ବର୍ଷା ହେବ ନା ଶୁଖିଲା ରହିବ ? ଶ୍ରୀଲଙ୍କା ପାଣିପାଗ ବିଭାଗର ରିପୋର୍ଟ ପରେ ଚିନ୍ତାରେ ସମସ୍ତେ

NEWS7
minor-boy-arrested-for-fake-id-in-name-of-rourkela-sp

କଲମ୍ବୋ, ୧୫/୦୨ : ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ଟି୨୦ ବିଶ୍ୱକପର ଏହି ହାଇ ଭୋଲଟେଜ୍ ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ । ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ମୁକାବିଲା ଜିତିବାକୁ ଦୁଇ ଦଳ ଅଭ୍ୟାସ ଜାରି ରଖିଛନ୍ତି । ତେବେ ମ୍ୟାଚ୍ ବର୍ଷାରେ ଧୋଇଯିବା ନେଇ ମଧ୍ୟ ଭୟ ରହିଛି । ଏହାରି ଭିତରେ ପାଣିପାଗ ବିଭାଗ ବଡ ସୂଚନା ଦେଇଛି ।

ଏବେକାର ସମୟକୁ ଦେଖିଲେ କଲମ୍ବୋ ଆକାଶରେ ବାଦଲ ଦେଖିବାକୁ ମିଳିଛି । ଯାହା ଫ୍ୟାନ୍ସଙ୍କ ଚିନ୍ତା ବଢାଇ ଦେଇଛି । ଯଦି ବର୍ଷା ହୁଏ ତାହାଲେ ମ୍ୟାଚ୍ ଖେଳାଯିବନି । ଅନ୍ୟ ଦିଗରେ ଶ୍ରୀଲଙ୍କା ପାଣିପାଗ ବିଭାଗ କହିଛି ଯେ, ଦିନବେଳା ବର୍ଷା ହେବା ସମ୍ଭାବନା କମ୍ ରହିଛି । ହେଲେ ରାତିରେ ହାଲୁକା ବର୍ଷା ହୋଇପାରେ । ଦେଶର ପୂର୍ବ ଏବଂ ଦକ୍ଷିଣ ପ୍ରାନ୍ତରେ ଅଧିକ ବର୍ଷା ହେବ । ତେବେ କଲମ୍ବୋ ଦେଶର ପଶ୍ଚିମ ଭାଗରେ ରହିଛି । ଯେଉଁଠି ପାଗ ଅପେକ୍ଷାକୃତ ଶୁଖିଲା ରହିବ ।

ସ୍ଥାନୀୟ ସମୟ ୭ଟା ବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଖେଳାଯିବ । ୬ଟା ୩୦ରେ ଟସ୍ ହେବ । ଏବେ ସେଠାରେ ୩୪ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ମ୍ୟାଚ୍ ବେଳେ ଏହା ୨୫ରୁ ୩୦ ଭିତରେ ରହିପାରେ । ସେହିପରି ୮୫ ପ୍ରତିଶତ ଆଦ୍ରତା ରହିପାରେ । ଯାହା ଖେଳାଳିଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ।

ଏହି ଖବରଟି ପଢନ୍ତୁ...  'ଭାରତର ଅର୍ଥନୀତି ସଫଳ' : IMF ଏବଂ ବିଶ୍ୱବ୍ୟାଙ୍କ୍ ପରେ ପ୍ରଶଂସା କଲେ ଜାତିସଙ୍ଘ ମହାସଚ୍ଚିବ

ସୂଚନାଯୋଗ୍ୟ. ମ୍ୟାଚ୍ ର ପରିଣାମ ପାଇଁ ଅତି କମରେ ୫ ଓଭର ଖେଳାଯିବା ଦରକାର । ଯଦି ମ୍ୟାଚ୍ ନହୁଏ ତାହାଲେ ଏହା ରବ୍ଦ ହୋଇଯିବ । ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗବଣ୍ଟା ହେବ ।