ଧାନ ପାଇଁ ଧାରଣା, ରାସ୍ତାରେ ବସି ନ୍ୟାୟ ମାଗୁଛି ଚଷା ପୁଅ

NEWS7
minor-girl-clashed-with-police-to-get-lover-out-of-police-station

ଜଳେଶ୍ୱର ୨୬।୦୨ : ରାଜରାସ୍ତାକୁ ପୁଣି ଓହ୍ଲାଇଛନ୍ତି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାମନଗର ସେବା ସମବାୟ ସମିତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ରାସ୍ତା ଅବରୋଧ କରାଯାଇଛି । ଧାନ କିଣାରେ ସରକାରଙ୍କ ମନମାନି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଏକାଧିକ ଚାଷୀ ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଜପୁର ପଞ୍ଚାୟତ ରାମନଗର ସେବା ସମବାୟ ସମିତିର ୪୬୪ ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ । ମାତ୍ର ୯୬ ଜଣ ଚାଷୀଙ୍କ ଧାନ କିଣାଯାଇଛି । ଧାନ ଦେବାରେ ନିର୍ଦ୍ଦିଷ୍ଟ ଅର୍ଥ ଜମା ଖାତାରେ ପୈଠ ହୋଇନାହିଁ । ପରିଣାମ ସ୍ୱରୁପ ଚାଷୀ ଘରେ ଧାନ ରଖି ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଜୀବନ କାଟୁଛନ୍ତି ଚାଷୀ । ସରକାର ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଧାନ ଉଠାଇବାକୁ କହିଛନ୍ତି । ହେଲେ ମିଲରମାନେ ଠିକ ସମୟରେ ଧାନ ନେଇନାହାନ୍ତି । ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ହେଲେ କୌଣସି ସୁଫଳ ମିଳିନଥିଲା। ଶେଷରେ ଗତ ୧୭ ତାରିଖରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ । କିନ୍ତୁ ଖାଦ୍ୟ ଯୋଗାଣ ଅଧିକାରୀ ଧାନ ଉଠାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଆଜି ଏହି ସମିତିରେ ୫୦ରୁ ଅଧିକ ଚାଷୀଙ୍କ ଧାନ ଦେବାରେ ଥିବା ବେଳେ ମିଲର କିଣୁନାହାନ୍ତି । ରାତି ୧୨ଟା ପରେ ଟୋକନର ଅବଧି ଶେଷ ହୋଇଯିବ । ଯାହାକୁ ବିରୋଧ କରି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପଞ୍ଜିକୃତ ଚାଷୀ ।  ଯଦି ସରକାର ସମସ୍ତ ଚାଷୀଙ୍କ ଧାନ ନକିଣନ୍ତୁ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀମାନେ କହିଛନ୍ତି ।