ଓଡ଼ିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ଦକ୍ଷତାର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ ଆମର ଲକ୍ଷ୍ୟ

NEWS7
may-be-free-calling-stopped-by-trai-regulation

ଭୁବନେଶ୍ବର ୯।୧: ଓଡ଼ିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ସ୍କିଲ କ୍ଷେତ୍ରରେ କିଭଳି ଉତ୍କର୍ଷ ହାସଲ କରିପାରିବେ ବିଶ୍ବ ସ୍ତରରେ ଓଡ଼ିଶାର ଯୁବକ ନିଜକୁ ପ୍ରତିପାଦିତ କରିପାରିବେ ସେ ନେଇ ଦକ୍ଷ କରାଯାଉଛି । ଶିଳ୍ପ କ୍ଷେତ୍ରରେ କାମ କରିବା ଦିଗରେ ସେମାନେ ପ୍ରସ୍ତୁତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନୂଆ ଟେକ୍ନୋଲୋଜି ନେଇ ଶିଖିବାକୁ ପଡ଼ିବ । ଆଧୁନିକ ଟେକ୍ନୋଲୋଜିରେ ପିଲା ମାନଙ୍କୁ କିଭଳି ସାମିଲ କରାଯାଇ ପାରିବ ସିଙ୍ଗାପୁର ସହଯୋଗରେ ବିଶ୍ବ ଦକ୍ଷତା କେନ୍ଦ୍ରକୁ ବିକଶିତ କରାଯାଇଛି । ପିଲାଙ୍କ ଦକ୍ଷତା ବୃଦ୍ଧି ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ।

ଏହା ସହିତ ୪୭ଟି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ଏଥିରେ ତାଲିମ ଦିଆଯିବ । ଆଜି ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଏକ ବିପ୍ଳବ ଆଣିପାରିଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆସିଥିବା ପ୍ରସ୍ତାବ କିଭଳି ନିବେଶରେ ପରିଣତ ହୋଇପାରିବ ସେଥିପାଇଁ ଏକକ ବାତାୟନ ମାଧ୍ୟମରେ ଅନୁମୋଦନ ଦିଆଯାଇଛି । ଏପର୍ଯ୍ୟନ୍ତ ହାଇ ଲେବେଲ କ୍ଲିୟରାନ୍ସ କମିଟି ମାଧ୍ୟମରେ ୬ ଲକ୍ଷ ୧୫ ହଜାର କୋଟିର ଅନୁମୋଦନ ମିଳିଛି । ଏହା ଖୁବ୍ଶୀଘ୍ର ଗ୍ରାଉଣ୍ଡିଙ୍ଗ ହେବ । ୩ ଲକ୍ଷ ଯୁବକ-ଯୁବତୀଙ୍କୁ ନିଯୁକ୍ତି ମିଳିବ । ସମୟ ସହିତ ଖାପ ଖାଇ ଚଳିବାକୁ ପଡିବ । ଦକ୍ଷତାକୁ ସେହି ଅନୁସାରେ ବୃଦ୍ଧି କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଦକ୍ଷତା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ସ୍ବର୍ଣ୍ଣ, ୫୩ ଜଣଙ୍କୁ ରୌପ୍ୟ ଏବଂ ୫୦ ଜଣଙ୍କୁ ବ୍ରୋଞ୍ଜ ପଦକ ଦେଇ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ସ୍ବର୍ଣ୍ଣ ବିଜେତା ମାନଙ୍କୁ ୨୫ ହଜାର, ରୌପ୍ୟ ବିଜେତାଙ୍କୁ ୨୦ ହଜାର ଏବଂ ବ୍ରୋଞ୍ଜ ବିଜେତାଙ୍କୁ ୧୫ ହଜାର ଟଙ୍କା କ୍ୟାସ୍ ପ୍ରାଇଜ୍ ଓ ମାନପତ୍ର ଦିଆଯାଇଥିଲା ।