Live Live
LIVE

#Strait_Of_Hormuz ଭାରତରେ ପହଁଚିଲା 'ନନ୍ଦାଦେବୀ' : ଆସିଗଲା ୪୭ ହଜାର ମେଟ୍ରିକ୍ ଟନ୍ LPG, ଦୂର ହେବ ସିଲିଣ୍ଡର ସମସ୍ୟା

NEWS7
mi-wins-toss-and-opt-to-bowl

ନୂଆଦିଲ୍ଲୀ, ୧୭ /୦୩:ହର୍ମୋଜରୁ ଭାରତ ଆସିଲା ନନ୍ଦାଦେବୀ । ହର୍ମୋଜ୍ ଷ୍ଟ୍ରେଟରୁ ଏଲପିଜି ଟ୍ୟାଙ୍କର ନନ୍ଦାଦେବୀ ସୁରକ୍ଷିତ ଭାବେ ଭାରତକୁ ଆସିଛି । ଏହା ଏବେ ଗୁଜୁରାଟର ବଡିନାର୍ ବନ୍ଦରରେ ପହଁଚିଛି । ଏଥିରେ୪୭ହଜାର ମେଟ୍ରିକ୍ ଟନ୍ ରୁ ଅଧିକ ଏଲପିଜି ଭର୍ତ୍ତି ହୋଇ ରହିଛି । ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ସ୍ଥିତି ଭିତରେ ଏହା ହର୍ମୋଜ୍ ଷ୍ଟ୍ରେଟ୍ ଅତିକ୍ରମ କରିଥିବା ଦ୍ୱିତୀୟ ଭାରତୀୟ ଜାହାଜ ଅଟେ ।

ଗୋଟିଏ ଦିନ ପୂର୍ବରୁ ଅନ୍ୟ ଏଏଳପିଜିବାହୀ ଜାହାଜ ଶିବାଲିକ୍ ଗୁଜୁରାଟର ମୁନ୍ଦ୍ରାରେ ପହଁଚିଥିଲା । ଏଥିରେ୪୬ହଜାର ମେଟ୍ରିକ୍ ଟନ୍ ଏଲପିଜି ଭରି ହୋଇ ରହିଥିଲା । ଯାହା ଘରେ ବ୍ୟବହାର ହେଉଥିବା ପ୍ରାୟ୩୩ଲକ୍ଷ ଗ୍ୟାସ୍ ସିଲିଣ୍ଡର୍ ସହ ସମାନ । ଅଧିକାରୀଙ୍କ କହିବାନୁସାରେ ଏହି ଗୋଟିଏ ଜାହାଜ ଭାରତର ମୋଟ୍ ଏଲପିଜି ଆମଦାନୀର କିଛି ଭାଗକୁ ଅନେକ ମାତ୍ରାରେ ପୂରା କରିପାରିବ ।

କ'ଣ କହିଛି ମନ୍ତ୍ରାଳୟ

ଶନିବାର ଜାହାଜ ଚଳାଚଳ ମନ୍ତ୍ରାଳୟରସ୍ୱତନ୍ତ୍ର ସଚିବ ରାଜେଶ କୁମାର୍ ସିହ୍ନା କହିଥିଲେ ଯେ, ଶିବାଲିକ୍ ଏବଂ ନନ୍ଦାଦେବୀ ମାର୍ଚ୍ଚ୧୬ଏବଂ୧୭ତାରିଖରେ ଭାରତରେ ପହଁଚିବେ । ଷ୍ଟ୍ରେଟ୍ ଅଫ୍ ହରମୋଜରେ ଅଟକି ଥିବା ଅନ୍ୟ ଭାରତୀୟ ଜାହାଜ ଏବଂ ନାବିକ ସୁରକ୍ଷିତ ଅଛନ୍ତି । ଗତ୨୪ଘଣ୍ଟା ମଧ୍ୟରେ କୌଣସି ଅପ୍ରୀତିକର ସ୍ଥିତି ଘଟିନାହିଁ । ଏଠାରେ୨୪ଟି ଭାରତୀୟ ପତାକାଲାଗିଥିବା ଜାହାଜ ରହିଛି । ଏବେ ଦୁଇଟି ଜାହାଜ ସୁରକ୍ଷିତ ଭାବେ ଅତିକ୍ରମ କରିଛନ୍ତି । ଆଗକୁ ଅନ୍ୟ ଜାହାଜ ମଧ୍ୟ ଅତିକ୍ରମ କରିବେ ।

କମିବ ଏଲପିଜି ସମସ୍ୟା

ଦୁଇଟି ଜାହାଜ ଭାରତ ଆସିବା ପରେ ଏଲପିଜି ଯୋଗାଣ ସ୍ଥିର ରହିବ ବୋଲି ଆଶା କରାଯାଉଛି । ଅଭାବକୁ ପୂରଣ କରାଯଇପାରିବ । ଏବେ ଅନେକ ସମୟରେ ଗ୍ୟାସ୍ ବୁକ୍ କରିବାକୁ ଲମ୍ବା ଲାଇନ୍ ଲାଗୁଛି । ଅନେକ ଛୋଟବଡ ହୋଟେଲରେ ଗ୍ୟାସ୍ ମିଳୁନି । ତେଣୁ ମାଲିକମାନେ ହୋଟେଲ୍ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ।