ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ଘଟଣା : ସମନ ପରେ ସିବିଆଇରେ ହାଜର ହେଲେ ଅଶ୍ୱିନୀ ପାତ୍ର

NEWS7
massive-avalanche-killed-six-persons-including-4-solders-of-indian-army

ଭୁବନେଶ୍ବର ୯।୧୨: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ଆଉ ଜଣେ ସିବିଆଇରେ ହାଜର I ଅଶ୍ୱିନୀ ପାତ୍ରଙ୍କୁ ସିବିଆଇର ସ୍ୱତନ୍ତ୍ର ଟିମ୍ର ଜେରା । ଦଲାଲ ବିରଞ୍ଚି ଲିଙ୍କ୍ରେ ଅଶ୍ୱିନୀଙ୍କୁ ସମନ କରିଥିଲା ସିବିଆଇ । ସମନ ପାଇବା ପରେ ସିବିଆଇରେ ହାଜର ହୋଇଛନ୍ତି ଅଶ୍ୱିନୀ ପାତ୍ର I ପରୀକ୍ଷାର୍ଥୀଙ୍କୁ ଆଗୁଆ ପ୍ରଶ୍ନପତ୍ର ପ୍ରସ୍ତୁତି ପାଇଁ ଡିଲ୍ ହୋଇଥିଲା I

ଦଲାଲ ବିରଞ୍ଚିର ସହଯୋଗୀ ନିମାଇଁ ଓ ଅର୍ଜୁନ ସହ ଅଶ୍ବିନୀ ପାତ୍ର ସାମ୍ନାସାମ୍ନି ଜେରା କରୁଛି ସିବିଆଇ I ତେବେ ପ୍ରଶ୍ନପତ୍ର ତିଆରି ଓ ପ୍ରସ୍ତୁତି ବାବଦରେ କ’ଣ ଜାଣିଛନ୍ତି ଅଶ୍ୱିନୀ ସେନେଇ ଜେରା ଆରମ୍ଭ କରିଛି ସିବିଆଇ ।