LIVE TV
LIVE TV

ଧର୍ମେନ୍ଦ୍ରଙ୍କ ଅସ୍ଥି ବିସର୍ଜନ ବେଳେ ଫଟୋଗ୍ରାଫରଙ୍କ ଉପରେ ବର୍ଷିଲେ ସନ୍ନି ଦେଓଲ, ଛଡାଇ ନେଲେ କ୍ୟାମେରା

NEWS7
misbehave-to-police-officer-in-papadahandi-3-accused-arrested

ନୂଆଦିଲ୍ଲୀ ୦୪।୧୧: ଗଙ୍ଗାରେ ବିସର୍ଜନ ହେଲା ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କ ଅସ୍ଥି। ଏଥିପାଇଁ ଆଜି (ବୁଧବାର) ହରିଦ୍ବାରରେ ପୂରା ଦେଓଲ ପରିବାରକୁ ଦେଖିବାକୁ ମିଳିଥିଲା । ଦୁଇ ପୁଅ ସନି ଦେଓଲ, ବବି ଦେଓଲ ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଗଙ୍ଗା କୂଳରେ ଉପସ୍ଥିତ ଥିଲେ। ଧର୍ମେନ୍ଦ୍ରଙ୍କ ଅସ୍ଥିକୁ ସନି ଦେଓଲଙ୍କ ପୁଅ କରଣ ବିସର୍ଜନ କରିଥିଲେ। ଏହା ପରେ, ସେମାନେ ହୋଟେଲକୁ ଯାଇଥିଲେ ଏବଂ ସେଠାରୁ ବିମାନବନ୍ଦରକୁ ବାହାରି ଯାଇଥିଲେ। ଯେଉଁଥି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମଙ୍ଗଳବାର ଦେଓଲ ପରିବାର ହରିଦ୍ୱାରରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ସନ୍ନି ଦେଓଲ ଜଣେ ପାପାରାଜିଙ୍କୁ ଗାଳି କରୁଛନ୍ତି ଏବଂ ତାଙ୍କ କ୍ୟାମେରା ଛଡାଇବା ପାଇଁ ଉଦ୍ୟମ କରୁଛନ୍ତି…

ପାପାରାଜିଙ୍କ ଉପରେ କାହିଁକି ବର୍ଷିଲେ ?

ଏହି ସମୟରେ, ସନ୍ନି ଦେଓଲଙ୍କ ଏହି ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ, ସେ ପାପାରାଜିଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳୁଛି। ସେ ରାଗିକି ତାଙ୍କ ପାଖକୁ ଯାଉଛନ୍ତି। ସନି କହୁଛନ୍ତି, "ତୁମେ ତୁମର ଲଜ୍ଜା ବିକି ଦେଇଛ କି ? ତୁମେ ଟଙ୍କା ଚାହୁଁଛ…ତୁମେ କେତେ ଟଙ୍କା ଚାହୁଁଛ ?" ସନ୍ନି ପାପରାଜିଙ୍କ ଉପରେ ରାଗିକି କ୍ୟାମେରା ଛଡ଼ାଇ ନେଉଥିବା ମଧ୍ୟ ଦେଖାଯାଇଛି ।

ସୂଚନାଥାଉକି,ଯେ ସନ୍ନି ଦେଓଲ ପୂର୍ବରୁ ଫଟୋଗ୍ରାଫରଙ୍କ ଉପରେ ବର୍ଷିଛନ୍ତି। ସେହି ସମୟରେ, ପତ୍ରକାର ମାନେ ସନ୍ନି ଦେଓଲଙ୍କ ଘର ବାହାରେ ବସିଥିଲେ, ଏବଂ ଧର୍ମେନ୍ଦ୍ର ଗୁରୁତର ଅସୁସ୍ଥ ଥିଲେ। ସନ୍ନି ସେମାନଙ୍କୁ ରାଗରେ କହିଥିଲେ, "ତୁମମାନଙ୍କୁ ଲଜ୍ଜା ଲାଗିବା ଉଚିତ। ତୁମର ଘରେ ବାପାମାଆ ନାହାନ୍ତି କି ? ତୁମର ପିଲାମାନେ ଅଛନ୍ତି, ତୁମେମାନେ କଣ କେବଳ ଏହିପରି ଭିଡିଓ ଉଠାଉଛ…ଏହା ପରେ, ସେମାନେ ତାଙ୍କ ଘର ବାହାରୁ ଦୂରେଇ ଗଲେ…