୧୫ ବର୍ଷ ଧରି ଆସୁ ନାହାଁନ୍ତି ଅଫିସ, ଦେହ ଖରାପ ନାଁରେ ଛୁଟି ; ତଥାପି କମ୍ପାନୀ ଦେଉଛି ଦରମା !

NEWS7
minister-dibya-sankar-mishra-statement-over-tentei-rape-and-suicide-case

ନୂଆଦିଲ୍ଲୀ,୨୦|୦୧ : ଦିନେ କି ଦୁଇ ଦିନ ନୁହେଁ । ମାସେ କି ଦୁଇ ମାସ ମଧ୍ୟ ନୁହେଁ । ଏକାଥରେ୧୫ବର୍ଷ ଛୁଟି । ତାହା ପୁଣି ଦେହ ଖରାପ ନାଁରେ । ଛୁଟିରେ ରହୁଥିଲେ ବି ମିଳୁଛି ଦରମା । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏପରି ଏକ ଘଟଣାସାମ୍ନାକୁ ଆସିଛି ଲଣ୍ଡନରେ । ଏଠାରେ ଜଣେ ବ୍ୟକ୍ତି ଦେହ ଖରାପ ନାଁରେ୧୫ବର୍ଷ ଧରି ଛୁଟି ନେଇଛନ୍ତି। ତାଙ୍କୁ ତିନି ଚତୁର୍ଥାଂଶ ଦରମା ବି ମିଳୁଛି ।

ରିପୋର୍ଟ ଅନୁସାରେ, ଲଣ୍ଡନରେ ରୁହନ୍ତି ଇଆନ୍ କ୍ଲିଫର୍ଡ୍ । ସେ ଆଇବିଏମରେ କାମ କରନ୍ତି । ସେ୨୦୦୮ରେ ମାନସିକ ସ୍ୱାସ୍ଥ୍ୟ ଜନିତ ଚିକିତ୍ସା ପାଇଁ ଛୁଟି ନେଇଥିଲେ । ଏହାପରେ୨୦୧୩ରେ ସେ ପୁଣି କମ୍ପାନୀରେ ଯୋଗ ଦେଇଥିଲେ । ଏହିବର୍ଷ ସେ ଆଦୌ କାମ କରିନଥିଲେ । ଏହାପରେ କିନ୍ତୁ କ୍ଲିଫର୍ଡ୍ ଏପରି କିଛି ପଦକ୍ଷେପ ନେଇଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା। ସେ ଆଇବିଏମ ବିରୋଧରେ ଅଭିଯୋଗ କରିଥିଲେ । ଏହିବର୍ଷ ତାଙ୍କୁ ଦରମା ମିଳିନଥିବା କିମ୍ବା ଦରମା ବଢି ନଥିବା ନେଇ ସେ ଅଭିଯୋଗରେ ଦର୍ଶାଇଥିଲେ ।

ତେବେ୨୦୧୩ରେ କ୍ଲିଫର୍ଡ୍ ଏବଂ ଆଇବିଏମ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ଏହି ବୁଝାମଣା ଅନୁସାରେ, ଆଇବିଏମ୍ କ୍ଲିଫର୍ଡଙ୍କୁ କମ୍ପାନୀର ସ୍ୱାସ୍ଥ୍ୟ ବୀମା ଅନୁସାରେ ଟଙ୍କା ଦେବ ବୋଲି କହିଥିଲା । ଏପରିକି ତାଙ୍କୁ୬୫ବର୍ଷ ହେଲା ଯାଏଁ ଦରମାର୭୫ପ୍ରତିଶତ ମିଳିବ ।୨୦୦୮ରେ ତାଙ୍କୁ ବାର୍ଷିକ୫୪ଲକ୍ଷ ଟଙ୍କା ଦରମା ମିଳୁଥିଲା । ସେହି ହିସାବରେ କ୍ଲିଫର୍ଡ୬୫ବର୍ଷ ଯାଏଁ ଅଫିସରେ କାମ ନକରି ବର୍ଷକୁ.ମିଲିୟନ ୟୁରୋ ଦରମା ପାଇବେ ।ଏହାସହ ଛୁଟି ଦିନକୁ ଆଧାର କରି ମଧ୍ୟ ତାଙ୍କୁ ଅତିରିକ୍ତ ଦରମା ମିଳିବ ।

ତେବେ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ କ୍ଲିଫର୍ଡ । ସେ ପୁଣି ଆଇବିଏମ ବିରୋଧରେ ବାଛବିଚାର କରାଯାଉଥିବା ଅଭିଯୋଗ ଆଣିଥିଲେ । ତାଙ୍କ କହିବାନୁସାରେ,୨୦୧୩ପରଠୁ ତାଙ୍କ ଦରମା ବଢିନି । ଦେଶରେ ଦରଦାମ ବୃଦ୍ଧି ପାଉଛି । କିନ୍ତୁ ଥରୁଟିଏ ହେଲେ ତାଙ୍କ ଦରମାକୁ ବୃଦ୍ଧି କରାଯାଇ ନାହିଁ । ତେବେ ଏହି ଅଭିଯୋଗକୁ ସ୍ଥାନୀୟ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ ।

କୋର୍ଟ କହିଥିଲେ ଯେ, କ୍ଲିଫର୍ଡଙ୍କୁ ଅଧିକ ଦରମା ଦେବାର ଆବଶ୍ୟକତା ନାହିଁ । ତାଙ୍କ ସହ କୌଣସି ଭେଦଭାବ ହୋଇନାହିଁ । କାରଣ ତାଙ୍କୁ ସ୍ୱତନ୍ତ୍ର ସେବା ପ୍ରଦାନ କରାଯାଉଛି । ଯାହା ଅନ୍ୟ କୌଣସି କର୍ମଚାରୀଙ୍କୁ ମିଳୁନାହିଁ । ତେବେ ବ୍ରିଟେନର ଏହି ଖବର ଏବେ ସବୁଠି ଚର୍ଚ୍ଚାରେ । ଗୋଟିଏ ଦିଗରେ ଭାରତରେ କୌଣସି ଆଇଟି କମ୍ପାନୀରେ ଏପରି ଘଟଣା ଘଟିବା ଅସମ୍ଭବ । କିନ୍ତୁ ୟୁକେରେ୧୫ବର୍ଷ ଧରି କାମ ନକରି ଦରମା ପାଉଥିବା ଖବର ନିଶ୍ଚୟ ବିରଳ ।