ବାଂଲାଦେଶ ଜେଲରେ ଦିଗ୍ଗଜ ହିନ୍ଦୁ ନେତା ରମେଶ ଚନ୍ଦ୍ର ସେନଙ୍କ ମୃତ୍ୟୁ, ଆସିଲା ହାଜତ ହତ୍ୟା ଅଭିଯୋଗ

NEWS7
meenakshi-seshadri-clarify-about-her-death-rumour

ଢାକା ୭।୨: ବାଂଲାଦେଶ ରାଜନୀତି ଓ ହିନ୍ଦୁ ସମୂଦାୟଙ୍କ ସବୁଠୁ ବଡ଼ ମୁହଁ ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ସେନଙ୍କର ଶନିବାର ହାଜତରେ ମୃତ୍ୟୁ ହୋଇଛି। ୮୫ ବର୍ଷ ବୟଷ୍କ ସେନ୍ ଆବାମୀ ଲିଗ୍ ର ବରିଷ୍ଠ ନେତା ତଥା ୫ ଥର ସାଂସଦ ନିର୍ବାଚିତ ହୋଇଥିଲେ। ସେ ଦିନାଜପୁର ମେଡିକାଲ କଲେଜରେ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ପରେ ବାଂଲାଦେଶରେ ମାନବାଧିକାରର ଉଲ୍ଲଂଘନ ଓ ପୂର୍ବବର୍ତ୍ତି ଶେଖ ହସିନାଙ୍କ ସରକାରର ନେତାଙ୍କ ସହ ଜେଲରେ ହେଉଥିବା ନିର୍ଜାତନାକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶ୍ନ ଉଠିଛି।

ରମେଶ ଚନ୍ଦ୍ର ସେନ୍ ଦୀର୍ଘ ସମୟରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କୁ ୨୦୨୪ ମସିହାରେ ଶେଖ ହସିନାଙ୍କ ସରକାରର ପତନ ପରେ ଗିରଫ କରାଯାଇଥିଲା। ତାଙ୍କ ସମର୍ଥକ ଓ ସୋସିଆଲ ମିଡିଆରେ ଲୋକେ ଅଭିଯୋଗ କରିଛନ୍ତି ଯେ ମହମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରରେ ସେ ହକଦାର ଥିବା ଚିକିତ୍ସକୀୟ ସହାୟତା ନ ପାଇବାରୁ ତାଙ୍କର ମୃତ୍ୟୁ ହୋଇଛି। ଢାକାସ୍ଥିତ କଣ୍ଟେଣ୍ଟ କ୍ରିୟେଟର ପ୍ରଦୀପ କୁମାର ଚୌଧୁରୀଙ୍କ ସମେତ ଅନେକ ଲୋକ ଏହାକୁ ଜେଲରେ ହତ୍ୟା ବୋଲି କହିଛନ୍ତି।

ରମେଶ ଚନ୍ଦ୍ର ସେନଙ୍କ ଗିରଫଦାରୀ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ତାଙ୍କ ହାତକୁ ଗାଈ ପଘାରେ ବନ୍ଧା ଯାଇଥିବା ଦେଖା ଯାଇଛି। ତାଙ୍କ ବିରୋଧରେ ହତ୍ୟା ସମେତ ମୋଟ ୩ଟି ଆରୋପ ଲଗାଯାଇଥିଲା, ଯାହାକୁ ଆବାମୀ ଲିଗ୍ ରାଜନୈତିକ ପ୍ରତିଶୋଧ ପରାୟଣତା କହିଥିଲା। କୁହାଯାଉଛି ଅଗଷ୍ଟ ୨୦୨୪ ହିଂସା କାଳରେ ଅନେକ ନେତା ଯେତେବେଳେ ଦେଶ ଛାଡି ପଳାୟନ କଲେ ସେତେବେଳେ ସେନ୍ ନିଜ ଘରେ ଥିଲେ। କାରଣ ସେ ଜାଣିଥିଲେ ସେ କିଛି ବି ଭୁଲ କରିନାହାନ୍ତି।

ରମେଶ ଚନ୍ଦ୍ର ସେନ୍ ୩୦ ଏପ୍ରିଲ ୧୯୪୦ରେ ବାଂଲାଦେଶ ରାଜଧାନୀ ଢାକାରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ରାଜନୈତିକ କ୍ୟାରିୟରର ମୂଳଦୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ନେତା ମିର୍ଜା ଫଖୁଲ ଇସ୍ଲାମ ଆଲମଗିରଙ୍କ ବିରୋଧରେ ପକାଇଥିଲେ। ସେ ଠାକୁରଗାଁଓ-୧ ନିର୍ବାଚନ କ୍ଷେତ୍ରରୁ ୫ ଥର ସାଂସଦ ନିର୍ବାଚିତ ହୋଇଥିଲେ ଓ ୨୦୦୯-୧୪ ମଧ୍ୟରେ ଜଳ ସଂସାଧନ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ। ସେ ତାଙ୍କର ସ୍ୱଚ୍ଛ ଛବି ଓ ଜଣେ ସାହାଯ୍ୟକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ସେନ୍ ଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପରିବାରର ସୁରକ୍ଷାକୁ ନେଇ ଚିନ୍ତା ଉପୁଜିଛି।

ରିପୋର୍ଟ ଅନୁସାରେ ତାଙ୍କ ପୁରା ପରିବାର ଏବେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ରହୁଛନ୍ତି। ଏଥିରେ ସେନଙ୍କ ଅନ୍ତିମ ସଂସ୍କାର କିଏ ଓ କିପରି କରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୟୁନୁସଙ୍କ ସରକାରରେ ବାଂଲାଦେଶରେ ବିପକ୍ଷ ଉପରେ ହେଉଥିବା ଅତ୍ୟାଚାର ସ୍ପଷ୍ଟ ହୋଇଯାଇଛି। ଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ଉପରେ ଲଗାତାର ଜାରି ଆକ୍ରମଣ ମଧ୍ୟରେ ଏହି ରାଜନୈତିକ ମୃତ୍ୟୁ କୁ ଲୋକେ ହତ୍ୟା ବୋଲି କହୁଥିବା ବେଳେ ଦେଶର ବିତର୍କ ଆରମ୍ଭ ହୋଇଯାଇଛି।

ଏହା ବି ପଢନ୍ତୁ :-ଜମାତ-ଏ-ଇସଲାମିର ଘୋଷଣାପତ୍ର, ଭାରତ ଓ ହିନ୍ଦୁ ଭୋଟରଙ୍କ ବିଷୟରେ କଣ ରହିଛି ଉଲ୍ଲେଖ?