LIVE TV

ଜୁବିନ୍ ଗର୍ଗ ମାମଲାରେ ପୋଲିସ-ଜନତା ମୁହାଁମୁହଁ, ପଥର ମାଡ଼ ପରେ ଗାଡ଼ି ଜାଳି ଦେଲେ ଲୋକେ; ଇଣ୍ଟରନେଟ୍ ବ୍ୟାନ

NEWS7
meryth-twin-broth-passes-away-due-to-covid

ନୂଆଦିଲ୍ଲୀ: ଆସାମର ବକ୍ସା ଜିଲ୍ଲାରେ ବୁଧବାର ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଗିରଫ ପାଞ୍ଚ ଅଭିଯୁକ୍ତିଙ୍କୁ ପୋଲିସ କୋର୍ଟ ନେଇ ଯାଉଥିଲା । ଏହି ସମୟରେ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇ ଅଭିଯୁକ୍ତଙ୍କୁ ନେଇ ଯାଉଥିବା ପୋଲିସ କାରକେଡ୍ ଉପରେ ପଥର ମାଡ଼ କରିଥିଲେ । ଏହାପରେ ପୋଲିସ ଭିଡକୁ ଏଡାଇବା ପାଇଁ ଶୂନ୍ୟରେ ଗୁଳିଚାଳନା କରିବା ସହ ଲାଠି ଚାର୍ଜ ମଧ୍ୟ କରିଥିଲା । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବକ୍ସା ଜିଲ୍ଲାପାଳ ଅସ୍ଥାୟୀ ଭାବେ ଇଣ୍ଟରନେଟ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ଜୁବିନ୍ ଗର୍ଗ ମାମଲାରେ ତଦନ୍ତ କରୁଥିବା ଏସ୍‌ଆଇଟି ବୁଧବାର ସକାଳେ କୋର୍ଟରେ ହାଜର କରାଇବା ପାଇଁ ପାଞ୍ଚ ଅଭିଯୁକ୍ତଙ୍କୁ ଜେଲରୁ ଧରି ଯାଇଥିଲେ । ସେହି ସମୟରେ ଆକ୍ରୋଶରେ ଥିବା ଲୋକେ ଜୁବିନଙ୍କୁ ନ୍ୟାୟ ଦାବି କରି ଅଭିଯୁକ୍ତଙ୍କୁ ସେମାନଙ୍କ ହାତକୁ ଦେବା ପାଇଁ ଦାବି କରିଥିଲେ । କିନ୍ତୁ ପରେ ଲୋକମାନେ ପୋଲିସ ଉପରେ ପଥର ମାଡ଼ କରିବା ଆରମ୍ଭ କରିଥିଲେ ।

ଉଗ୍ର ଭିଡ଼ ଘଟଣାସ୍ଥଳରେ ପୋଲିସ ଓ ନାଗରିକଙ୍କ ଅନେକ ଗାଡିମୋଟରରେ ନିଆଁ ଲଗାଇ ଦେଇଥିଲେ । ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା, କିନ୍ତୁ ସଫଳ ହୋଇନଥିଲା । ଲୋକଙ୍କ ପଥର ମାଡ଼ରେ ଅନେକ ପୋଲିସ କର୍ମୀ ଆହତ ହୋଇଥିଲେ । ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ପୋଲିସ ଅଟକ ରଖି, ପରେ ଛାଡ଼ି ଦେଇଛି । ଏହି ହିଂସାରେ ପୋଲିସର ତିନି ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ଜଣେ ସାମ୍ୱାଦିକଙ୍କ ସମେତ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି । ପରେ ପୋଲିସ ପାଞ୍ଚ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲା । ସବୁ ଅଭିଯୁକ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।