LIVE TV
LIVE TV

ଆଇନଜୀବୀ ପୀତବାସ ହତ୍ୟା ମାମଲା, ସୁନିଲ ଓ ଶୂନ୍ୟଙ୍କୁ ରିମାଣ୍ଡରେ ନେଇ ପୋଲିସର ଜେରା

NEWS7
minister-tukuni-sahu-talk-with-discuss-with-party-worker

ବ୍ରହ୍ମପୁର ୨୮/୧୧ : ଆଇନଜୀବୀ ପାତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଗୁରୁବାର ସୁନାଲ ହୋତା ଓ ଶୂନ୍ୟ ଚନ୍ଦ୍ର ଦାସଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଥାନାରେ ଜେରା କରିଥିବା ଜଣାପଡିଛି । ପୂର୍ବରୁ କୁରୁପତି ଭୂୟାଁ, ଚିଷ୍ଣୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ଦ୍ଵିତୀୟ ଥର ପାଇଁ ୨ଦିନିଆ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିଥିଲା ।

ଏହା ପୂର୍ବରୁ ମଦନ ଦଳାଇ, ମଳୟ ବିଷୋୟୀ, ଉମା ବିଷୋୟୀ, ଚିଣ୍ଟୁ ପ୍ରଧାନ, କୁରୁପତି ଭୂୟାଁ ଓ ଯୋଗୀ ରାଉତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥ୍ଲା ପୁଲିସ ବୈଦ୍ୟନାଥପୁର ଥାନାରେ ପୁଲିସ ଦୀର୍ଘ ସମୟ ଧରି ସୁନାଲ ଓ ଶୂନ୍ୟ ଉଭୟ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିଥିବା ଜଣାପଡ଼ିଛି। ଏପରିକି ଜେରା ସମୟରେ ଅଭିଯୁକ୍ତମାନଙ୍କ ବୟାନକୁ ପୁଲିସ ଭିଡ଼ିଓ ରେକର୍ଡିଂ କରିଥିବା ସୂଚନା ମିଳିଛି । ରିମାଣ୍ଡ ଅବଧି ଶେଷ ପରେ ଅର୍ଥାତ ୨୯ ତାରିଖ ସନ୍ଧ୍ୟା ସୁଦ୍ଧା ଉଭୟ ଅଭିଯୁକ୍ତ କୋର୍ଟରେ ହାଜର କରିବାକୁ କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

ପୀତବାସ ହତ୍ୟାପରେ କୁରୁପତି ଓ ଉମା ଜୟପୁର ଯାଇ ସେଠାରେ ସୁନୀଲ ହୋତାଙ୍କ ଫାର୍ମହାଉସରେ ଆଶ୍ରୟ ନେଇଥିଲେ । କୁରୁପତି ଓ ଉମା ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଜାଣି ମଧ୍ୟ ସୁନୀଲ ସେମାନଙ୍କୁ ନିଜ ଫାର୍ମହାଉସରେ ଆଶ୍ରୟ ଦେଇଥିବାରୁ ପୋଲିସ ସୁନିଲଙ୍କୁ ଗିରଫ କରିଥିଲା। ସେହିପରି ସ୍ଥାନୀୟ ଅଳକାପୁରୀ ସ୍ଥିତ ନିଜ ଘରେ ଶୂନ୍ୟ ଚନ୍ଦ୍ର ଦାସ ହତ୍ୟାକାଣ୍ଡ ପୂର୍ବରୁ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ପୋଲିସ ଶୂନ୍ୟଙ୍କୁ ଗିରଫ କରିଥିଲା ।