LIVE TV
LIVE TV

ସତରେ କ’ଣ ୨୦୨୪ ଲୋକସଭା ନିର୍ବାଚନରେ ସିଆଇଏ ଓ ମୋସାଦ ଷଡ଼ଯନ୍ତ୍ର କରିଥିଲେ? କଂଗ୍ରେସ ନେତାଙ୍କ ବଡ଼ ବୟାନ

NEWS7
minor-girl-child-mrutadeha-found-in-keonjhar

ନୂଆଦିଲ୍ଲୀ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ପାଇଁ 'ଷଡଯନ୍ତ୍ର' କରିଥିଲେ ବିଦେଶୀ ଏଜେନ୍ସି ! ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ଏବଂ ଇସ୍ରାଏଲର ମୋସାଦ ଷଡ଼ଯନ୍ତ୍ର କରି କଂଗ୍ରେସକୁ ହରାଇଥିଲେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ କୁମାର କେତକର। ବିଦେଶୀ ଗୁପ୍ତଚର ସଂସ୍ଥାଗୁଡ଼ିକ ନୂଆଦିଲ୍ଲୀରେ ଏକ ସ୍ଥିର କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ରୋକିବା ପାଇଁ ବଦ୍ଧପରିକର ଥିଲେ ବୋଲି ସେ ଦାବି କରିଛନ୍ତି।

କଂଗ୍ରେସ ଦ୍ୱାରା ଆୟୋଜିତ ଏକ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଭାଷଣ ଦେଇ କେତକର ଯୁକ୍ତି ଦେଇଥିଲେ ଯେ ଦଳର ସଂଖ୍ୟାରେ ହଠାତ୍ ଏତେ ହ୍ରାସ ହେବା ଆଶ୍ଚର୍ଯ୍ୟକର। ୨୦୦୯ରେ ୨୦୬ ଆସନରୁ ୨୦୧୪ରେ ୪୪କୁ ଖସି ଆସିବା କେବଳ ଘରୋଇ ରାଜନୀତି ପାଇଁ ହୋଇପାରିବ ନାହିଁ। ଏବଂ ଏହା ଜନତାଙ୍କ ଜନାଦେଶ ବି ନୁହେଁ ବୋଲି ସେ କହିଛନ୍ତି।

ମନି କଣ୍ଟ୍ରୋଲ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, କେତକର ଦାବି କରିଛନ୍ତି ଯେ ୨୦୧୪ ନିର୍ବାଚନ ପୂର୍ବରୁ ଏକ ଖେଳ ଆରମ୍ଭ କରାଯାଇଥିଲା। କୌଣସି ପରିସ୍ଥିତିରେ ଯେମିତି କଂଗ୍ରେସର ଆସନ ସଂଖ୍ୟା ୨୦୬ ରୁ ବୃଦ୍ଧି କରା ନଯିବ ସେଥିପାଇଁ ଗେମ ଆରମ୍ଭ ହୋଇଥିଲା। ଭାରତରେ ଗେମ ଖେଳିବାକୁ ହେଲେ କଂଗ୍ରେସକୁ ହିଁ ତଲକୁ ଟାଣିବାକୁ ପଡ଼ିବ ବୋଲି ସେମାନେ ଭାବୁଥିଲେ ବୋଲି କେତକର ଅଭିଯୋଗ କରିଛନ୍ତି।