ଏକତରଫା ପ୍ରେମରୁ ନାରକୀୟ କାଣ୍ଡ, ନାବାଳିକାକୁ ହତ୍ୟା ପରେ ନିଜ ପିଇଦେଲା ବିଷ

NEWS7
meerut-hindu-mahasabha-president-said-if-hindu-earns-100-rupees-then-buy-weapons-of-20-rupees

ନୟାଗଡ଼ ୧୫।୧୨ : ଏକତରଫା ପ୍ରେମ ପାଇଁ ନାବାଳିକାକୁ ହତ୍ୟା କରି ନିଜେ ବିଷ ପିଇଲା ଯୁବକ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଶରଣକୂଳ ଥାନା ମଗରବନ୍ଧ ଗାଁର ଘଟଣା । ଅଭିଯୁକ୍ତ ପୂର୍ଣ୍ଣ ନାୟକକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମଗରବନ୍ଧ ଗାଁର ପୂର୍ଣ୍ଣ ଗତ ୨ବର୍ଷ ହେଲା ନିଜ ଗାଁର ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା । ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା ସମୟରେ ପୂର୍ଣ୍ଣ ବାରମ୍ବାର ତାକୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ଟ୍ୟୁସନ ଯାଉଥିବା ସମୟରେ ବିନାୟକପୁର ଶିବ ମନ୍ଦିର ନିକଟରେ ପୂର୍ଣ୍ଣ ନାବାଳିକାର ମୁଣ୍ଡକୁ ଏକ ପାଇପରେ ପିଟିଦେଇଥିଲା। ଏହାପରେ ତାଙ୍କୁ ଜବରଦସ୍ତ ତାକୁ ବିଷ ପିଆଇଦେଇଥିଲେ । ପରେ ପୂର୍ଣ୍ଣ ନିଜେ ମଧ୍ଯ ବିଷ ପିଇଦେଇଥିଲା । ସ୍ଥାନୀୟ ଯୁବକମାନେ ଉଭୟଙ୍କୁ ନୟାଗଡ ମେଡିକାଲ ନେଇଥିଲେ । ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଜଣାପଡିବା ପରେ ନୟାଗଡ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ପୂର୍ଣ୍ଣକୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି ।