LIVE TV

ଭୁଲ ବାଟରେ ପଳାଇଥିବା ଯୁବକ; ଆତଙ୍କୀ ଉମର ପାଇଁ ବାହାରିଲେ କଂଗ୍ରେସ ସାଂସଦ ମସୁଦ, ସରକାରଙ୍କୁ ବି କଲେ ଟାର୍ଗେଟ୍

NEWS7
medical-students-will-get-lessons-through-3d-machine-in-burla-medical-college

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସହାରନପୁରରୁ କଂଗ୍ରେସର ଲୋକସଭା ସାଂସଦ ଇମରାନ ମସୁଦ ଦିଲ୍ଲୀ ବିସ୍ଫୋରଣ ମାମଲାରେ ଆତ୍ମଘାତୀ ଆକ୍ରମଣକାରୀ ଉମର ମହମ୍ମଦ ନବୀଙ୍କ ପାଇଁ ବାହାରିଛନ୍ତି । ସେ ଉମରକୁ ଭୁଲ ବାଟରେ ପଳାଇଥିବା ଯୁବକ ବୋଲି କହିଛନ୍ତି । ସାଂସଦ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସରକାର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ପରି ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନକୁ ଜାଣିଶୁଣି ନଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି । କଂଗ୍ରେସ ସାଂସଦଙ୍କ ଏହି ଟିପ୍ପଣୀକୁ ନେଇ ଏବେ ରାଜନୀତିକ ବିବାଦ ସୃଷ୍ଟି ହୋଇଛି ।

ମଙ୍ଗଳବାର ଉମରର ଏକ ନୂଆ ଭିଡିଓ ସାମନାକୁ ଆସିଥିଲା, ଯେଉଁଥିରେ ସେ ଆତ୍ମଘାତୀ ବୋମା ବିସ୍ଫୋରଣକୁ ସଠିକ୍ ଦର୍ଶାଉଛି । ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ କହିଛନ୍ତି ଯେ ଯେଉଁ ଭିଡିଓ ସାମନାକୁ ଆସିଛି, ମୁଁ ତାହା ସହ ଏକମତ ନୁହେଁ । କଂଗ୍ରେସ ନେତା ମସୁଦ କହିଛନ୍ତି, "ଯାହା କୁହାଯାଉଛି ଯେ ସେ ଆତ୍ମଘାତୀ ଆକ୍ରମଣକୁ ଜଷ୍ଟିଫାଏ କରୁଛି-ଆତ୍ମହତ୍ୟା କୌଣସି ମତେ ଇସଲାମରେ ଗ୍ରହଣୀୟ ନୁହେଁ, ହରାମ ଅଟେ । ଆପଣଙ୍କ ନିରୀହ ଲୋକଙ୍କୁ ମାରୁଛନ୍ତି, ଇସଲାମ ଏହା ଶିଖାଏ ନାହିଁ । ଏମାନେ ଭୁଲ ବାଟରେ ଚାଲି ଯାଇଥିବା ଲୋକ ଓ ଏଥିରେ ଇସଲାମ ପ୍ରତିଫଳିତ ହୁଏ ନାହିଁ, ଏହା ଇସଲାମର ରାସ୍ତ ନୁହେଁ ।"

ଗତ ସପ୍ତାହରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ କାର୍ ବିସ୍ଫୋରଣରେ ଏବେ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଏହାରି ଭିତରେ ଏନଆଇଏ ଏହି ମାମଲାରେ ଆତ୍ମଘାତୀ ଆକ୍ରମଣକାରୀ ଉମର ନବୀର ସକ୍ରିୟ ସହ-ଷଡ଼ଯନ୍ତ୍ରକାରୀ ସହଯୋଗୀ ଜଶିର ବିଲାଲକୁ ମଙ୍ଗଲବାର ଦିଲ୍ଲୀର ଏକ ଅଦାଲତରେ ହାଜର କରାଯାଇଥିଲା । କେନ୍ଦ୍ରୀୟ ଏଜେନ୍ସି ଏକ ବୟାନରେ କହିଥିଲା ଯେ ଅନନ୍ତନାଗର କାଜିଗୁଣ୍ଡ ବାସିନ୍ଦା ୱାନିକୁ ଶ୍ରୀନଗରରୁ ଗିରଫ କରାଯାଇଛି । ୱାନି ଡ୍ରୋନରେ ପରିବର୍ତ୍ତନ କରି ଓ ଘାତକ କାର ବୋମା ବିସ୍ଫୋରଣ ପୂର୍ବରୁ ରକେଟ୍ କରିବା ପାଇଁ ପ୍ରୟାସ କରି ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ବୈଷୟିକ ସହାୟତା ଦେଇଥିଲା ।