ହୋଲି ଖେଳ ହେଲା କାଳ ; ଖରସ୍ରୋତା ଓ ବ୍ରାହ୍ମଣୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ

NEWS7
miscreants-attack-old-woman-in-bhadrak

ଯାଜପୁର ୪।୩: ହୋଲିରେ ଅଘଟଣ । ରଙ୍ଗ ଖେଳିସାରି ନଦୀରେ ଗାଧୋଉଥିବା ବେଳେ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି । ଯାଜପୁର ଖରସ୍ରୋତା ଓ ବ୍ରାହ୍ମଣୀ ନଦୀରେ ଘଟିଛି ଏଭଳି ଅଘଟଣ ।

ଏ ଖବର ବି ପଢ଼ନ୍ତୁ:- ବିଚାରଗତ ଲଢେଇରେ ସମ୍ପର୍କର ସ୍ଥାନ ନାହିଁ ; ଶେଷ ମୁହୂର୍ତ୍ତରେ ସହଯୋଗ ମାଗିଲେ ମୁଁ କିଛି କରିପାରିବିନି

ସୂଚନାଯୋଗ୍ୟ ଯେ, ଯାଜପୁର ରୋଡ୍ ଥାନା ଯୋକଡିଆ ନିକଟ ଖରସ୍ରୋତା ନଦୀରେ ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ଜଣେ ଯୁବକ ବୁଡିଯାଇଥିଲେ । ପରେ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ବ୍ୟାସନଗର ଅଞ୍ଚଳର ସଂଗ୍ରାମ ଅଜିତାଭ ଦାସ ହୋଇଥିବା ବେଳେ ସେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଜଣାପଡିଛି ।

ଏ ଖବର ବି ପଢ଼ନ୍ତୁ:- ସାମାନ୍ୟ ବଚସାରୁ ଫୁଟିଲା ଗୁଳି, ଦୁଇ ଆହତ ମେଡିକାଲରେ ଭର୍ତ୍ତି

ସେହିପରି ଯଖପୁରା ଥାନା ଦିଗାମ୍ବରପୁର ନିକଟରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ରଙ୍ଗ ଖେଳିସାରି ନାବାଳକ ଜଣକ ନଦୀରେ ଗାଧୋଉଥିବା ବେଳେ ଘଟିଥିଲା ଏହି ଅଘଟଣ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦାନଗଦି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ନାବାଳକ ସ୍ଥାନୀୟ ଯଖପୁରା ଅଞ୍ଚଳର ସମରଜିତ୍ ମଲିକ ବୋଲି ଜଣାପଡ଼ିଛି । ତେବେ ମୃତଦେହ ଉଦ୍ଧାର କରି ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।