୍ଚାତ ଗଣମାଧ୍ୟମ ?

ମୋଜତାବା ଖାମିନୀଙ୍କ ଗୋଡ଼ ସମେତ ଶରୀରର କେତେକ ସ୍ଥାନରେ ଆଘାତ ଲାଗିଛି। ତେବେ ସେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ଏବଂ ଏକ ଅତ୍ୟନ୍ତ ସୁରକ୍ଷିତ ତଥା ଗୁପ୍ତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ତାଙ୍କର ଯୋଗାଯୋଗ ବ୍ୟବସ୍ଥାକୁ ଅତ୍ୟନ୍ତ ସୀମିତ ରଖାଯାଇଛି।