LIVE TV

କ୍ୱାଲିଟି ଟେଷ୍ଟିଂରେ ୧୧୨ ଔଷଧ ବିଫଳ, ଏଥିରୁ ଗୋଟିଏ ବାହାରିଲା ନକଲୀ, ତଦନ୍ତ ଆରମ୍ଭ

NEWS7
matric-question-paper-viral-news-fake

ନୂଆଦିଲ୍ଲୀ ୨୩।୧୦: ଦେଶରେ ଔଷଧର ମାନକୁ ନେଇ ପୁଣି ଥରେ ଚିନ୍ତା ଉଦ୍ରେକ ହୋଇଛି। ସେଣ୍ଟ୍ରାଲ ଡ୍ରଗସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ସେପ୍ଟେମ୍ବର ୨୦୨୫ର ରିପୋର୍ଟ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯୋ ମୋଟ ୧୧୨ ଔଷଧ ମାନ ପରୀକ୍ଷଣ (କ୍ୱାଲିଟି ଟେଷ୍ଟିଂ)ରେ ବିଫଳ ହୋଇଛି, ଅର୍ଥାତ ଏହି ଔଷଧର ମାନ ନିକୃଷ୍ଠ। ରିପୋର୍ଟ ଅନୁସାରେ ୫୨ ସାମ୍ପଲ  ସେଣ୍ଟ୍ରାଲ ଡ୍ରଗ ଲ୍ୟାବସ୍ ଓ ୬୦ ସାମ୍ପଲ ଷ୍ଟେଟ ଡ୍ରଗ ଟେଷ୍ଟିଂ ଲ୍ୟାବସ୍ ରେ ଫେଲ ହୋଇଛନ୍ତି।

କେବଳ ଏତିକି ନୁହେଁ ଛତିଶଗଡ଼ରେ ଏକ ଔଷଧ ନକଲୀ ବୋଲି ଜଣାପଡିଛି, ଯାହାକୁ କୌଣସି ଏକ ଅନ୍ୟ କମ୍ପାନୀ ନାମରେ ତିଆରି କରାଯାଉଥିଲା। ସରକାରୀ ଲ୍ୟାବସ୍ ସାରା ଦେଶରୁ ଔଷଧ ନମୁନା ସଂଗ୍ରହ କରି ପରୀକ୍ଷଣ କରନ୍ତି। ଏହି ରିପୋର୍ଟ ପ୍ରତିମାସରେ ସିଡିଏସସିଓଙ୍କ ୱେବସାଇଟ୍ ରେ ଜାରି ହୁଏ। ଏଥିରେ କୁହାଯାଇଛି ଯେ ଯେଉଁ ଔଷଧଗୁଡିକ କ୍ୱାଲିଟିରେ ଫେଲ (ଏନଏସକ୍ୟୁ) ହୁଏ, ଏହାର ପ୍ରଭାବ କେବଳ ସେହି ବ୍ୟାଚ୍ ମଧ୍ୟରେ ସୀମିତ ରହେ, ବାକି ଔଷଧ ଉପରେ ଏହାର ପ୍ରଭାବ ପଡେନି।

ହେଲେ ବାରମ୍ବାର ରିପୋର୍ଟରେ ୧୦୦ରୁ ଅଧିକ ଏନଏସକ୍ୟୁ ଔଷଧ ମିଳିବା ଏହି କଥାକୁ ଇସାରା କରୁଛି ଯେ ପ୍ରଣାଳୀରେ କେଉଁଠି ନା କେଉଁଠି ତ୍ରୁଟି ରହୁଛି। ତେବେ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେଉଁ ପର୍ଯ୍ୟନ୍ତ ମେନୁଫେକ୍ଚରିଂ ଓ ଡିଷ୍ଟ୍ରିବ୍ୟୁସନ ଚେନ୍ ଉପରେ କଡ଼ା ନଜର ନ ରଖାଯାଇଛି ସେ ପର୍ଯ୍ୟନ୍ତ ଏହି ଖେଳ ଜାରି ରହିବ। ଏଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ହେଉଛି ଖରାପ କ୍ୱାଲିଟି ଔଷଧ କେବଳ ରୋଗୀକୁ ନୁହେଁ ବରଂ ପୁରା ସ୍ୱାସ୍ଥ୍ୟ ପ୍ରଣାଳୀ ପାଇଁ ବିପଦଜନକ। ତେବେ ସିଡିଏସସିଓ ଏହା ସ୍ପଷ୍ଟ କରିଛନ୍ତି ଯେ ଯେଉଁ କାର୍ଯ୍ୟାନୁଷ୍ଠାନ ହେଉଛି ଏହା କେବଳ ସେହି ବ୍ୟାଚ୍ ଉପରେ ଲାଗୁ ହେଉଛି ଯାହା ଯାଞ୍ଚରେ ବିଫଳ ହେଉଛି। ବାକି ଉତ୍ପାଦ ଉପରେ ଏହାର ସିଧା ପ୍ରଭାବ ନଥାଏ।

ଏଭଳି ପରିସ୍ଥିତିରେ ଲୋକେ କେବଳ ସେହି ଦୋକାନରୁ ଔଷଧ କିଣନ୍ତୁ ଯାହା ରେଜିଷ୍ଟାର୍ଡ ମେଡିକାଲ ଷ୍ଟୋର ହୋଇଥିବ। ପ୍ୟାକେଜ ଉପରେ କମ୍ପାନୀର ନାମ, ମେନୁଫେକ୍ଚରିଂ ତାରିଖ ଓ ବ୍ୟାଚ୍ ନମ୍ବର ଦେଖି ଔଷଧ କିଣନ୍ତୁ। ଶସ୍ତା ମିଳୁଛି ବୋଲି ଔଷଧ କିଣି ନିଅନ୍ତୁନି। ଯଦି ଔଷଧର ପ୍ରଭାବ ଅଜବ ଲାଗେ ତୁରନ୍ତ ଡାକ୍ତର ଓ ଡ୍ରଗ ଡ଼ିପାର୍ଟମେଣ୍ଟକୁ ରିପୋର୍ଟ କରନ୍ତୁ।