LIVE TV

ଚଳନ୍ତା ଟ୍ରେନ୍ ଉପରେ ପାଗଳଙ୍କ ଉନ୍ମତ୍ତକାଣ୍ଡ, ଉଦ୍ଧାର କରିବାକୁ ନାକେଦମ୍

NEWS7

ଟାଙ୍ଗୀ ୧୩।୧୦: ଚଳନ୍ତା ଟ୍ରେନ୍ ଉପରେ ପାଗଳଙ୍କ ଉନ୍ମତ୍ତକାଣ୍ଡ । ପାଗଳକୁ କାବୁ କରିବା ପାଇଁ ଦମକଳ ବାହିନୀ, ରେଳ କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନେ ନାକେଦମ୍ ହୋଇଛନ୍ତି । କାଳୁପଡଘାଟ ରେଳ ଷ୍ଟେସନ ଉପରେ ଏଭଳି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଏକ ମାଲବାହୀ ଚଳନ୍ତା ଟ୍ରେନ୍ ଉପରେ ଏକ ପାଗଳ ଡେଉଁଥିବା ଜଣାପଡିବା ପରେ ଟ୍ରେନଟି ହଠାତ କାଳୁପଡଘାଟ ରେଳ ଷ୍ଟେସନ ଉପରେ ଅଟକି ରହିଥିଲା । ଉକ୍ତ ପାଗଳକୁ କାବୁ କରିବା ପାଇଁ ସମସ୍ତେ ଚେଷ୍ଟା କରିବା ବେଳେ ପାଗଳ ଜଣଙ୍କ ସେମାନଙ୍କ ଉପରକୁ କୋଇଲା ଖଣ୍ଡ ଫୋପାଡ଼ି ଆକ୍ରମଣ କରୁଥାଏ । ଆଉ ଶେଷରେ ରେଳ କର୍ମଚାରୀ, ସ୍ଥାନୀୟ ପୋଲିସ ଏବଂ ଦମକଳ ବାହିନୀ ଦ୍ବାରା ପାଗଳଙ୍କୁ ଉଦ୍ଧାର କରାଯାଇଛି । ପାଗଳଟି ଅଣ-ଓଡ଼ିଆ ବୋଲି ଜଣାପଡିଛି ।