LIVE TV

ରଫିକ ନାଁରେ ବୁଲୁଥିଲା ହତ୍ୟାକରୀ ରାଜେନ୍ଦ୍ରନ, ୨୧ ବର୍ଷ ଧରି ଥିଲା ଫେରାର

NEWS7
minor-girl-rape-allegation-rapist-arrested-in-g-udayagiri

ଚେନ୍ନାଇ: ଚେନ୍ନାଇର ଏନ୍ନୁରରେ ୨୧ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ରଫିକ ନାଁରେ ବାହାରେ ବୁଲୁଥିବା ହତ୍ୟାକରୀ ରାଜେନ୍ଦ୍ରନକୁ ପୋଲିସ ଗିରଫ କରିଛି । SIR ଫର୍ମ ଆଧାରରେ ତାର ସ୍ଥାନ ଚିହ୍ନଟ ହେବା ପରେ ସ୍ପେଶାଲ୍ ଟାସ୍କ ଫୋର୍ସ ତାକୁ ଗିରଫ କରିଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଏନ୍ନୁର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ରନ ଘଟଣାର କିଛି ସମୟ ପରେ ଚେନ୍ନାଇ ପଳାଇ ଯାଇଥିଲା। ପରବର୍ତ୍ତୀ ସମୟରେ ସେ ଅନ୍ୟ ଧର୍ମ ଗ୍ରହଣ କରିଥିଲା ଏବଂ ଏକ ପରିବର୍ତ୍ତିତ ନାମରେ ଗତ କୋଡ଼ିଏ ବର୍ଷ ଧରି ପୋଲିସ ନଜରରୁ ଦୂରେଇ ରହିଥିଲା ।

ଚେନ୍ନାଇର ଏନ୍ନୁରରେ ଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ରନ ୨୧ ବର୍ଷ ଧରି କେରଳ ଏବଂ କର୍ଣ୍ଣାଟକରେ ବୁଲୁଥିଲା । ପରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲା ଏବଂ କର୍ଣ୍ଣାଟକର ବେଙ୍ଗାଲୁରୁରେ ରହୁଥିଲା । ନିର୍ବାଚନ କମିଶନ ଦ୍ୱାରା ଆରମ୍ଭ ହୋଇଥିବା ଏସଆଇଆର ମାଧ୍ୟମରେ ତାକୁ ଗିରଫ କରାଯାଇଛି । ରାଜେନ୍ଦ୍ରନ୍ ଏନୋରରେ ଜଣେ ଯୌନ କର୍ମୀ ଥିଲା । ଜଣେ ଗ୍ରାହକଙ୍କ ସହ ବିବାଦ ତାର ବିବାଦ ହୋଇଥିଲା । ରାଜେନ୍ଦ୍ରନ୍ ତାଙ୍କୁ ହତ୍ୟା କରିଥିଲା ଏବଂ ଫେରାର ହୋଇଯାଇଥିଲା ।

ପୋଲିସ ତାକୁ ଖୋଜାଖୋଜି କରିଥିଲା । ସେ କର୍ଣ୍ଣାଟକ ଏବଂ କେରଳରେ ସ୍ଥାନ ବଦଳାଇ ରହୁଥିଲା । ତାମିଲନାଡୁରେ ନିର୍ବାଚନ କମିଶନଙ୍କ ଏସଆଇଆର ଫର୍ମ ଦାଖଲ ପ୍ରକ୍ରିୟା ଚାଲୁଥିବା ବେଳେ, ରାଜେନ୍ଦ୍ରନ ପୁଅ ତା ଫର୍ମରେ ପିତାଙ୍କ ବିବରଣୀ ଦେଇଥିଲା । ସେତେବେଳେ ପୋଲିସ ରାଜେନ୍ଦ୍ରନର ଥିବା ସ୍ଥାନ ସଂପର୍କରେ ଜାଣିବାକୁ ପାଇଥିଲା । ରାଜେନ୍ଦ୍ରନର ପୁଅକୁ ପଚରାଉଚରା କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ରାଜେନ୍ଦ୍ରନ ଇସଲାମ ଧର୍ମ ଗ୍ରହଣ କରିଛି । ତାର ନାଁ ରଖିଛି ରଫିକ । ସେ ବେଙ୍ଗାଲୁରୁରେ ରହୁଛି ବୋଲି ଜାଣିବାକୁ ପାଇଥିଲା ପୋଲିସ । ପୋଲିସ ରାଚେନ୍ଦ୍ରନକୁ ଗିରଫ କରି ପଚରା ଉଚରା କରୁଛି ।