ଇଂଲଣ୍ଡ ଟିମକୁ ରୋହିତଙ୍କ କଟାକ୍ଷ, ଅଷ୍ଟ୍ରେଲିଆ ସମ୍ବନ୍ଧୀୟ ପ୍ରଶ୍ନରେ କହିଲେ ଏମିତି...

NEWS7
migrant-labors-of-quarantine-demanding-unethical-songs-from-music-teachers

ନୂଆଦିଲ୍ଲୀ, ୨୩/୧୨: ଇଂଲଣ୍ଡ ଟିମକୁ ରୋହିତଙ୍କ କଟାକ୍ଷ । ଆସେସ ପରାଜୟ ପରେ ଇଂଲଣ୍ଡ କ୍ରିକେଟ୍ ଟିମ୍ ଏବଂ କିଛି ଖେଳାଳିଙ୍କୁ ମଜାଳିଆ ଢଙ୍ଗରେ କଟାକ୍ଷ କରିଛନ୍ତି ଭାରତୀୟ କ୍ରିକେଟର ହିଟ୍ ମ୍ୟାନ୍ ରୋହିତ ଶର୍ମା । ଆସେସ ସିରିଜରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ମାତ୍ ଦେଇଛି । ମାତ୍ର ତିନୋଟି ମୁକାବିଲା ଏବଂ ୧ ଦିନରେ ଟ୍ରଫିର ଫଳାଫଳ ସ୍ପଷ୍ଟ ହୋଇଯାଇଛି । ଯାହାକୁ ନେଇ ରୋହିତ ନିଜର ମତ ଦେଇଛନ୍ତି ।

ରୋହିତ କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ଖେଳିବା ସହଜ ନୁହେଁ । ଇଂଲଣ୍ଡକୁ ଏନେଇ ପ୍ରଶ୍ନ କଲେ ଜଣାପଡିବ ସେଠାରେ ଖେଳିବା କେତେ କଷ୍ଟକର । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜରେ ଭାରତର ପ୍ରଦର୍ଶନକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନରେ ରୋହିତ ଏପରି କହିଛନ୍ତି ।

କ୍ଲିନ୍ ସ୍ୱିପ୍ ଡରରେ ଇଂଲଣ୍ଡ

ଅଷ୍ଟ୍ରେଲିଆ ଆସେସରେ ୩-୦ରେ ଆଗୁଆ ରହିଛି । ସେପଟେ ଇଂଲଣ୍ଡକୁ କ୍ଲିନ୍ ସ୍ୱିପ୍ ଭୟ ଘାରିଛି । ଗତ ୨୦ ବର୍ଷରେ ଏପରି ପରିସ୍ଥିତି କେବେ ହୋଇନାହିଁ । ୨୦୦୬-୨୦୦୭ରେ ଦଳ ଏପରି ପରିସ୍ଥିତିର ସାମ୍ନା କରିଥିଲା ।

ପରାଜୟକୁ ନେଇ କୋଚ୍ ବ୍ରାଣ୍ଡନ୍ ମ୍ୟାକକୁଲମ୍ କହିଛନ୍ତି ଯେ, ଦଳର ପ୍ରଦର୍ଶନରେ ସେ ନିରାଶ ହୋଇଛନ୍ତି । ଅନେକ ଆଶା ନେଇ ସେ ଅଷ୍ଟ୍ରେଲିଆ ଆସିଥିଲେ । କିନ୍ତୁ ତିନୋଟି ଟେଷ୍ଟରେ ଦଳ ପରାଜୟ ହୋଇଛି । ଅଷ୍ଟ୍ରେଲିଆ ଏକ ଶକ୍ତିଶାଳୀ ଦଳ । କଙ୍ଗାରୁ ଟିମକୁ ଅଷ୍ଟ୍ରେଲିଆ ମାଟିରେ ହରାଇବା ସହଜ ନୁହେଁ । ବ୍ୟାଟରେ ମଧ୍ୟ ସେମାନେ ଭାର ଖେଳିପାରିନଥିଲେ । ଶେଷ ଦୁଇ ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ରହିଥିବା କହିଛନ୍ତି ।